ଖୋର୍ଦ୍ଧା:ବେଶ କିଛିଦିନ ହେବ ଓଡ଼ିଶାର ଲଦାଖ ଭାବେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଖୋର୍ଦ୍ଧା ତାପଙ୍ଗର ହତିଆ ମୁଣ୍ଡିଆ । ଏହାର ଅପରୂପ ଶୋଭାରାଜିକୁ ଥରେ ଯିଏ ଦେଖିଛି ସେ ତା ପ୍ରଶଂସା ନକରି ରହିପାରିନି । ମନୁଷ୍ୟକୃତ ଏହି ସ୍ଥାନ ସମ୍ପର୍କରେ ପ୍ରଥମେ ‘ଇଟିଭି ଭାରତ’ ଖବର ପ୍ରସାରଣ କରିବା ପରେ ଏହି ସ୍ଥାନ ପର୍ଯ୍ୟଟନସ୍ଥଳୀ ପାଲଟି ଯାଇଥିଲା । କହିବାକୁ ଗଲେ ଏକଦମ ସେଲ୍ଫି ପଏଣ୍ଟ ପାଲଟିଥିଲା ।
କିନ୍ତୁ ଗତକାଲି ପ୍ରଶାସନ ପକ୍ଷରୁ ଏହି ସ୍ଥାନକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି ଓ କୁହାଯାଇଛି ଏହି ସ୍ଥାନରେ ବହୁ ଅଫୁଟା ଡ଼ିନାମାଇଟ ରହିଛି ଯାହା ପର୍ଯ୍ୟଟକଙ୍କ ବହୁ କ୍ଷତି ପହଞ୍ଚାଇ ପାରେ । ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲିବା ପରେ ପ୍ରକୃତି ପ୍ରେମୀଙ୍କୁ ବ୍ୟଥିତ କରିଛି । ସେପଟେ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ଭିଡ଼ିଓ ସମ୍ପର୍କରେ ଖୋର୍ଦ୍ଧା ଉପ-ଜିଲ୍ଲାପାଳ କହିଛନ୍ତି ଏହାର ଅନୁସନ୍ଧାନ କରାଯିବ ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ