ETV Bharat / state

ଯୋଜନାଠୁ ଯୋଜନ ଦୂରରେ କୁନି, ଗାଁ ବିକାଶ ଗୃହରେ ବିତୁଛି ଜୀବନ

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଳକ ଦୁର୍ଗାପୁର ପଞ୍ଚାୟତ ଗୁଡୁମ ଗ୍ରାମର କୁନି ମହାରଣାଙ୍କ ଦୁଃଖ । ୧୦ କିଲୋ ଚାଉଳକୁ ଛାଡି ଆଉ କୌଣସି ପ୍ରକାର ସରକାରୀ ସହାୟତା ମିଳୁନାହିଁ । ସ୍ବାମୀଙ୍କ ମୃତ୍ୟୁ ପରେ ଘରଖଣ୍ଡେ ନଥିବାରୁ ଗାଁ ବିକାଶ ଗୃହରେ ବିତୁଛି ଜୀବନ । ଦେଖନ୍ତୁ ଏହି ରିପୋର୍ଟ

author img

By

Published : Nov 3, 2022, 9:35 PM IST

ଯୋଜନାଠୁ ଯୋଜନ ଦୂରରେ କୁନି
ଯୋଜନାଠୁ ଯୋଜନ ଦୂରରେ କୁନି

ଖୋର୍ଦ୍ଧା: ଗରିବ ଅସହାୟଙ୍କ ପାଇଁ ସରକାରଙ୍କ କାହିଁ କେତେ ଯୋଜନା କିନ୍ତୁ ଏଥିରୁ ବଞ୍ଚିତ ପ୍ରକୃତ ହିତାଧିକାରୀ । ନା ମିଳିଛି ଘର ନା ମିଳିଛି ଭତ୍ତା । ବେଳେବେଳେ ପରିସ୍ଥିତି ଏପରି ଏକ ସ୍ଥାନରେ ଆଣି ଠିଆ କରେ ଯେଉଁଠାରେ ମଣିଷର ବଞ୍ଚିବା କଷ୍ଟକର ହୋଇଯାଏ । ଏଭଳି ବାସହରା ଅନ୍ଧକାର ଜୀବନ ବିତାଉଛନ୍ତି ଆଖିର ଲୁହ ଆଖିରେ ଶୁଖାଇ ଜୀବନ ବିତାଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଳକ ଦୁର୍ଗାପୁର ପଞ୍ଚାୟତ ଗୁଡୁମ ଗ୍ରାମର କୁନି ମହାରଣା ।ଗରିବ ହିତାଧିକାରୀଙ୍କ ପାଇଁ ସରକାରଙ୍କ ମାଳ ମାଳ ଯୋଜନା ରହିଥିଲେ ବି ପ୍ରଶାସନିକ ଅଧିକାରୀ ଏବଂ ନିର୍ବାଚିତ ପ୍ରତିନିଧିମାନଙ୍କ ଉଦାସୀନତା ଯୋଗୁଁ ପରିଣତ ବୟସରେ ବିଧବା ମହିଳା କୁନିଙ୍କ ପାଇଁ ସରକାରୀ ସହାୟତା ସାତ ସପନ ପାଲଟିଛି ।

ଯୋଜନାଠୁ ଯୋଜନ ଦୂରରେ କୁନି

ଏହା ମଧ୍ୟ ପଢନ୍ତୁ:ବିଦ୍ୟାଧରପୁରରେ ଜମିଲା ଭସାଣ ଯାତ୍ରା, ମେଲାଣି ନେଲେ ମାଆ

ଗରିବ ଅସହାୟଙ୍କ ପାଇଁ ସରକାରଙ୍କ ମାଳମାଳ ଯୋଜନାରୁ କାଣିଚାଏ ମଧ୍ୟ ମିଳିନି କୁନିଙ୍କୁ । ନା ଅଛି ମୁଣ୍ଡ ଉପରେ ଛାତ ନା ମିଳୁଛି ଭତ୍ତା । ମିଳୁଛି କେବଳ ୧୦ କେଜି ଚାଉଳ । ମୁଣ୍ଡ ଗୁଞ୍ଜିବା ପାଇଁ ସାହା ପାଲଟିଛି ଆମ ଗାଁ ଆମ ବିକାଶ ଯୋଜନାରେ ନିର୍ମାଣ ହୋଇଥିବା ଗୃହ । ସରକାରୀ ସୁବିଧା ପାଇବା ପାଇଁ ପଞ୍ଚାୟତ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀମାନଙ୍କୁ ବାରମ୍ବାର ଗୁହାରୀ କରି ଆଖିର ଲୁହ ଆଖିରେ ଶୁଖିଗଲାଣି । ତଥାପି କୌଣସି ସୁବିଧା ପାଇପାରୁନାହାନ୍ତି କୁନି ।

ବର୍ଷେ ହେବ ଆରପାରିକୁ ଚାଲିଯାଇଛନ୍ତି କୁନିଙ୍କ ସ୍ବାମୀ । ସ୍ବାମୀ ଯିବାର ବର୍ଷେ ବିତିଯାଇଥିଲେ ସୁଦ୍ଧା ଏଯାଏଁ ମିଳିପାରୁନି ବିଧବା ଭତ୍ତା । କୁନି ନିଜର ଝିଅ ଲକ୍ଷ୍ମୀପ୍ରିୟାକୁ ଧରି ରହୁଛନ୍ତି ହେଲେ ଏବେ ତାଙ୍କ ଦୁଃଖ ବୁଝିବାକୁ ପାଖରେ କେହି ନାହାଁନ୍ତି । ସେପଟେ ରହିବା ପାଇଁ ଜାଗା ନଥିବାରୁ ସରକାରଙ୍କ ପକା ଘର ଯୋଜନାରୁ ମଧ୍ୟ ସେ ବଞ୍ଚିତ ହୋଇଛନ୍ତି । ତେଣୁ ଗାଁର ଶେଷ ମୁଣ୍ଡରେ ଥିବା ଆମ ଗାଁ ବିକାଶ ଘରେ ଦୟନୀୟ ଭାବେ ପଡିରହିଛନ୍ତି ।

ଏନେଇ କୁନି କହିଛନ୍ତି, "ମୋର ସ୍ବାମୀଙ୍କ ମୃତ୍ୟୁ ପରେ ଘରଦ୍ବାର ନଥିବା କାରଣରୁ ମୁଁ ଏହି ଗାଁ ଶେଷମୁଣ୍ଡରେ ପଡିରହିଛି । ଯେଉଁଠି ରାତି ହେଉଛି ସେଇଠି ରହୁଛି । ଆଉ ମୋର କିଛି ଉପାୟ ନାହିଁ । ମୋର ଛୋଟ ଝିଅ ତୃତୀୟ ଶ୍ରେଣୀରେ ପଢୁଛି । ୧୦ କିଲୋ ଚାଉଳକୁ ଛାଡିଦେଲେ ଆଉ କିଛି ମିଳୁନାହିଁ । ମୋର ଛୁଆ କେମିତି ପାଠ ପଢିବ, ମୋତେ ରହିବା ପାଇଁ ଘରଟିଏ ସାହାଯ୍ୟ କରିବା ପାଇଁ ମୁଁ ସରକାରଙ୍କୁ ଅନୁରୋଧ କରୁଛି ।"

କୁନିଙ୍କ ସ୍ଥିତିକୁ ଅନୁଧ୍ୟାନ କରି ସରକାର ସୁବିଧାସୁଯୋଗ ଯୋଗାଇ ଦେବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ସେପଟେ କୁନିଙ୍କ ସ୍ଥିତି ସମ୍ପର୍କରେ ବେଗୁନିଆ ବିଡିଓଙ୍କୁ ଅବଗତ କରାଯାଇଥିବାବେଳେ ସେ ଖୁବ ଶୀଘ୍ର ତଦନ୍ତ କରି ଘର ଭତ୍ତା ସହ ଅନ୍ତଦୋୟ ଯୋଗାଣରେ ୩୫ କେଜି ଚାଉଳ ଖୁବଶୀଘ୍ର ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ପରିବାର ଉପରେ ଯଦି କଳାବାଦଲ ମାଡିଆସେ ତେବେ ଜୀବନ ଦୁର୍ବିସହ ହୋଇପଡେ । କୁନିଙ୍କୁ ଯଦି ସରକାରୀ ସହାୟତା ମିଳିପାରନ୍ତା, ତେବେ କିଛି ମାତ୍ରାରେ ଦୁଃଖ ଦୂର ହୋଇପାରନ୍ତା । ତେବେ ବେଗୁନିଆ ବିଡିଓ ନିଜ ପ୍ରତିଶୃତି କେବେ ପୂରଣ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.