ETV Bharat / state

ସରକାରଙ୍କ ବିରୋଧରେ ଗର୍ଜିଲେ ଅଧ୍ୟାପକ ସଂଘ, ଚାକିରୀ ସର୍ତ୍ତାବଳୀ ସହ ପୂର୍ଣ୍ଣ ଅନୁଦାନ ଦାବି

author img

By ETV Bharat Odisha Team

Published : Sep 30, 2023, 10:02 PM IST

ଦରମା ହାରରେ ଅସଙ୍ଗତିକୁ ନେଇ ଅସନ୍ତୋଷ ପ୍ରକାଶ କଲେ ଅଧ୍ୟାପକ ସଂଘ । ଚାକିରୀ ସର୍ତ୍ତାବଳୀ ସହ ପୂର୍ଣ୍ଣ ଅନୁଦାନ ଦାବି । ଅଧିକ ପଢନ୍ତୁ

ସରକାରଙ୍କ ବିରୋଧରେ ଗର୍ଜିଲେ ଅଧ୍ୟାପକ ସଂଘ
ସରକାରଙ୍କ ବିରୋଧରେ ଗର୍ଜିଲେ ଅଧ୍ୟାପକ ସଂଘ

ସରକାରଙ୍କ ବିରୋଧରେ ଗର୍ଜିଲେ ଅଧ୍ୟାପକ ସଂଘ

ଭୁବନେଶ୍ବର: ରାଜଧାନୀର ରାଜରାସ୍ତାରେ ସରକାରଙ୍କ ବିରୋଧରେ ଗର୍ଜିଲେ ଅଧ୍ୟାପକ ସଂଘ । ଚାକିରୀ ସର୍ତ୍ତାବଳୀ ସହ ପୂର୍ଣ୍ଣ ଅନୁଦାନ ପ୍ରାପ୍ତିକୁ ନେଇ ଧାରଣାରେ ବେସରକାରୀ ଅନୁଦାନ ମହାବିଦ୍ୟାଳୟର ଶିକ୍ଷକ ସଂଘ । ସ୍ଥାୟୀ ନିଯୁକ୍ତି ଓ ସମାନ କାମକୁ ସମାନ ଦରମା ଦାବିରେ ରାଜରାସ୍ତାକୁ ଓହ୍ଳାଇଛି ସଂଘ । ତେବେ ଓଡ଼ିଶାର ସମସ୍ତ ଜିଲ୍ଲାରେ ବେସରକାରୀ ଅନୁଦାନ ଅଣ ଅନୁଦାନ ମହାବିଦ୍ୟାଳୟରେ ତଥା ସଂସ୍କୃତ ଅନୁଷ୍ଠାନମାନଙ୍କରେ ପରିଚାଳନା କମିଟି ଦ୍ୱାରା ୨୦୦୮ ରିଖ ଠାରୁ ୨୦୧୩ ରିଖ ମଧ୍ୟରେ ନିଯୁକ୍ତି ପାଇଥିବା ସମସ୍ତ ଅଧ୍ୟାପକ, ଅଧ୍ୟାପିକା । ଆଜିକୁ ୧୫ ବର୍ଷ ଧରି ଛାତ୍ରଛାତ୍ରୀଙ୍କ ଶିକ୍ଷାରେ ନିୟୋଜିତ ରହିଛନ୍ତି । ହେଲେ ଏମାନଙ୍କୁ ଆଜି ପର୍ଯ୍ୟନ୍ତ ସରକାରୀ ମାନ୍ୟତା ମିଳିନାହିଁ । ତେଣୁ ଏମାନେ ସ୍ଥାୟୀ ନିଯୁକ୍ତିକୁ ନେଇ ଅନେକ ଦିନ ଧରି ସରକାରଙ୍କ ପାଖରେ ନିଜର ଦାବି ଉପସ୍ଥାପନା କରିଆସୁଛନ୍ତି । ହେଲେ ଏଯାବତ ଏମାନଙ୍କ ଦାବିକୁ ନେଇ କିଛି ସୁଫଳ ମିଳିପାରିନାହିଁ ।

ଆନ୍ଦୋଳନରତ ଅଧ୍ୟାପକ ଚିତ୍ରସେନ ପଣ୍ଡା କହିଛନ୍ତି, ‘‘୨୪ ଜୁନ ୨୦୨୩ରେ ଉଚ୍ଚଶିକ୍ଷା ବିଭାଗ ତରଫରୁ ଏକ ନୂତନ ଅନୁଦାନ ନୀତିର ପ୍ରକ୍ରିୟା କାରଣ ପାଇଁ ଚିଠି ପ୍ରକାଶ ପାଇଥିଲା । ଯେଉଁଥିରେ ଅଧ୍ୟାପକମାନଙ୍କର ଦାବି ପୁରାଣ କରାଯାଇଥାନ୍ତା । କିନ୍ତୁ ପରା ମୁହୁର୍ତ୍ତରେ ୨୮ଜୁନ ୨୦୨୩ରେ ମନ୍ତ୍ରୀସ୍ତରୀୟ କମିଟିରେ ବିଚାରଧୀନ ଅଛି କହି ଚିଠିକୁ ପ୍ରତ୍ୟାହାର କରିଥିଲେ । ଏହା ପରେବି ମନ୍ତ୍ରୀ ସ୍ତରୀୟ ବୈଠକ ବସିଛି ହେଲେ କୌଣସି ପଦକ୍ଷେପ ନିଆଯାଇନାହିଁ । ଏହାକୁ ନେଇ ପୁଣି ୧୮ ଅଗଷ୍ଟ ୨୦୨୩ ରୁ ସଂଘ ଲୋୟର ପିଏମଜିରେ ଧାରଣା ଦେଇଆସୁଛି । ହେଲେ ୭୫ ଦିନର ଧାରଣା ପରେବି ପୂରଣ ହେଇପାରୁନି ଦାବି । ବାରମ୍ବାର ପ୍ରତିଶୃତିକୁ ବିରୋଧ କରି ସଂଘ ଆନ୍ଦୋଳନକୁ ଓହ୍ଲାଇଛି । ଯେହେତୁ ଆମେମାନେ ସରକାରୀ ଅନୁଦାନ ଶିକ୍ଷକଙ୍କ ପରି ସରକାରୀଙ୍କ କାର୍ଯ୍ୟ ଠାରୁ ଆରମ୍ଭ କରି ଶିକ୍ଷାଦାନ ପର୍ଯ୍ୟନ୍ତ ପ୍ରତିଟି କାର୍ଯ୍ୟରେ ସାମିଲ ହେଉଛୁ । କିନ୍ତୁ ସରକରା ଆମଦାବି ପୂରଣ କରୁନାହାନ୍ତି । ଯଦି ସରକାର ଦାବି ପୂରଣ ନକରନ୍ତି ତେବେ ଆଗମୀ ନିର୍ବାଚନରେ ଏହାର ପ୍ରଭାବ ପଡିବ ବୋଲି ଚେତାବନୀ ଦେଇଛନ୍ତି ।’’

ଏହା ମଧ୍ୟ ପଢନ୍ତୁ...ଦରମା ବୃଦ୍ଧି ଦାବିରେ ଏସଏସବି ଅଧ୍ୟାପକଙ୍କ କଳାବ୍ୟାଚ ପରିଧାନ

ଅନ୍ୟପଟେ ଏମାନଙ୍କୁ ଯାଇ ଭେଟିଛନ୍ତି ବିଧାୟକ ସୁରଜ ସୂର୍ଯ୍ୟବଂଶୀ । ଅଧ୍ୟାପକମାନଙ୍କ ସହ ଭେଟି ସେମାନଙ୍କ ଦାବି ସମ୍ବନ୍ଧରେ ଆଲୋଚନା କରିଛନ୍ତି । ଆଉ ପ୍ରତିଶ୍ରୁତି ଦେଇଛନ୍ତି ସେମାନଙ୍କର ଦାବିକୁ ନେଇ ସରକାରଙ୍କୁ ଜଣାଇବା ସହ ବିଧାନସଭାରେ ମଧ୍ୟ ଉଠାଇବେ । ଆଉ କିଭଳି ସେମାନଙ୍କ ଦାବି ପୂରଣ ହେବ ଏଦିଗରେ ସରକାରଙ୍କ ଉପରେ ଚାପ ପକାଇବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.