ETV Bharat / state

ବନ୍ୟାଘେରରେ ଗାଁ: ପହଞ୍ଚିପାରିଲାନି ଆମ୍ବୁଲାନ୍ସ, ଚାଲିଗଲା ବୃଦ୍ଧାଙ୍କ ଜୀବନ

author img

By

Published : Sep 1, 2020, 1:01 PM IST

ଦୁଃଖ କଷ୍ଟରେ ବନ୍ୟା ପ୍ରପୀଡିତ । ଆସିପାରିଲାନି ଆମ୍ବୁଲାନ୍ସ ଆଉ ବୃଦ୍ଧାଙ୍କର ଚାଲିଗଲା ଜୀବନ ।

ପହଞ୍ଚିପାରିଲାନି ଆମ୍ବୁଲାନ୍ସ, ଚାଲିଗଲା ବୃଦ୍ଧାଙ୍କ ଜୀବନ

ଖୋର୍ଦ୍ଧା : ଦୁଃଖ କଷ୍ଟରେ ବନ୍ୟା ପ୍ରପୀଡିତ । ଆସିପାରିଲାନି ଆମ୍ବୁଲାନ୍ସ ଆଉ ବୃଦ୍ଧାଙ୍କର ଚାଲିଗଲା ଜୀବନ । ଆଜି(ମଙ୍ଗଳବାର) ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲା ବନ୍ୟା ଅଞ୍ଚଳ ଓରବରସିଂହ ପଞ୍ଚାୟତର ଡ଼ିହଖଳାରେ ।

ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ତାଙ୍କର ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ ପ୍ରମିଳା ସୁନ୍ଦରାୟ । ଓରବରସିଂହ ପଞ୍ଚାୟତ ଦୀର୍ଘ 10-12 ଦିନ ହେବ ପାଣିଘେରରେ । ଫଳରେ ଆମ୍ବୁଲାନ୍ସ ଆସିପାରି ନଥିଲା । ଅନ୍ୟପକ୍ଷେ ଅଣ୍ଟାଏ ପାଣିରେ ମୃତଦେହକୁ ଚାରିକାନ୍ଧ ଦେଇଛନ୍ତି ଲୋକେ । ଏବେବି ବନ୍ୟା ଘେରରେ 15ଟି ଗାଁ ଲୋକେ ।

ଏପରିକି ଶ୍ମଶାନରେ ମଧ୍ୟ ପାଣି ଜମା ହୋଇ ରହିଛି । ଫଳରେ ଅନ୍ତିମ ସଂସ୍କାର ପାଇଁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଥିଲା । ତେବେ ଏଠାକାର ଲୋକ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ପ୍ରଶାସନ ତରଫରୁ ଅଧିକ ଡଙ୍ଗାର ସୁବିଧା କରାଇବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ନିବେଦନ କରାଯାଇଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.