ETV Bharat / state

ଫନି ଛଡାଇନେଲା ଜୀବନ-ଜୀବିକା

ଫନି ମାଡରେ ଜୀବିକା ହରାଇ ଏବେ ଏମିତି ସନ୍ତୁଳି ହେଉଛନ୍ତି ଖୋର୍ଦ୍ଧା ଉପକଣ୍ଠ ଗଡ଼ ହଳଦିଆ ଗାଁର ତଂଅଳା ସାହିବାସୀ ।

author img

By

Published : May 19, 2019, 8:10 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଖୋର୍ଦ୍ଧା: ଫନି ଆସିଲା ଆଉ ତାର କରଳରୁପ ଦେଖାଇ ସବୁକିଛି ଛାରଖାର କରିଦେଲା । ଝଡ ତୋଫାନ ତାଣ୍ଡବରେ ଉଜୁଡି ଯାଇଛି ଶାଳପତ୍ର ଜୀବିକା । କେମିତି ଚାଲିବ ପରିବାର, ପିଲାଛୁଆଙ୍କ ପାଇଁ କେଉଁଠୁ ଯୋଗାଡ଼ ହେବ ଦାନା । ଫନି ମାଡରେ ଜୀବିକା ହରାଇ ଏବେ ଏମିତି ସନ୍ତୁଳି ହେଉଛନ୍ତି ଖୋର୍ଦ୍ଧା ଉପକଣ୍ଠ ଗଡ଼ ହଳଦିଆ ଗାଁର ତଂଅଳା ସାହିବାସୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ବର୍ଷା ପବନ ମାଡରେ ଜୀବିକା ହରାଇଛି ଶାଳପତ୍ର ବେଉସା । ଏମାନଙ୍କ ପାଇଁ ଏକମାତ୍ର ରୋଜଗାରର ବାଟ ହେଲା ଶାଳପତ୍ର । ପେଟକୁ ମୁଠାଏ ଦାନା ଯୋଗାଡ଼ ପାଇଁ ଗାଁ ନିକଟସ୍ଥ ଜଙ୍ଗଲକୁ ଯାଆନ୍ତି ଖୋର୍ଦ୍ଧା ଜିଲ୍ଲା ହଳଦିଆ ଗାଁ ତଂଅଳା ସାହିର ଜ୍ୟୋଷ୍ଣା ଦାସ । ଶାଳପତ୍ର ତୋଳି ଘରକୁ ଆଣନ୍ତି । ଆଉ ନିଜ ହାତରେ ସିଲେଇ କରି ଯାହା ଦୁଇପଇସା ମିଳେ ସେଥିରେ ପରିବାର ଚଳନ୍ତି । ହେଲେ ସମୟ ବଇରୀ ସାଜିଲା ଫୋନି ମାଡରେ ମାଟି କାମୁଡ଼ିଛି ହଜାର ହଜାର ଶାଳ ଗଛ । ଗଛ ତ ନାହିଁ ପତ୍ର ଆସିବ କେଉଁଠୁ । ଆଗକୁ କେମିତି ଚାଲିବ ତେଲ ଲୁଣର ସଂସାର ଏ ଚିନ୍ତାରେ ଆଖିକୁ ନିଦନାହିଁ ।

କେବଳ ଜ୍ୟୋଷ୍ଣା ନୁହଁନ୍ତି ସେହି ସାହିର ଶହଶହ ପରିବାରର ଏଭଳି ବିକଳ ଚିତ୍ର । ଫୋନି ମହାତାଣ୍ଡବର ପରବର୍ତୀ ସ୍ଥିତି ପରଖିବାକୁ ଯାଇ ତଂଅଳା ସାହିର ଯାହାକୁ ଭେଟିଲୁ, ସମସ୍ତଙ୍କର କୋହମିଶା ସ୍ୱର ସରକାର ସିନା ଦିନ କେଇଟା ପାଇଁ ରିଲିଫ ଦେବେ କିନ୍ତୁ ଆମକୁ ଆମ ଜୀବନ ଜୀବିକା କିଏ ଫେରାଇବ ।

ଫନି ଆସିଲା ଆଉ ଉଜାଡି ଦେଇଗଲା ବର୍ଷକର ରୋଜଗାର । ଏବେ ଜୀବିକା ହରାଇ ସରକାରୀ ସହାୟତାକୁ ଅନାଇ ବସିଛନ୍ତି ଶାଳପତ୍ର ତୋଳାଳି ।

ଖୋର୍ଦ୍ଧାରୁ ଗୋବିନ୍ଦଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ ଈଟିଭି ଭାରତ

କଟକ : ଅଂଶୁଘାତ ନେଲା ନିରୀହ ଜୀବୀନ । ବିଲ ରେ କାମ କରୁଥିବା ବେଳେ ମାତ୍ରା ଧିକ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବିଲ ରେ ଟଳି ପଡିଲେ ମାହାଙ୍ଗା ଥାନା ଅନ୍ତର୍ଗତ ସବଳକଣା ଗ୍ରାମ ର ନିରଞ୍ଜନ ଦାସ । ଖବର ପାଇ ପରିବାର ଲୋକେ ନିରଞ୍ଜନ ଙ୍କୁ ମେଡିକାଲ ସ୍ଥାନାନ୍ତରିତ କରିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । 

ସୂଚନା ମୁତାବକ , ରାଜ୍ୟରେ ବୃଦ୍ଧି ପାଉଛି ଗ୍ରୀଷ୍ମ ପ୍ରବାହ । ଜହାକୁ ନେଇ ହସ୍ତସନ୍ତ ସିଲଭରସିଟି ର ସାଧାରଣ ଜନତା ।ଅତ୍ୟଧିକ ଖରା ହେବା ସହ ଗରମ ମାତ୍ରାଧିକ ବଢିବାରେ ଲାଗିଛି l  ଅଧିକାଂଶ ସ୍ଥାନରେ ତାପମାତ୍ରା ପ୍ରାୟତଃ ୪୦ ଡିଗ୍ରୀ ରୁ ଅଧିକ ରହୁଛି। ଫଳରେ ଧନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି।

ନିରଞ୍ଜନଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ପରିବାର ଲୋକେ ଏବଂ ସ୍ଥାନୀୟ ଅଞ୍ଚଳବାସୀ ସରକାରଙ୍କୁ ଅନୁରୋଧ କରିଛନ୍ତି।

Visual on mail plz check 
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.