ETV Bharat / state

ପୁଷ୍କରିଣୀରେ ଭାସିଲା ରଙ୍ଗ ବେରଙ୍ଗର ଡଙ୍ଗା, କାର୍ତ୍ତିକ ପୂର୍ଣ୍ଣିମାରେ କାହିଁକି ଭସାଯାଏ ଡଙ୍ଗା ? - ବୋଇତ ବନ୍ଦାଣ

କାର୍ତ୍ତିକ ପୂର୍ଣ୍ଣିମାରେ ନଦୀ ଓ ପୁଷ୍କରିଣୀରେ ଭାସିଲା ଡଙ୍ଗା । ଆ-କା-ମା-ବୈ ଗୀତରେ କମ୍ପୁଛି ଚତୁର୍ଦିଗ । ଅଧିକ ପଢନ୍ତୁ

kartik purnima
kartik purnima
author img

By ETV Bharat Odisha Team

Published : Nov 27, 2023, 7:30 AM IST

Updated : Nov 27, 2023, 9:39 AM IST

ଭୁବନେଶ୍ବର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣମା । ଧାର୍ମୀକ କାର୍ତ୍ତିକ ମାସର ଶେଷ ଦିନ । ନଦୀ, ପୋଖରୀ ତୁଠରୁ ଶୁଭୁଛି ବୋଇତ ବନ୍ଦାଣର ସ୍ବର। ଆ-କା-ମା-ବୈ , ପାନ-ଗୁଆ-ଥୋଇ, ପାନ-ଗୁଆ ତୋର ମାସିକ ଧର୍ମ ମୋର । ଏହି ଗୀତ ଗାଇ ନଦୀରେ ଡଙ୍ଗା ଭସାଉଛନ୍ତି ପ୍ରତିଟି ଓଡିଆ । ଡଙ୍ଗା ଭସାଇ ବ୍ରତ ଭାଙ୍ଗିଛନ୍ତି ବହିଷ୍ୟାଳି । ବଢ଼ି ଭୋରରୁ ପୁଷ୍କରିଣୀ ଓ ନଦୀରେ ଡଙ୍ଗା ଭସାଇବାକୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି । ଏହି ଅବସରରେ ପ୍ରାଚୀନ ଉତ୍କଳର ନୌବାଣିଜ୍ୟ ପରମ୍ପରାକୁ ମନେ ପକାଇଛନ୍ତି ରାଜ୍ୟବାସୀ ।

ଓଡିଆ ସଂସ୍କୃତି ଓ ପରମ୍ପରାର ଏହି ପର୍ବକୁ ଉତ୍ସବ ମୁଖର ହୋଇ ଉଠିଛି ପୁରା ରାଜ୍ୟ । ବଡ଼ି ଭୋରୁ ନଦୀରେ ବୁଡ ପକାଇବା ପରେ କଦଳୀ ପାଟୁକା ଓ ସୋଲରେ ତିଆରି ବିଭିନ୍ନ ରଙ୍ଗ ବେଙ୍ଗରକ ଡଙ୍ଗାରେ ପାନଗୁଆ ରଖି ଦୀପ ଜାଳି ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ । କାର୍ତ୍ତିକ ମାସର ଆଜି ଶେଷ ଦିନ ହୋଇଥିବାରୁ ବିଭିନ୍ନ ଦେବାଦେବୀଙ୍କ ପୀଠରେ ମଧ୍ୟ ଭକ୍ତଙ୍କ ଭିଡ ଜମିଛି ।

ଆ-କା-ମା-ବୈର ଅର୍ଥ କଣ ?

ଆ-କାର ଅର୍ଥ ଆଷାଢ ଓ କାର୍ତ୍ତିକ ମା ବୈର ଅର୍ଥ ମାଘ ଓ ବୈଶାଖ । ଏହି ଚାରି ମାସକ ଓଡିଆଙ୍କର ସବୁଠୁ ଧର୍ମର ମାସ ବୋଲି ବିବେଚନା କରାଯାଏ । ଏହି ଚାରି ମାସ ଦାନ ଧର୍ମ କଲେ ପୂଣ୍ୟ ଅର୍ଜନ ହୋଇଥାଏ । ପୂର୍ବେ ଉତ୍କଳର ସାଧବ ପୁଅମାନେ ସାତ ଦରିଆ ପାରି ହୋଇ ଅନ୍ୟ ରାଜ୍ୟକୁ ବେପାର ବଣିଜ କରିବାକୁ ଯାଉଥିଲେ । ଏଥିପାଇଁ ଶୁଭ ମାସ ଥିଲା କାର୍ତ୍ତିକ ଓ ଫେରିବା ମାସ ଥିଲା ଆଷାଢ଼ । କାରଣ ଏଥି ସମୟରେ କୌଣସି ସାମୁଦ୍ରିକ ଝଡ଼ର ଭୟ ନଥାଏ । ସେଥିପାଇଁ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭଷାଇବା ବେଳେ ଆ-କା-ମା ବୈ ବୋଲାଯାଏ ।

ଏହା ମଧ୍ୟ ପଢନ୍ତୁ-ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ଧର୍ମ ଓ ସଂସ୍କୃତିର ପରମ୍ପରା ବୋଇତ ବନ୍ଦାଣ

କାହିଁକି ବୋଇତ ବନ୍ଦାଯାଏ?

ପୂର୍ବକାଳରେ ସାଧବ ପୁଅ ମାନେ କାର୍ତ୍ତିକ ମାସରେ ବୋପାର କରିବା ପାଇଁ ଜାଭା, ସୁମାତ୍ରା, ବାଲି, କାମ୍ବୋଡିଆ, ବର୍ଣ୍ଣିଓ, ଶ୍ରୀଲଙ୍କା, ମାଲେସିଆ, ଥାଇଲାଣ୍ଡ, ଫିଲିପାଇନ୍ସ ଆଦି ଦେଶ ଅଭିମୁଖେ ଯାଉଥିଲେ । ସାଧବ ପୁଅ ବ୍ୟବସାୟକୁ ବାହାରିଲେ ସେମାନଙ୍କ ପ୍ରିୟଜନ ସମୃଦ୍ଧି ଓ ସଫଳତା ନିମନ୍ତେ ‘ବୋଇତବନ୍ଦାଣ’ କରୁଥିଲେ । ସେହି ବୋଇତ ବନ୍ଦାଣକୁ ସ୍ମରଣ କରିବାକୁ କାର୍ତ୍ତିକ ମାସର ଶେଷ ଦିନରେ ଡଙ୍ଗା ଭସାଯାଇଥାଏ ।

ଗାଁରେ କାର୍ତ୍ତିକ ପୂର୍ଣ୍ଣମା ଓ ଡଙ୍ଗା ଭଷା

ପଞ୍ଚୁକର ଶେଷ ଦିନରେ ଗାଁର ନଦୀ ଓ ପୁଷ୍କରିଣୀରେ ଡଙ୍ଗା ଭଷା ଉତ୍ସବ ପାଳନ କରାଯାଏ । ଆଜି ସକାଳୁ ସକାଳୁ ବ୍ରତଧାରୀଙ୍କ ନଦୀରେ ଭିଡ଼ ଜମିଛି । ନଦୀରେ ଗାଧୋଇ ସାରିବା ପରେ ବ୍ରତଧାରୀ, ଆବାଳ ବୃଦ୍ଧ ବନିତା କଦଳୀ ପାଟୁକା ଓ ସୋଲରେ ତିଆରି ଡଙ୍ଗାରେ ପାନଗୁଆ ରଖି ଦୀପ ଜାଳି ଡଙ୍ଗା ଭସାଇଛନ୍ତି । ଡଙ୍ଗା ଭଷା ଯିବା ପରେ ଆବାଳ ବୃଦ୍ଧ ବନିତା ଘରକୁ ଫେରି ସମସ୍ତେ ଚଉରା ମୂଳେ ମୁରୁଜ ଆଙ୍କିଥାନ୍ତି । ଏହାପରେ ଶୈବ ପୀଠ ଗୁଡିକୁ ଦର୍ଶନ ପାଇଁ ଯାଇଥାନ୍ତି । ଅନେକ ସ୍ଥାନରେ କାର୍ତ୍ତିକଙ୍କ ମୂର୍ତ୍ତିକୁ ପୂଜାର୍ଚ୍ଚନା କରାଯାଏ ।

ଆଜିଠୁ ବାଲିଯାତ୍ରା

ବୋଇତବନ୍ଦାଣ ଉତ୍ସବର ପ୍ରତୀକ ହେଉଛି ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରା । ଆଜିଠାରୁ ସିଲଭର ସିଟି କଟକର ବାରବାଟୀ ଦୁର୍ଗ ନିକଟବର୍ତ୍ତୀ ପଡିଆରେ ଅନୁଷ୍ଠିତ ହେବ ବାଲିଯାତ୍ରା । ଏସିଆ ମହାଦେଶର ସର୍ବବୃହତ ମୁକ୍ତ ଆକାଶ ବାଣିଜ୍ୟ ମେଳା କଟକର ଐତିହାସିକ ଵାଲିଯାତ୍ରା । ଆଜିର ଦିନରେ ସାଧବ ପୁଅମାନେ ବଣିଜ କରିବାକୁ ଯାଉଥିବାରୁ ସେମାନଙ୍କୁ ବିଦାୟ ଦେବା ପାଇଁ ଏହି ଉତ୍ସବ ପାଳନ କରାଯାଉଛି । ଓଡ଼ିଶା ଓ ଦେଶର ବିଭିନ୍ନ ପ୍ରାନ୍ତରୁ ଅନେକ ବ୍ୟବସାୟୀ ଆସି ବାଲିଯାତ୍ରାରେ ବିକ୍ରିବଟା ପାଇଁ ଭିଡ଼ ଜମାଇଛନ୍ତି । ଦେଶର ବିଭିନ୍ନ ପ୍ରାନ୍ତର ହସ୍ତ-ଶିଳ୍ପ ବଲିଯାତ୍ରାରେ ଦେଖିବାକୁ ମିଳିବ । କଟକ ପ୍ରସିଦ୍ଧ ଦହିବରା-ଆଳୁଦମ ସାଙ୍ଗକୁ ଠୁଙ୍କାପୁରୀର ମଜା ନେବେ ଲୋକେ ।

Last Updated : Nov 27, 2023, 9:39 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.