ETV Bharat / state

କାରରୁ ବିପୁଳ ପରିମାଣର ବିସ୍ପୋରକ ଜବତ, ଗାଡ଼ି ଚାଳକ ଓ ସହଯୋଗୀ ଫେରାର

author img

By

Published : Dec 12, 2022, 3:11 PM IST

ଖୋର୍ଦ୍ଧା ଦଧିମାଛଗାଡ଼ିଆ ଛକରୁ ବିସ୍ଫୋରକ ସାମଗ୍ରୀ ବୋଝେଇ କାର ଜବତ କରିଛି ପୋଲିସ । ଏଥିରେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଅଧିକ ପଢ଼ନ୍ତୁ

large amount of ammunition seized from car in khordha
କାରରୁ ବିପୁଳ ପରିମାଣର ବିସ୍ପୋରକ ଜବତ, ଗାଡ଼ି ଚାଳକ ଓ ସହଯୋଗୀ ଫେରାର

ଖୋର୍ଦ୍ଧା: କାରରୁ ବିପୁଳ ପରିମାଣର ବିସ୍ପୋରକ ଜବତ । ଖୋର୍ଦ୍ଧା ସଦର ଥାନା ପୋଲିସ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ବୋଝେଇ କାର ଜବତ କରିଛି । ଘଟଣାସ୍ଥଳରୁ ଗାଡ଼ି ଚାଳକ ଓ ସହଯୋଗୀ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି ।

ସୂଚନା ମୁତାବକ, ସଦର ଆଇଆଇସି ବିଦିତା ନାୟକଙ୍କ ତତ୍ୱାବଧାନରେ ଏଏସଆଇ ପାଟ୍ରୋଲିଂ କରୁଥିଲେ । ଦଧିମାଛଗାଡ଼ିଆ ଛକ, ଦାରୁ ରୋଡରେ ଏକ କାରକୁ ସନ୍ଦେହ ବଶତଃ ପୋଲିସ ଅଟକାଇବା ବେଳେ ହଠାତ ଗାଡ଼ି ଚାଳକ ଏବଂ ଅନ୍ୟ ଦୁଇ ସହଯୋଗୀ କାରକୁ ମଝି ରାସ୍ତାରେ ଛାଡି ଦୌଡ଼ି ପଳାଇ ଯାଇଥିଲେ । ପୋଲିସ ଉକ୍ତ କାରର ତାଲାସି ନେବାରୁ ସେଥିରେ ବିପୁଳ ପରିମାଣରେ ବିସ୍ଫୋରକ ଦ୍ରବ୍ୟ ଥିବା ଜାଣିବାକୁ ପାଇଛି । କାରରୁ ୬୦ କେଜି ଜିଲାଟିନ, ୫ ବଣ୍ଡଲ ଡିଟୋନେଟର, ୪ ବଣ୍ଡଲ ତାର ଏବଂ ୧ କୁଇଣ୍ଟାଲ ଆମୋନିୟମ ନାଇଟ୍ରେଟ ଜବତ କରିଛି ପୋଲିସ । ଏତେ ପରିମାଣର ବିସ୍ଫୋରକ ସାମଗ୍ରୀ ଖୋର୍ଦ୍ଧା ସହରକୁ ଆସିଲା କିପରି ଏବଂ ଏହା କେଉଁ ସ୍ଥାନକୁ ଯାଉଥିଲା ତାହାର ଖୋଳତାଡ଼ କରୁଛି ପୋଲିସ । କାର ଚାଳକ ଓ ସହଯୋଗୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ପୋଲିସ । ଏହି ପରିପ୍ରେକ୍ଷୀରେ ସଦର ଥାନା ପୋଲିସ ଆଇଇଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୧୯୨/୨୨ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.