ETV Bharat / state

ବେଆଇନ ମାଙ୍କଡା ପଥର ଖଣି ଉପରେ ଚଢ଼ାଉ, 14 ଗାଡି ଜବତ - ଖୋର୍ଦ୍ଧା ବେଆଇନ ଖଣିରେ ଚଢଉ

ଖୋର୍ଦ୍ଧା ନିକଟସ୍ଥ ମୋଟା କାଜୁ ଜଙ୍ଗଲରେ ବେଆଇନ ମାଙ୍କଡା ପଥର ଖଣି ଉପରେ ଜିଲ୍ଲା ପୋଲିସର ଚଢ଼ାଉ। ଖଣି ମାଲିକ ଏବଂ ଗାଡି ଚାଳକ ଫେରାର ଥିବାବେଳେ 14ଟି ଗାଡି ଜବତ ହୋଇଛି।

khurda news
ବେଆଇନ ମାଙ୍କଡା ପଥର ଖଣି ଉପରେ ଚଢ଼ାଉ: 14 ଗାଡି ଜବତ
author img

By

Published : Dec 4, 2019, 7:20 PM IST

ଖୋର୍ଦ୍ଧା: ଜିଲ୍ଲାର ମୋଟା କାଜୁ ଜଙ୍ଗଲରେ ବେଆଇନ ମାଙ୍କଡା ପଥର ଖଣି ଉପରେ ପୋଲିସ ଚଢ଼ାଉ। ଖଣି ମାଲିକ ଏବଂ ଗାଡି ଚାଳକ ଫେରାର ଥିବା ବେଳେ 14ଟି ଗାଡି ଜବତ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସପି ଜଣାଇଛନ୍ତି। ଜବତ ଗାଡି ମଧ୍ୟରେ ଗୋଟିଏ ଲେଖାଏଁ ଜେସିବି ମେସିନ, ଟ୍ରାକ୍ଟର ଏବଂ 3ଟି ପାୱାରଟିଲର, ଟ୍ରକ, ମିନିଟ୍ରକ ଓ ମଟର ସାଇକେଲକୁ ଜବତ କରାଯାଇଛି। ଏପରି ଚଢ଼ାଉ ଆଗାମୀ ଦିନରେ ଜାରି ରହିବ। ଗତକାଲି ରାତିରେ ଖୋର୍ଦ୍ଧା ଅତିରିକ୍ତ ଏସପି ମାୟାଧର ସେଠୀଙ୍କ ନେତୃତ୍ବରେ ଏହି ଚଢାଉ ହୋଇଥିଲା। ଏଥିରେ 3 ଡିଏସପି, 6 ଇନସ୍ପେକ୍ଟର, 8 ଜଣ ସବ ଇନିସ୍ପେକ୍ଟର ଏହି ଅପରେସନରେ ସାମିଲ ଥିଲେ।

ବେଆଇନ ମାଙ୍କଡା ପଥର ଖଣି ଉପରେ ଚଢ଼ାଉ: 14 ଗାଡି ଜବତ

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:ବେଆଇନ ମାଙ୍କଡା ପଥର ଖଣି ଉପରେ ଚଢ଼ାଉ : 14 ଗାଡି ଜବତ

Body:ଖୋର୍ଦ୍ଧା ନିକଟସ୍ଥ ମୋଟା କାଜୁ ଜଙ୍ଗଲରେ ଥିବା ବେଆଇନ ମାଙ୍କଡା ପଥର ଖଣି ଉପରେ ଖୋର୍ଦ୍ଧା ପୋଲିସ ଚଢ଼ାଉ କରି 14ଟି ଗାଡି ଜବତ କରିଛି । ଏହା ମଧ୍ୟରେ ଗୋଟିଏ ଲେଖାଏଁ ଜେସିବି ମେସିନ ଓ ଟ୍ରାକ୍ଟର ଏବଂ ତିନୋଟି ଲେଖାଏଁ ପାୱାରଟିଲର,ଟ୍ରକ,ମିନିଟ୍ରକ ଓ ମଟର ସାଇକେଲକୁ ଜବତ କରିଛି ଜିଲା ପୋଲିସ । ଏହି ଅପରେସନ ଖୋର୍ଦ୍ଧା ଅତିରିକ୍ତ ଏସ୍ପିଙ୍କ ନେତୃତ୍ୱରେ କରାଯାଇଥିବା ବେଳେ ଏଥିରେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ । ଏହି ଚଢ଼ାଉ ସମ୍ପର୍କରେ ଆଗୁଆ ଜାଣିପାରି ଖଣି ମାଲିକ ଏବଂ ଗାଡି ଚାଳକ ମାନେ ଖସି ଯାଇଥିବା ଜଣାପଡ଼ିଥିବା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଖୋର୍ଦ୍ଧା ଏସ୍ପି ସୂଚନା ଦେଇଛନ୍ତି । ଏପରି ଚଢ଼ାଉ ଆଗମିଦିନରେ ଜାରି ରହିବ ବୋଲି ସୂଚନା ମିଳିଛି ।

Conclusion:ବାଇଟ- ଅଜେୟ ପ୍ରତାପ ସ୍ୱାଇଁ,ଏସ୍ପି ଖୋର୍ଦ୍ଧା

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.