ଖୋର୍ଦ୍ଧା: 16ନଂ ଜାତୀୟ ରାଜପଥରେ ବିଶାଖାପାଟଣାରୁ ଚାଲିଚାଲି ନିଜ ରାଜ୍ୟ ବିହାର ଓ ଛତିଶଗଡ଼ ଅଭିମୁଖେ ଆସୁଥିଲେ 56ଜଣ ଶ୍ରମିକ । ଶ୍ରମିକମାନଙ୍କୁ ମାନବିକତା ଦେଖାଇ ସେମାନଙ୍କୁ ଜାତୀୟ ରାଜପଥରୁ ଉଦ୍ଧାର କରିଥିଲା ଖୋର୍ଦ୍ଧା ପୋଲିସ ।
ଏହାପରେ ସେମାନଙ୍କୁ ଖୋର୍ଦ୍ଧା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟକୁ ଆଣି ଖାଦ୍ୟ ପାନୀୟ ଦେଇ ସେମାନଙ୍କ ରାଜ୍ୟ ବିହାର ଓ ଛତିଶଗଡ଼ ଅଭିମୁଖେ ପଠାଇବା ପାଇଁ ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶରେ ଏକ ସ୍ଵତନ୍ତ୍ର ବସର ବ୍ୟବସ୍ଥା କରାଯାଇଥିଲା । ଏହାପରେ ସେମାନଙ୍କୁ ସେମାନଙ୍କର ରାଜ୍ୟର ସୀମା ଜାମୋଶାଳା ସିମାନ୍ତ ଗେଟରେ ଛାଡିଥିବା ଜଣାପଡ଼ିଛି ।
ଜିଲ୍ଲା ପୋଲିସର ଏଭଳି କାର୍ଯ୍ୟକୁ ସର୍ବ ସାଧାରଣରେ ବେଶ ପ୍ରଶଂସା କରାଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ