ETV Bharat / state

ଫନି ମାଡରେ ଛାରଖାର ଗଡ଼ହଳଦିଆ ରାଜବାଟୀ - DAMAGE

ସାମୁଦ୍ରିକ ଝଡ ଫନିର ତାଣ୍ଡବରେ ଦୋହଲିଯାଇଛି ସାରା ଓଡିଶା। ବଦଳିଯାଇଛି ଖୋର୍ଦ୍ଧା ଜିଲ୍ଲାର ଚିତ୍ର । ଏଥିରୁ ବାଦ ପଡିନି ଖୋର୍ଦ୍ଧା ରାଜବାଟୀ। ବାତ୍ୟା ଫନିର ତାଣ୍ଡବରେ କ୍ଷତିଗ୍ରସ୍ତ ହୋଇଛି ରାଜବାଟୀ ଏବଂ ଇଷ୍ଟ ଦେବଙ୍କ ମନ୍ଦିର ।

ଫଟୋ ସୌଜନ୍ୟ : ପ୍ରତିନିଧି,ଖୋର୍ଦ୍ଧା
author img

By

Published : May 20, 2019, 11:47 PM IST

ଖୋର୍ଦ୍ଧା : ପ୍ରକୃତି ରଚିଥିବା ବାତ୍ୟା ଫନିର କରାଳ ରୂପରେ ଛାରଖାର ହୋଇଯାଇଛି ଖୋର୍ଦ୍ଧା । କେଉଁଠି ବଡ଼ ବଡ଼ ଗଛ ମାଟି କାମୁଡି ପଡିରହିଛି ତ ଆଉ କେଉଁଠି ଚାଳ ଘରର ଛପର ଉଡିଯାଇଛି । ତେବେ ଫନିର ତାଣ୍ଡବରୁ ବାଦ ପଡିନି ଶହଶହ ବର୍ଷ ତଳର ରାଜବାଟୀ ।

ଆମେ କହୁଛୁ ଖୋର୍ଦ୍ଧା ଉପକଣ୍ଠ ଗଡ଼ହଳଦିଆର ରାଜବାଟୀ ବିଷୟରେ । 1838 ମସିହାରେ ଏହି ରାଜବାଟୀ ନିର୍ମାଣ ହୋଇଥିବାବେଳେ ଫନି ମାଡରେ ଏହା ନଷ୍ଟ ହୋଇଯାଇଛି ।

ଭିଡିଓ ସୌଜନ୍ୟ : ପ୍ରତିନିଧି,ଖୋର୍ଦ୍ଧା

କ୍ଷତିଗ୍ରସ୍ତ ହୋଇଛି ରାଜବାଟୀ ସହ ରାଜାଙ୍କ ଇଷ୍ଟ ଦେବଙ୍କ ମନ୍ଦିର । ଫନିକୁ 17 ଦିନ ବିତିଯିବା ପରେ ମଧ୍ୟ ସୁଧୁରି ପାରୁନି ପରିସ୍ଥିତି । ରାଜବାଟୀ ଉପରେ ଏବେବି ପଡି ରହିଛି ଉପୁଡି ପଡିଥିବା ଗଛ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Slug - ଫନି ମାଡରେ ଛାରଖାର ଗଡ଼ହଳଦିଆ ରାଜବାଟି

Format- AVB

Place- khurda,20.5.19

Visual- mojo

ଆଙ୍କର : ପ୍ରକୃତି ରଚିଥିବା ବାତ୍ୟା ଫନିର କରାଳ ରୂପରେ ଛାରଖାର ହୋଇଛି ଖୋର୍ଦ୍ଧା । କେଉଁଠି ବଡ଼ ବଡ଼ ଗଛ ମାଟିରେ ଲୋଟିଛି ତ ଆଉ କୋଉଠି ଘରର ଛପର ଉଡିଯାଇଛି । ସେହିପରି ସାମୁଦ୍ରିକ ଝଡ଼ ଫନିର କରାଳ ରୂପରୁ ବାଦ ପଡିନି ସହ ସହ ବର୍ଷ ତଳର ରାଜବାଟି । ଆମେ କହୁଛୁ ଖୋର୍ଦ୍ଧା ଉପକଣ୍ଠ ଗଡ଼ହଳଦିଆର ରାଜବାଟି ବିଷୟରେ । 1838 ମସିହାରେ ଏହି ରାଜବାଟି ନିର୍ମାଣ ହୋଇଥିବା ବେଳେ ଫନି ମାଡରେ ଏହା ଅସ୍ତବ୍ୟସ୍ତ ହୋଇଛି । ରାଜବାଟି ଓ ରାଜାଙ୍କ ଇଷ୍ଟ ଦେବଙ୍କ ମନ୍ଦିର କ୍ଷତିଗ୍ରସ୍ତ ହୋଇଛି । ରାଜବାଟି ଉପରେ ବାତ୍ୟା ଫନିରେ ଉପୁଡି ପଡିଥିବା ଗଛ ମଧ୍ୟ ଏବେବି ପଡିରହିଛି ।

ବାଇଟ1- ଜଗନ୍ନାଥ ପ୍ରଶାଦ ଭଞ୍ଜଦେଓ,ରାଜକୁମାର

 PTC

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ ଈଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.