ETV Bharat / state

ଜଗବନ୍ଧୁଙ୍କୁ ଆହୁରି ୩ଦିନ ରିମାଣ୍ଡ, ଫରେନସିକ ତଥ୍ୟକୁ EDର ଅପେକ୍ଷା

୨ୟ ଥର ପାଇଁ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେଲା ଇଡି । ଫରେନସିକ ତଥ୍ୟକୁ EDର ଅପେକ୍ଷା । ଅଧିକ ପଢନ୍ତୁ

ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡରେ ନିଆଯାଉଛି
ଜଗବନ୍ଧୁ ଚାନ୍ଦଙ୍କୁ ରିମାଣ୍ଡରେ ନିଆଯାଉଛି
author img

By

Published : Dec 23, 2022, 10:53 PM IST

ଜଗବନ୍ଧୁଙ୍କୁ ଆହୁରି ୩ଦିନ ରିମାଣ୍ଡ, ଫରେନସିକ ତଥ୍ୟକୁ EDର ଅପେକ୍ଷା

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲା । ୨ୟ ଥର ପାଇଁ ଜଗବନ୍ଧୁଙ୍କୁ ରିମାଣ୍ଡରେ ନେଲା ଇଡି । ୩ଦିନିଆ ରିମାଣ୍ଡ ଅନୁମତି ମିଳିଥିବା ବେଳେ ଆସନ୍ତା ୨୬ ତାରିଖ ଯାଏଁ ଇଡିର ହେପାଜତରେ ରହିବେ ଜଗବନ୍ଧୁ ଚାନ୍ଦ । ଏନେଇ କୋର୍ଟଙ୍କ ପାଖରେ ୫ଦିନ ପାଇଁ ରିମାଣ୍ଡ ଆବେଦନ କରାଯାଇଥିଲା । ହେଲେ ୩ଦିନ ପାଇଁ ଅନୁମତି ଦେଇଛନ୍ତି କୋର୍ଟ ।

ଅର୍ଚ୍ଚନାଙ୍କଠାରୁ ଜବତ ମୋବାଇଲର ଡିଜିଟାଲ ତଥ୍ୟ ଫରେନସିକରୁ ଆସିବାର ଅଛି । ଯାହାକୁ ଆଧାର କରି ଇଡି ଜଗବନ୍ଧୁଙ୍କୁ ପଚରାଉଚରା କରିବାକୁ ଚାହୁଁଛି । କାରଣ ଅର୍ଚ୍ଚନାଙ୍କଠାରୁ ଜବତ ଇଲେକ୍ଟ୍ରୋନିକ ଗ୍ୟାଜେଟର ଡିଜିଟାଲ ଏଭିଡେନ୍ସ ପ୍ରାଥମିକ ରିପୋର୍ଟ ଆସିଛି । ହେଲେ ଅର୍ଚ୍ଚନାଙ୍କ ମୋବାଇଲର ଫରେନସିକ ରିପୋର୍ଟ ଏଯାଏ ଇଡିର ହସ୍ତକ୍ଷେପ ହୋଇନାହିଁ । ତେଣୁ ଦ୍ବିତୀୟ ପର୍ଯ୍ୟାୟରେ ଇଡିକୁ ଦେଵାକୁ ଥିବା ତଥ୍ୟରେ ହୁଏତ ଅର୍ଚ୍ଚନାର ମୋବାଇଲ ତଥ୍ୟ ମିଳିପାରେ । ଅର୍ଚ୍ଚନାଙ୍କ ମୋବାଇଲରେ ଆପତ୍ତିଜନକ ଭିଡିଓ ରହିଥିବା ନେଇ ପୋଲିସ ସିଜର ଲିଷ୍ଟରେ ଦର୍ଶାଇଥିଲା ।

ସେପଟେ ହନିଟ୍ରାପ କୁଇନ ଅର୍ଚ୍ଚନା ନାଗ କେଳେଙ୍କାରୀ ମାମଲାରେ ତଦନ୍ତକୁ ଜୋରଦାର କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅର୍ଚ୍ଚନାଙ୍କୁ ଦୁଇ ଦୁଇ ଥର ରିମାଣ୍ଡରେ ନେବା ସହିତ ଏହି କେଳେଙ୍କାରୀରେ ସାମିଲ ଥିବା କିଛି ରାଜନେତା ତଥା ବଡ଼ବଡ଼ ବ୍ୟବସାୟୀଙ୍କ ଲିଙ୍କ୍‌ ଖୋଜି ବାହାର କରିଛି ଇଡି । ଇଡି ହାତରେ ଅର୍ଚ୍ଚନାଙ୍କ ଲିଙ୍କରେ ଥିବା ସୁନା ଅଳଙ୍କାର ବ୍ୟବସାୟୀଙ୍କ ସୁରାକ ଲାଗିଛି । ପୋଲିସ ଜବତ କରିଥିବା ଡିଜିଟାଲ ଏଭିଡେନ୍ସକୁ ମଧ୍ୟ ଯାଞ୍ଚ ପାଇଁ ଚାହୁଁଛି ଇଡି । କିନ୍ତୁ ଏନେଇ ଫରେନ୍‌ସିକ ଟିମ ଏବେଯାଏଁ ଇଡିକୁ କୌଣସି ଡିଜିଟାଲ ତଥ୍ୟ ଦେଇନଥିବା ବେଳେ ସେହି ଗ୍ରାଉଣ୍ଡରେ ତଦନ୍ତ ପାଇଁ ଇଡି କୋର୍ଟକୁ ଜଣାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.