ETV Bharat / state

ଖରିଫ ଋତୁରେ ଚାଷୀଙ୍କୁ ସମସ୍ତ ସହଯୋଗ କରନ୍ତୁ ସରକାର: କିଷାନ କଂଗ୍ରେସ

author img

By

Published : Jul 31, 2023, 7:09 AM IST

ଚଳିତ ବର୍ଷ ନିଅଣ୍ଟିଆ ବର୍ଷା କାରଣରୁ ଖରିଫ ଚାଷ ଅତ୍ୟନ୍ତ ବାଧାପ୍ରାପ୍ତ ଥିବା ଜଣାପଡିଛି । ଏନେଇ ଚାଷୀଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି କରିଛି କିଷାନ କଂଗ୍ରେସ । ଅଧିକ ପଢନ୍ତୁ

ଚାଷୀଙ୍କୁ ସମସ୍ତ ସହଯୋଗ ପାଇଁ ଦାବି
ଚାଷୀଙ୍କୁ ସମସ୍ତ ସହଯୋଗ ପାଇଁ ଦାବି
ଚାଷୀଙ୍କୁ ସମସ୍ତ ସହଯୋଗ ପାଇଁ ଦାବି

ଭୁବନେଶ୍ବର: ଚଳିତ ଖରିଫ ଚାଷ ସମସ୍ୟା ସମ୍ପର୍କରେ ପିସିସି କିଷାନ କଂଗ୍ରେସ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି l କିଷାନ କଂଗ୍ରେସ ସଭାପତି ଅମୀୟ ପଟ୍ଟନାୟକଙ୍କ ନେତୃତ୍ୱ ଏହି ବୈଠକ ହୋଇଥିବାବେଳେ ଚାଷୀମାନଙ୍କୁ ବିହନ, ତଳି ଯୋଗାଇଦେବା ନେଇ ଆଲୋଚନା କରାଯାଇଛି । ଏହାସହ ସାର ଅଭାବ ରହିଥିବାରୁ ତାକୁ ଦୂର କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଚିନ୍ତା କରିବାକୁ ଦାବି କରିଛି କିଷାନ କଂଗ୍ରେସ l ଏହାସହ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର ସମୟ ସୀମାକୁ ମଧ୍ୟ ବୃଦ୍ଧି କରାଯିବାକୁ ଦାବି କରାଯାଇଛି l

ଏନେଇ କିଷାନ କଂଗ୍ରେସ ସଭାପତି ଅମୀୟ ପଟ୍ଟନାୟକ କହିଛନ୍ତି,"ଧାନ କ୍ରୟ ପାଇଁ ଚାଷୀ ପଞ୍ଜିକରଣ ଅଗଷ୍ଟ 15 ପର୍ଯ୍ୟନ୍ତ ବୃଦ୍ଧି କରାଯାଉ । କୃଷି ଋଣ ପ୍ରଦାନ କରିବାରେ ସରକାର ବିଳମ୍ବ କରୁଛନ୍ତି । ଭାଗ ଚାଷୀ ଆଇନ ଏବେ ଅଧାରେ ଝୁଲିକି ଅଛି । କୃଷି କ୍ୟାବିନେଟ, କୃଷକ କମିଶନ, ସ୍ୱତନ୍ତ୍ର କୃଷି ବଜେଟ ସରକାରଙ୍କ ଏକ ଭେଳିକି । କାଳିଆ ଯୋଜନାରେ ରାଜ୍ୟ ସରକାର 75 ଲକ୍ଷ ଚାଷୀଙ୍କୁ 2ଟି କିସ୍ତିରେ 10 ହଜାର ଟଙ୍କା ସହାୟତା ପ୍ରଦାନ କରିବେ । ହେଲେ ଏପର୍ଯ୍ୟନ୍ତ 43 ଲକ୍ଷ ଚାଷୀଙ୍କୁ ପଞ୍ଜିକୃତ କରିଛନ୍ତି । ଚାଷୀଙ୍କ ଆୟ ଅତ୍ୟନ୍ତ ନୈରାଶ୍ୟ ଜନକ । ତେଣୁ ଚାଷୀମାନଙ୍କୁ ବିହନ, ତଳି, ବିଜୁଳି, ଉଠାଜଳସେଚନ ଜରିଆରେ ସମସ୍ତ ସହାୟତା ଯୋଗାଇ ଦିଅନ୍ତୁ" ବୋଲି ଦାବି କରିଛି କିଷାନ କଂଗ୍ରେସ ।

ଏହା ବି ପଢନ୍ତୁ...ନିଅଣ୍ଟିଆ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ପ୍ରଭାବିତ ହେଉଛି କୃଷି କାର୍ଯ୍ୟ

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, "ଚାଷୀ ଓ ତାର ସମସ୍ୟାକୁ ସରକାର ବୁଝିବା ଦରକାର l ଏଥିପାଇଁ ଆସନ୍ତା ଅଗଷ୍ଟ 5 ତାରିଖରେ ପ୍ରତ୍ୟେକ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯିବ l ଦାବିପତ୍ର ଦେବା ପରେ ବି ଯଦି ସରକାର ତତ୍ପର ନ ହୁଅନ୍ତି ବା ଚାଷୀଙ୍କ ସମସ୍ୟା ନ ବୁଝନ୍ତି ତେବେ ଆଗାମୀ ଦିନରେ ପିସିସି କିଷାନ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବ ।" ଏହାସହ ଚାଷୀଙ୍କ ସ୍ବାର୍ଥ ପାଇଁ ପ୍ରତିବାଦ ପ୍ରଦର୍ଶନ କରାଯିବ ବୋଲି କିଷାନ କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି ।

ତେବେ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା କାରଣରୁ ଖରିଫ ଚାଷ ଅତ୍ୟନ୍ତ ବାଧାପ୍ରାପ୍ତ ଥିବା ଜଣାପଡିଛି । ସ୍ୱଳ୍ପ ବୃଷ୍ଟିପାତ ଯୋଗୁ 12ଟି ଜିଲ୍ଲାର ସ୍ଥିତି ଅତ୍ୟନ୍ତ ସଙ୍ଗୀନ ରହିଥିଲା । ନିଅଣ୍ଟିଆ ବର୍ଷା ଯୋଗୁ ସଠିକ ଭାବେ ଚାଷ କାର୍ଯ୍ୟ ହୋଇପାରିନାହିଁ । ହେଲେ "ସରକାର ଏଥିପାଇଁ ତତ୍ପରତା ପ୍ରକାଶ କଲେ ନାହିଁ" ବୋଲି କହି ବର୍ଷିଛି କିଷାନ କଂଗ୍ରେସ । ସରକାର ଏଥିପାଇଁ ବିକଳ୍ପ ବ୍ୟବସ୍ଥା କରିବା ପରିବର୍ତ୍ତେ ନୀରବଦ୍ରଷ୍ଟା ସାଜିଥିବା କହି ଟାର୍ଗେଟ କରିଛି କିଷାନ କଂଗ୍ରେସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.