ଖୋର୍ଦ୍ଧା: ଜିଲ୍ଲାର ବେଗୁନିଆ ବ୍ଲକରେ କୋରୋନା ସଂକ୍ରମଣ ଥମିବାର ନାଁ ଧରୁନି । ଏଠାରେ ସଂକ୍ରମଣ ଚେନ ଭାଙ୍ଗିବାକୁ ତହସିଲଦାର ପୃଥ୍ୱୀରାଜ ମଣ୍ଡଳଙ୍କ ସୁପାରିଶ କ୍ରମେ ଉପଜିଲ୍ଲାପାଳ ଅଶୋକ କୁମାର ବେହୁରିଆ ବେଗୁନିଆର ୪ଟି ପଞ୍ଚାୟତର ୫ଟି ଗ୍ରାମକୁ ସୋମବାର କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରିଛନ୍ତି ।
ଏହି ବ୍ଲକର ବାଘମାରୀ ପଞ୍ଚାୟତ ଅଧିନସ୍ଥ ବାଣ୍ଡି ଗ୍ରାମରେ ୨ ଜଣ, ସାରୁଅ ପଞ୍ଚାୟତର ସାରୁଅ ଗ୍ରାମରେ ୩ ଜଣ, କୁଞ୍ଜୁରୀ ପଞ୍ଚାୟତ ଅଧିନସ୍ଥ ଗୋଡି ଗ୍ରାମରେ ୨ ଜଣ, ନିଆଁମୁହାଁ ଗ୍ରାମରେ ୨ ଜଣ ଏବଂ ବୋତଳମା ପଞ୍ଚାୟତ ଅଧିନସ୍ଥ ଛତ୍ରପଡାଗ୍ରାମରେ ୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥିପାଇଁ ସୋମବାର ତାରିଖ ସନ୍ଧ୍ୟା ୭ ଟାରୁ ଆସନ୍ତା ୯ ତାରିଖ ରାତି ୯ ଟା ପର୍ଯ୍ୟନ୍ତ ଏହିସବୁ ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ସେହିପରି କଣ୍ଟେନମେଣ୍ଟ ଗ୍ରାମ ଭିତରକୁ ବାହାର ଲୋକମାନଙ୍କ ପ୍ରବେଶ ଏବଂ ଗ୍ରାମର କୌଣସି ଲୋକ ବାହାରକୁ ବାହାରିବା ଉପରେ କଟକଣା ଲଗାଯାଇଛି । ଏଥିସହ ଏହି ସମୟ ମଧ୍ୟରେ ସମ୍ପୃକ୍ତ ଅଞ୍ଚଳକୁ ବିଶୋଧନ କରାଯିବା ସହ କୋରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯିବ ବୋଲି ନିର୍ଦ୍ଦେଶନାମା ଜାରି କରିଛନ୍ତି ଉପଜିଲ୍ଲାପାଳ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ