ଖୋର୍ଦ୍ଧା: ଜିଲ୍ଲା ସବଜେଲ ପରିସରରେ ଜେଲର ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଜେଲରେ ଏକ ନୂଆ କ୍ୟାଣ୍ଟିନର ଉଦଘାଟନ କରାଯାଇଛି । କାର୍ଯ୍ୟକ୍ରମରେ ଜେଲ ଅଧିକ୍ଷକ କୃଷ୍ଣଚନ୍ଦ୍ର ରାଉତ ଅଧ୍ୟକ୍ଷତା କରିଥିଲେ । ସ୍ୱେଚ୍ଛାସେବୀ ଅନୁଷ୍ଠାନ ନିୟୁ ଥିଙ୍କିଙ୍ଗ୍ ଫୋରମ ଓ ଜେଲର ମିଳିତ ସହଯୋଗରେ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର, ଏସପି ଅଜେୟ ପ୍ରତାପ ସ୍ୱାଇଁ, ଉପଜିଲ୍ଲାପାଳ ଅଶୋକ କୁମାର ବେଉରିଆ ପ୍ରମ୍ମୁଖ ଯୋଗ ଦେଇଥିଲେ । ଏହି ଅବସରରେ ଜେଲ ପରିସରରେ ଏକ ନୂତନ କ୍ୟାଣ୍ଟିନକୁ ଅତିଥିମାନେ ଉଦଘାଟନ କରିଛନ୍ତି । ପ୍ରତିଷ୍ଠା ଦିବସ ଉପଲକ୍ଷେ ଜେଲରେ ଥିବା ଅନ୍ତେବାସୀମାନଙ୍କୁ ନେଇ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା କରି କୃତିତ୍ୱ ଅର୍ଜନ କରିଥିବା ଅନ୍ତେବାସୀଙ୍କୁ ଅତିଥିମାନେ ପୁରସ୍କୃତ କରିଛନ୍ତି । ବିଶେଷ କରି ଅନ୍ତେବାସୀମାନେ ଜେଲରୁ ବହାରିବା ପରେ କିଭଳି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବେ, ଉପଦେଶ ଦେବା ସହ ବୁଝାଇଛନ୍ତି ଉପସ୍ଥିତ ଅତିଥି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ