ETV Bharat / state

ସରକାରୀ ଯନ୍ତ୍ରୀଙ୍କ ପାଇଁ ମନରେଗା ଦୁର୍ନୀତି ବଢୁଥିବା ଅଭିଯୋଗ

author img

By

Published : Jan 22, 2023, 2:55 PM IST

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକରେ ମନରେଗା ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଦେଖିବାକୁ ମିଳିଛି । ସରକାରୀ ଯନ୍ତ୍ରୀଙ୍କ ପାଇଁ ଦୁର୍ନୀତି ବଢୁଥିବା ଅଭିଯୋଗ କରିଛନ୍ତି ନିର୍ବାଚିତ ପ୍ରତିନିଧି । ଅଧିକ ପଢନ୍ତୁ

mgnrega yojana corruption in khurda
ସରକାରୀ ଯନ୍ତ୍ରୀଙ୍କ ପାଇଁ ମନରେଗା ଦୁର୍ନୀତି ବଢୁଥିବା ଅଭିଯୋଗ
ସହକାରୀ ଯନ୍ତ୍ରୀଙ୍କ ପାଇଁ ବଢୁଛି ମନରେଗା ଦୁର୍ନୀତି

ଖୋର୍ଦ୍ଧା: ସହକାରୀ ଯନ୍ତ୍ରୀଙ୍କ ପାଇଁ ମନରେଗା ଯୋଜନାରେ ମହାଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଦୁର୍ନୀତି ଗନ୍ତାଘର ପାଲଟିଛି ବେଗୁନିଆ ଓ ବୋଲଗଡ଼ ବ୍ଲକ । ମନରେଗା ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛନ୍ତି ନିର୍ବାଚିତ ପ୍ରତିନିଧି । ବେଗୁନିଆ ଓ ବୋଲଗଡ଼ ଦୁଇ ବ୍ଲକରେ ରହିଥିବା ଜଣେ ସହକାରୀ ଯନ୍ତ୍ରୀ ଅମୂଲ୍ୟ ବାହିନୀପତି ଏହି ଦୁର୍ନୀତିକୁ ପ୍ରୋତ୍ସାହିତ କରୁଥିବା ଅଭିଯୋଗ କରିଛନ୍ତି ବେଗୁନିଆ ଓ ଗେଡିଆପଲି ସମିତିସଭ୍ୟ ।

ଖାଲି ଏତିକି ନୁଁହ ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଯନ୍ତ୍ରୀ ୩୦ ପ୍ରତିଶତ ପିସି ନେଉଥିବା ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ନିର୍ବାଚିତ ପ୍ରତିନିଧି । ବେଗୁନିଆ ଓ ବୋଲଗଡ଼ର ବିଭିନ୍ନ ପଞ୍ଚାୟତ ଯେଉଁ ଉଦ୍ଦେଶ୍ୟ ରଖି ମନରେଗା ଯୋଜନାରେ ସରକାର କାମ ଯୋଗାଇଛନ୍ତି ତାହା ପ୍ରକୃତ ହିତାଧିକାରୀ ପାଖରେ ପହଁଞ୍ଚି ନପାରି ଲକ୍ଷଠାରୁ ଦୂରେଇ ଯାଉଥିବା ଦେଖିବାକୁ ମିଳୁଛି । ବେଗୁନିଆ ବ୍ଲକର ପଙ୍ଗାରସିଂହ, ରାଧକାନ୍ତପୁର, ଡିଙ୍ଗର, ଦେଉଳି, ବୋତଳମା ଭଳି ପଞ୍ଚାୟତରେ ଜବକାର୍ଡଧାରୀଙ୍କ ପରିବର୍ତ୍ତେ ମେସିନ ଲଗାଇ କାମ ହୋଇଥିବା ଅଭିଯୋଗ ହୋଇଛି । ସେହିଭଳି ଗୋଡ଼ା ଗ୍ରାମରେ ଅମୃତ ସରୋବର କାର୍ଯ୍ୟକୁ ମେସିନ କରୁଥିବା ସହ ଗ୍ରାମର ଯୁଧିଷ୍ଠିର ସାମନ୍ତରାୟ ଲୋକଯୁକ୍ତଙ୍କୁ ଅଭିଯୋଗ କରିଥିବା ବେଳେ ଛାତ୍ରପଡା ଗ୍ରାମରେ ମନରେଗାରେ ସମାନ ଅଭିଯୋଗ ଆସିଛି ।

ସେହିପରି ପଙ୍ଗାରସିଂହ ପଞ୍ଚାୟତ ଦିନ ଦ୍ବିପ୍ରହରରେ ସରପଞ୍ଚଙ୍କ ପ୍ରତିନିଧି ଉପସ୍ଥିତ ରହି ଖେଳ ପଡ଼ିଆ କାମକୁ ମେସିନରେ କରୁଥିବା ଦେଖିବାକୁ ମିଳିଥିଲା । ଏହାକୁ ବ୍ଲକ ସହକାରୀ ଯନ୍ତ୍ରୀ ପିସି ନେଇ ପ୍ରୋସାହନ କରୁଥିବାର ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବେଗୁନିଆ ପଞ୍ଚାୟତ ସମିତିସଭ୍ୟ ପ୍ରକାଶ ବଳିୟାରସିଂହ । କୋରୋନା ପରେ ଗ୍ରାମାଞ୍ଚଳ ଲୋକଙ୍କୁ କାମ ଯୋଗାଇବାକୁ କେନ୍ଦ୍ର ସରକାର ପଞ୍ଚାୟତରେ ମନରେଗା ଯୋଜନାରେ ଅର୍ଥ ପ୍ରଦାନ କରୁଥିବା ବେଳେ ଏହି ଅର୍ଥ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ । ଠିକାଦାର ଏହି ଟଙ୍କା ଆତ୍ମସାତ କରୁଥିବା ଅଭିଯୋଗ ହୋଇଛି । ଏହା କେବଳ ମୋଟା ଅଙ୍କର ପିସି ଦ୍ବାରା ସମ୍ଭବ ହୋଇପାରୁଥିବା ଅଭିଯୋଗ କରାଯାଇଛି ।

ଏହା ବି ପଢନ୍ତୁ...ସରକାରଙ୍କ ନଜର ଆଢୁଆଳରେ ସାହାଜପଡା, ବିକାଶ ଏଠି ସାତସପନ

ବେଗୁନିଆ ସମିତିସଭ୍ୟଙ୍କ ଅଭିଯୋଗକୁ ନେଇ ବେଗୁନିଆ ବିଡ଼ିଓ ଲକ୍ଷ୍ମୀଧର ସାହୁ କହିଛନ୍ତି, "ମୋ ପାଖକୁ ସେମିତି କିଛି ଅଭିଯୋଗ ନାହିଁ ଅଭିଯୋଗ ଆସିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ବୋଲଗଡ଼ ବ୍ଲକରୁ ଆସିଥିବା ଅଭିଯୋଗ ସମ୍ପର୍କରେ ବୋଲଗଡ଼ ବିଡ଼ିଓ କିମ୍ବା ଦୁଇ ବ୍ଲକର ସହକାରୀ ଯନ୍ତ୍ରୀ ଅମୂଲ୍ୟ ବାହିନୀପତିଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।"

ଇଟିିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.