ETV Bharat / state

ମହିଳା ମହାସଂଘରେ ମହାଘୋଟାଲା: ହେଉନି ତଦନ୍ତ କି କାର୍ଯ୍ୟାନୁଷ୍ଠାନ - Big scam in SHG

ମହିଳା ମହାସଂଘରେ ମହାଘୋଟଲା । ମିଳିମିଶି ଲକ୍ଷାଧିକ ଟଙ୍କା ଆତ୍ମସାତ ହୋଇଥିବା ନେଇ ଆସିଛି ସଙ୍ଗୀନ ଅଭିଯୋଗ । ବିଡ଼ିଓ ଏବଂ ସ୍ଥାନୀୟ ପ୍ରଶାସନ ମଧ୍ୟରେ ହୋଇଛି ଏହି ମହା ଘୋଟାଲା ।

Khordha: women alleged Big scam in SHG, no investication yet
ମହିଳା ମହାସଂଘରେ ମହା ଘୋଟାଲା: ହେଉନି ତଦନ୍ତ କି କାର୍ଯ୍ୟାନୁଷ୍ଠାନ
author img

By

Published : Sep 13, 2020, 9:27 PM IST

ଖୋର୍ଦ୍ଧା: ମହିଳା ମହାସଂଘରେ ମହାଘୋଟଲା । ମିଳିମିଶି ଲକ୍ଷାଧିକ ଟଙ୍କା ଆତ୍ମସାତ ହୋଇଥିବା ନେଇ ଆସିଛି ସଙ୍ଗୀନ ଅଭିଯୋଗ । ବିଡ଼ିଓ ଏବଂ ସ୍ଥାନୀୟ ପ୍ରଶାସନ ମଧ୍ୟରେ ହୋଇଛି ଏହି ମହା ଘୋଟାଲା । ଯାହାକୁ ନେଇ ତାତିଲେ ୧୨ ଶହରୁ ଉର୍ଦ୍ଧ୍ୱ ମହିଳା ।

ମହିଳା ମହାସଂଘରେ ମହା ଘୋଟାଲା: ହେଉନି ତଦନ୍ତ କି କାର୍ଯ୍ୟାନୁଷ୍ଠାନ

ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ହାଟବରଡି ପଞ୍ଚାୟତରେ ରହିଛି ପଞ୍ଚାୟତ ମହିଳା ମହାସଂଘ । ଦୀର୍ଘ ଦିନ ଧରି ରହିଥିଲେ ମଧ୍ୟ ଏହି ମହାସଂଘର ସଭାପତି ଓ ସମ୍ପାଦିକା ପରିବର୍ତ୍ତନ କରାଯାଉନାହିଁ । ନିୟମ ଅନୁସାରେ ଚୟନ ମୁତାବକ ନୂତନ କମିଟି ଗଠନ କରାଯାଇଛି । ମାତ୍ର ସେଥିରେ ସ୍ଥାନୀୟ ପ୍ରଶାସନ ମୋହର ମାରିବାକୁ ଧରାଛୁାଆ ଦେଉନଥିବା ଅଭିଯୋଗ ହୋଇଛି ।

ଅନ୍ୟ ପଟେ ପୁରୁଣା କମିଟିର କର୍ମକର୍ତ୍ତା ମହିଳା ମହାସଂଘ ନାଁରେ ଲକ୍ଷ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲେ ତଦନ୍ତ କରାଯାଉ ନାହିଁ । ଅସଜଡ଼ା ଥିବା ନଥିପତ୍ରକୁ ପଞ୍ଚାୟତ ଗୃହରୁ ସ୍ଥାନୀୟ ପ୍ରଶାସନ ଅଧିକାରୀ ଓ ପୁରୁଣା କମିଟିର କର୍ମକର୍ତ୍ତା ଚୋରି କରି ନେବାକୁ ପ୍ରୟାସ କରୁଥିବା ବେଳେ ନୂତନ କମିଟିର କର୍ମକର୍ତ୍ତା ମାନେ ଏହା ଦେଖି ବିରୋଧ କରିଥିଲେ ।

ଯାହାକୁ ନେଇ ନୂଆ ଓ ପୁରୁଣା କମିଟି ମଧ୍ୟରେ ପଞ୍ଚାୟତରେ ମୁହିଁମୁହିଁ ସ୍ଥିତି ଉପୁଜିଥିଲା । ନଥିପତ୍ର ଚୋରି କରି ନେବାକୁ ଆସିଥିବା କର୍ମକର୍ତ୍ତାକୁ ନୂଆ କମିଟିର କର୍ମକର୍ତ୍ତା ପଞ୍ଚାୟତ ମଧ୍ୟରେ ଅଟକ ରଖିଥିଲେ । ଏନେଇ ବାରମ୍ବାର ପ୍ରଶାସନକୁ ଅବଗତ କରାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ପ୍ରାୟ ୧୨ ଶହରୁ ଅଧିକ ମହିଳା ଉତ୍ୟକ୍ତ ହୋଇ ଘୋଟଲାରେ ସମ୍ପୃକ୍ତ ଥିବା ଏମବିକେ ପ୍ରିୟମ୍ବଦା ବରାଳକୁ ପଞ୍ଚାୟତ ଅଫିସ ମଧ୍ୟରେ ବାନ୍ଧି ଅଟକ ରଖିଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଟକ ଥିବା ପୁରୁଣା କମିଟିର କର୍ମକର୍ତ୍ତା ଏମବିକେଙ୍କୁ ଉଦ୍ଧାର କରିଛି ।

ସ୍ଥାନୀୟ ପ୍ରଶାସନ କାହିଁକି ଏହା ଉପରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ କରୁନାହିଁ ତାହାକୁ ନେଇ ଉଠିଛି ବଡ଼ ପ୍ରଶ୍ନବାଚୀ । ଲକ୍ଷ ଲକ୍ଷ ଟଙ୍କା ହେରଫେର କରିଥିବା ୧୮ ଜଣ ମହିଳାଙ୍କ ବିରୋଧରେ କେବେ ହେବ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ । ଏନେଇ ଆମେ ଚିଲିକା ବିଡ଼ିଓ ଙ୍କୁ ଯୋଗା ଯୋଗ କରିଥିଲେ ମଧ୍ୟ ମୁହଁ ଖୋଲୁ ନାହାନ୍ତି । କେବେ ଦୁର୍ନୀତି ହୋଇଥିବା ଲକ୍ଷ ଲକ୍ଷ ଟଙ୍କାର ହିସାବ ଏହି ୧୨ ଶହ ମହିଳାଙ୍କୁ ମିଳିବ ତାହା ଦେଖିବାକୁ ବାକି ରହିଲା ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.