ETV Bharat / state

ଖୋର୍ଦ୍ଧା ବିକାଶ ମଞ୍ଚର ଅଟ୍ରି ବଞ୍ଚାଅ ଅଭିଯାନ, ମୁଖ୍ୟମନ୍ତ୍ରୀଙ୍କୁ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

author img

By

Published : Oct 23, 2022, 10:15 PM IST

ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଅଟ୍ରି ଉଷ୍ଣପ୍ରସ୍ରବଣର ବିକାଶ ପାଇଁ ଦାବି କଲା ଖୋର୍ଦ୍ଧା ବିକାଶ ମଞ୍ଚ । ଅଟ୍ରିର ପୁନରୁଦ୍ଧାର ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ । ଅଧିକ ପଢ଼ନ୍ତୁ

ଖୋର୍ଦ୍ଧା ବିକାଶ ମଞ୍ଚର ଅଟ୍ରି ବଞ୍ଚାଅ ଅଭିଯାନ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଖୋର୍ଦ୍ଧା: ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରସିଦ୍ଧି ଅର୍ଜନ କରିଥିବା ବାଘମାରୀ ଅଟ୍ରି ଉଷ୍ଣପ୍ରସ୍ରବଣର ବିକାଶ ଦାବି କଲା ଖୋର୍ଦ୍ଧା ବିକାଶ ମଞ୍ଚ । ଏହାକୁ ନେଇ ବିଶାଳ ଶୋଭାଯାତ୍ରାରେ ବାଘମାରୀ ବଜାର ପରିକ୍ରମା କରିବା ପରେ ଅଟ୍ରି ଉଷ୍ଣ ପ୍ରସ୍ରବଣ ନିକଟରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ତେବେ ଅଟ୍ରିର ପୁନରୁଦ୍ଧାର ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ବିଧାୟକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ଖୋର୍ଦ୍ଧା ଜିଲ୍ଲା ବାଘମାରୀସ୍ଥିତ ଅଟ୍ରି ଉଷ୍ଣପ୍ରସ୍ରବଣ ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରସିଦ୍ଧି ଅର୍ଜନ କରିଛି । ବର୍ଷର ବିଭିନ୍ନ ସମୟରେ ଏଠାକୁ ଜିଲ୍ଲା ତଥା ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି । ତେବେ ଏହା ଏବେ ଅବହେଳିତ ହୋଇ ରହିଥିବା ଅଭିଯୋଗ କରିଛି ଖୋର୍ଦ୍ଧା ବିକାଶ ମଞ୍ଚ । ଏହି ପୀଠର ଉନ୍ନତିକରଣ ଦାବିରେ ମଞ୍ଚର କାର୍ଯ୍ୟକର୍ତ୍ତା ସହ ସ୍ଥାନୀୟ ସେବାୟତମାନେ ଆଜି ବାଘମାରୀ ମହିଳା ମହାବିଦ୍ୟାଳୟ ନିକଟରେ ଏକତ୍ରୀତ ହୋଇ ଏକ ବିଶାଳ ଶୋଭାଯାତ୍ରାରେ ବାଘମାରୀ ବଜାର ପରିକ୍ରମା ପରେ ଅଟ୍ରି ଉଷ୍ଣପ୍ରସ୍ରବଣ କେନ୍ଦ୍ର ନିକଟରେ ପହଞ୍ଚିଥିଲେ । ଏଠାରେ ଏକ ପ୍ରତିବାଦ ସଭାର ଆୟୋଜନ କରାଯାଇଥିଲା ।

ଏହି ସଭାରେ ଯୋଗଦେଇ ଅଟ୍ରି ଉଷ୍ଣପ୍ରସ୍ରବଣ ପୀଠର ମାହାତ୍ମ୍ୟ ଉପରେ ଆଲୋକପାତ କରିଥିଲେ ପୂର୍ବତନ ବିଧାୟକ ଦିଲ୍ଲୀପ ଶ୍ରୀଚନ୍ଦନ । ଏହି ପୀଠକୁ ନେଇ ଲୋକଙ୍କ ବିଶ୍ବାସରେ ବିଜ୍ଞାନ ହାରମାନିଥିବା ସେ କହିଛନ୍ତି । ଏହି ଅବସରରେ ଖୋର୍ଦ୍ଧା ବିକାଶ ମଞ୍ଚର ସଭାପତି ନରେନ୍ଦ୍ର ପୃଷ୍ଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ତେବେ ଅଟ୍ରି ସହିତ ପାଇକ ବିଦ୍ରୋହର ଏନ୍ତୁଡ଼ିଶାଳ ଖୋର୍ଦ୍ଧାଗଡ ଓ କାଇପଦରସ୍ଥିତ ବୁଖାରୀ ବାବାଙ୍କ ପୀଠକୁ ମିଶାଇ 5T ଅନ୍ତର୍ଭୁକ୍ତ କରାଇ ଏକ ସ୍ବର୍ଣ୍ଣ ତ୍ରିଭୁଜ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦେବାକୁ ବୁଦ୍ଧିଜୀବିମାନେ ଦାବି କରିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.