ଖୋର୍ଦ୍ଧା: ଚିତ୍ରଶୀଳ୍ପ ମାଧ୍ୟମରେ କୋରୋନା ସଚେତନତା । କୋରୋନା କାୟାରେ ସାରା ବିଶ୍ବ କବଳିତ । ଖୋର୍ଦ୍ଧା ଜିଲ୍ଲାରେ ଦିନକୁ ଦିନ ବୃଦ୍ଧି ପାଉଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ପୌର ପରିଷଦ ପକ୍ଷରୁ ସହରର ବିଭିନ୍ନ କାନ୍ଥ ମାନଙ୍କରେ ସ୍ଥାନୀୟ ଚିତ୍ରଶିଳ୍ପୀଙ୍କୁ ନେଇ ଲୋକଙ୍କ ସଚେତନତା ପାଇଁ କରିଛନ୍ତି ଅଭିନବ ପ୍ରୟାସ ।
ଖୋର୍ଦ୍ଧା ଜିଲ୍ଲାରେ କୋରୋନାକୁ କିଭଳି ପ୍ରତିହତ କରାଯାଇ ପାରିବ ଏବଂ ଏହି ମହାମାରୀ କବଳରୁ ଆମେ କିଭଳି ରକ୍ଷା ପାଇବା ତାହାର ବାର୍ତା ଚିତ୍ରକଳା ମାଧ୍ୟମରେ ଲୋକଙ୍କୁ ସଚେତନତା କରୁଛି ପୌର ପ୍ରଶାସନ । ଏହାକୁ ସ୍ଥାନୀୟ ଲୋକମାନେ ପ୍ରଶାସନର ଏହି ଉଦ୍ୟମକୁ ବେଶ ପ୍ରଶଂସା କରିଛନ୍ତି । ଏ ସମ୍ପର୍କରେ ଖୋର୍ଦ୍ଧା ପୌର ଅଧିକାରିଣୀ କହିଛନ୍ତି ଲୋକଙ୍କୁ ସଚେତନ କରିବା ପାଇଁ ଆମେ ଏଭଳି ପ୍ରୟାସ ଆରମ୍ଭ କରିଛୁ ଯାହାଦ୍ବାରା ଲୋକମାନେ କୋରୋନାକୁ ଜାଣିବେ ଏବଂ ଏହି ମହାମାରୀ ବିରୋଧରେ ଲଢେଇରେ ସତର୍କ ହୋଇପାରିବେ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ