ETV Bharat / state

ରାଷ୍ଟ୍ର ନିର୍ମାଣରେ ଶିକ୍ଷାର ଭୂମିକା ଶୀର୍ଷରେ: ରାଜ୍ୟପାଳ

author img

By ETV Bharat Odisha Team

Published : Nov 25, 2023, 10:59 PM IST

ରାଜ୍ୟପାଳ ରଘୁବର ଦାସ କହିଛନ୍ତି କୌଣସି କାମ ମନୋବଳଠାରୁ ବଡ ନୁହେଁ । ରାଷ୍ଟ୍ର ନିର୍ମାଣରେ ଶିକ୍ଷାର ଗୁରୁତ୍ବ ସବୁଠୁ ଉପରେ । ଯଦି ନିଜ ଭିତରେ ଦୃଢ଼ ମନୋବଳ ଓ ପ୍ରବଳ ଇଚ୍ଛାଶକ୍ତି ରହିଛି ତେବେ ଯେ କୌଣସି କାମରେ ସଫଳତା ହାସଲ କରିହେବ । କିସ ଭଳି ଅନୁଷ୍ଠାନ ଥିବାରୁ ଓଡ଼ିଶା ଓ ଝାଡ଼ଖଣ୍ଡର ଜନଜାତି ସଂପ୍ରଦାୟର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଶିକ୍ଷା ଲାଭ କରି ସଶକ୍ତ ହେବା କମ କଥା ନୁହେଁ । ଅଧିକ ପଢନ୍ତୁ

କିସ ବିଶ୍ବବିଦ୍ୟାଳୟ ତୃତୀୟ ସମାବର୍ତ୍ତନ ଉତ୍ସବ, ରାଷ୍ଟ୍ର ନିର୍ମାଣରେ ଶିକ୍ଷାର ଭୂମିକା ଶୀର୍ଷରେ: ରାଜ୍ୟପାଳ

ଭୁବନେଶ୍ବର: କୌଣସି କାମ ମନୋବଳଠାରୁ ବଡ ନୁହେଁ। ରାଷ୍ଟ୍ର ନିର୍ମାଣରେ ଶିକ୍ଷାର ଗୁରୁତ୍ବ ସବୁଠୁ ଉପରେ । ଯଦି ନିଜ ଭିତରେ ଦୃଢ ମନୋବଳ ଓ ପ୍ରବଳ ଇଚ୍ଛାଶକ୍ତି ରହିଛି ଯେ କୌଣସି କାମରେ ସଫଳତା ହାସଲ କରିହେବ । ଭୁବନେଶ୍ବର ସ୍ଥିତ କିସ ବିଶ୍ବବିଦ୍ୟାଳୟର ତୃତୀୟ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇ ନିଜ ଉଦବୋଧନରେ ଏହା କହିଛନ୍ତି ରାଜ୍ୟପାଳ ରଘୁବର ଦାସ ।

ରାଜ୍ୟପାଳ ରଘୁବର ଦାସ କହିଛନ୍ତି କୌଣସି କାମ ମନୋବଳଠାରୁ ବଡ ନୁହେଁ । ରାଷ୍ଟ୍ର ନିର୍ମାଣରେ ଶିକ୍ଷାର ଗୁରୁତ୍ବ ସବୁଠୁ ଉପରେ । ଯଦି ନିଜ ଭିତରେ ଦୃଢ଼ ମନୋବଳ ଓ ପ୍ରବଳ ଇଚ୍ଛାଶକ୍ତି ରହିଛି ତେବେ ଯେ କୌଣସି କାମରେ ସଫଳତା ହାସଲ କରିହେବ । କିସ ଭଳି ଅନୁଷ୍ଠାନ ଥିବାରୁ ଓଡ଼ିଶା ଓ ଝାଡ଼ଖଣ୍ଡର ଜନଜାତି ସଂପ୍ରଦାୟର ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଶିକ୍ଷା ଲାଭ କରି ସଶକ୍ତ ହେବା କମ କଥା ନୁହେଁ । ସେହିପରି ରାଜ୍ୟପାଳ କହିଛନ୍ତି ଯୁବଶକ୍ତି ହେଉଛନ୍ତି ଏକବିଂଶ ଶତାବ୍ଦୀର ଭାରତର ବିକାଶର ପ୍ରେରଣାର ଉତ୍ସ । ଯୁବଗୋଷ୍ଠୀ ନିକଟରେ ତିନୋଟି ଜିନିଷ ରହିଛି । ସର୍ଜନା ଓ ପରିକଳ୍ପନା, ନିଷ୍ପତ୍ତି ନେବାର ଶକ୍ତି ଓ କାମ କରିବାର ଜିଦ। ଏହି ତିନୋଟି ଜିନିଷ ଯାହା ନିକଟରେ ରହିଛି ସେ ସବୁ କାମରେ ସଫଳତା ହାସଲ କରିଥାଏ ।

ଅଧିକ ପଢନ୍ତୁ- KISS Humanitarian Award: ସମ୍ମାନିତ ହେଲେ କେନିଆର ପ୍ରଥମ ମହିଳା ରାଚେଲ୍‍ ରୁଟୋ

ସମାବର୍ତ୍ତନ ଉତ୍ସବରେ ଦୀକ୍ଷାନ୍ତ ଅଭିଭାଷଣ ଦେଇ ନୀତି ଆୟୋଗର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଜି-୨୦ ସେରପା ଅମିତାଭ କାନ୍ତ କହିଛନ୍ତି , ଏଠାରୁ ଆଜି କୃତୀତ୍ବର ସହ ଉତ୍ତୀର୍ଣ୍ଣ ହୋଇ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀମାନେ ଆହରଣ କରିଥିବା ଜ୍ଞାନକୁ ସମାଜ ଓ ରାଷ୍ଟ୍ର ନିର୍ମାଣରେ ବିନିଯୋଗ କରିବା ଉଚିତ । କେବେ ବି ଜୀବନରେ ନିଜର ପିତାମାତା ଓ ଶିକ୍ଷାଦାତାଙ୍କୁ ଭୁଲି ନଯିବା ପାଇଁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ସେହିପରି ବିଶିଷ୍ଟ ଅତିଥୀ ଭାବେ ଛତିଶଗଡ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ସମ୍ମାନସୂଚକ ଡକ୍ଟରେଟ ଡିଗ୍ରୀ ଗ୍ରହଣ କରି ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ସମାଜର ଅବହେଳିତ, ଦଳିତ ଓ ନିଷ୍ପେସିତଙ୍କ ପାଇଁ ତୁମମାନଙ୍କର ଗୁରୁ ଦାୟିତ୍ବ ରହିଛି । ସେମାନେ ସମସ୍ତଙ୍କ ଭଳି କିଭଳି ସବୁ କ୍ଷେତ୍ରରେ ସମାନ ଅଧିକାର ଓ ଆଇନଗତ ସୁରକ୍ଷା ପାଇ ପାରିବେ ସେଥିପାଇଁ ତୁମ ମାନଙ୍କ କର୍ତ୍ତବ୍ୟ ରହିଛି । ନିକଟରେ ସବୁବେଳେ ଠିଆ ହେବା ସହ ସେମାନଙ୍କୁ ସାହାଯ୍ୟ ସହଯୋଗର ହାତ ବଢ଼ାଇବାକୁ ସେ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଥିଲେ ।

ସେହିଭଳି ଋଷିକେଶ ପରମାର୍ଥ ନିକେତନ ଆଶ୍ରମର ଅଧ୍ୟକ୍ଷ ତଥା ଆଧ୍ୟାତ୍ମିକ ମୁଖ୍ୟ ସ୍ବାମୀ ଚିଦାନନ୍ଦ ସରସ୍ବତୀ ସମ୍ମାନସୂଚକ ଡକ୍ଟୋରେଟ୍ ଡିଗ୍ରୀ ଗ୍ରହଣ କରି ଛାତ୍ରଛାତ୍ରୀଙ୍କୁ କହିଛନ୍ତି ମେଡାଲ ଜିତ କିନ୍ତୁ ସମସ୍ତଙ୍କ ପାଇଁ ମଡେଲ ହୁଅ। କିଟ ହେଉଛି ବିଜ୍ଞାନ ଓ କିସ ହେଉଛି ସେବା । ଏହି ଦୁଇ ଅନୁଷ୍ଠାନକୁ ଆଧ୍ୟାତ୍ମିକତା ଯୋଡ଼ିଛି । ସିଙ୍ଗାପୁର ମନିଟାରୀ ଅଥରିଟିର ମୁଖ୍ୟ ଫିନଟେକ ଅଫିସର ତଥା ସିଙ୍ଗାପୁର ବୋର୍ଡ ଅଫ ଇଲେଭାଣ୍ଡିର ଅଧ୍ୟକ୍ଷ ସୋପ୍ନେନ୍ଦୁ ମହାନ୍ତି ସମ୍ମାନସୂଚକ ଡକ୍ଟୋରେଟ ଡିଗ୍ରୀ ଗ୍ରହଣ କରି ଜୀବନରେ ସଫଳତା ନିମନ୍ତେ ତିଷ୍ଠି ରହିବାର କଳାରେ ନିପୁଣ ହେବା ସହ ନିଜର ଶୈକ୍ଷିକ ଓ ବୃତ୍ତିଗତ ଦକ୍ଷତା ବିକାଶ କରିବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ । ସମ୍ମାନୀୟ ଅତିଥୀ ଭାବେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଭାରତୀୟ ସଂଗୀତଜ୍ଞ ତଥା ତିନିଥର ଗ୍ରାମୀ ପୁରସ୍କାର ବିଜେତା ରିକି କେଜ ଯୋଗଦେଇ ସମଗ୍ର ବିଶ୍ବ ଓ ଆମେ ସମସ୍ତେ ଗୁରୁତର ପରିବେଶ ସମସ୍ୟାର ସମ୍ମୁଖୀନ ହେଉଛେ । ଏହାର ମୁକାବିଲା ଓ ସମାଧାନ ନିମନ୍ତେ ଆମକୁ ପରିବର୍ତ୍ତନ କରିବାକୁ ପଡ଼ିବ । ବିଶ୍ବକୁ ସମସ୍ତଙ୍କ ପାଇଁ ଏକ ସୁନ୍ଦର ସ୍ଥାନ ଭାବେ ପରିଣତ କରିବାରେ ଛାତ୍ରଛାତ୍ରୀମାନେ ସେମାନଙ୍କ ଜ୍ଞାନର ବିନିଯୋଗ କରନ୍ତୁ ବୋଲି ସେ କହିଥିଲେ ।

ଏହି ଅବସରରେ ବିଶ୍ବବିଦ୍ୟାଳୟର ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ପ୍ରତିଷ୍ଠାତା ସ୍ବର୍ଣ୍ଣପଦକ, କୁଳାଧିପତି ସ୍ବର୍ଣ୍ଣପଦକ, କୁଳପତି ରୌପ୍ୟ ପଦକ ପ୍ରଦାନ କରାଯାଇଥିଲା । ଏହା ବ୍ୟତୀତ ୩୦୨ ସ୍ନାତକୋତ୍ତର, ଏମ୍‍ଫିଲ, ପିଏଚଡି ଡିଗ୍ରୀରେ କୃତକାର୍ଯ୍ୟ ହୋଇଥିବା କୃତୀ ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କିଟ ଓ କିସ ସଭାପତି ଶାଶ୍ବତୀ ବଳ, ଉପସଭାପତି ଉମାପଦ ବୋଷ, ସମ୍ପାଦକ ଆର ଏନ ଦାଶ, କିଟ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, କୁଳସଚିବ ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.