ETV Bharat / state

ଛତିଶଗଡର ଚାଲାକି, ଟ୍ରିବ୍ୟୁନାଲଙ୍କ ଓଡିଶା ଗସ୍ତ ପୂର୍ବରୁ ଖୋଲିଲା କଲମା ଗେଟ୍‌ - mahanadi issue

ଆସନ୍ତା 10 ତାରିଖରେ ଟ୍ରିବ୍ୟୁନାଲ ଟିମ ଓଡିଶା ଆସି ପାରନ୍ତି । ଏହା ପୂର୍ବରୁ କଲମା ଗେଟ୍‌ ଖୋଲି ଦେଇଛି ଛତିଶଗଡ । ଅଧିକ ପଢନ୍ତୁ

ଟ୍ରିବ୍ୟୁନାଲଙ୍କ ଓଡିଶା ଗସ୍ତ ପୂର୍ବରୁ ଛତିଶଗଡ ଖୋଲିଲା କଲମା ଗେଟ

author img

By

Published : Apr 27, 2023, 7:06 AM IST

Updated : Apr 27, 2023, 3:29 PM IST

ଟ୍ରିବ୍ୟୁନାଲଙ୍କ ଓଡିଶା ଗସ୍ତ ପୂର୍ବରୁ ଖୋଲିଲା କଲମା ଗେଟ୍‌

ଭୁବନେଶ୍ବର: ଆସନ୍ତା 10 ତାରିଖରେ ମହାନଦୀ ଟ୍ରିବ୍ୟୁନାଲ ଓଡିଶା ଗସ୍ତରେ ଆସିବାର ସମ୍ଭାବନା ରହିଛି । ଟ୍ରିବ୍ୟୁନାଲ ଓଡିଶା ଗସ୍ତ ପୂର୍ବରୁ ମହାନଦୀରେ ରୋଚକ ଚିତ୍ର ଦେଖିବାକୁ ମିଳିଛି । ଛତିଶଗଡ଼ କଲାମାରେ ଗତ ମଙ୍ଗଳବାର 17ଟି ଗେଟ ଖୋଲିଥିବାବେଳେ ଗତକାଲି(ବୁଧବାର) 20 ଟି ଗେଟ ଦେଇ ଜଳ ନିଷ୍କାସନ ହେଇଛି । ଟ୍ରିବ୍ୟୁନାଲ ଟିମ ଓଡିଶା ଗସ୍ତରେ ଆସୁଥିବାରୁ ଅଣମୌସୁମୀ ସମୟରେ ଛତିଶଗଡ଼ କଲମା ଗେଟ ଖୋଲି ଥାଇପାରନ୍ତି ବୋଲି ସରକାର ଓ ଜଳସମ୍ପଦ ବିଭାଗ ଆଶଙ୍କା କରିଛନ୍ତି ।

ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତ ରଞ୍ଜନ ମହାନ୍ତି କହିଛନ୍ତି ଯେ, ‘‘ଯାହା ଆମ ପାଖରେ ସୂଚନା ଅଛି 10 ତାରିଖରେ ଟ୍ରିବ୍ୟୁନାଲ ଟିମ ଓଡିଶା ଆସୁଛନ୍ତି । ପ୍ରଥମେ ଡେଲଟା ଏରିଆ ପରିଦର୍ଶନ କରିବେ । ଗେଟ ଖୋଲିବା ପାଇଁ ଆମେ ବିଭିନ୍ନ ପର୍ଯ୍ୟାୟରେ ଛତିଶଗଡ଼କୁ ଚିଠି ଲେଖିଥିଲୁ । ବିଭାଗୀୟ ମନ୍ତ୍ରୀ, ସଚିବ ଏବଂ ମୁଁ ବି ଚିଠି ଲେଖିଥିଲି । କିନ୍ତୁ ଛତିଶଗଡ଼ ଗେଟ ଖୋଲୁଥିଲେ ବି ହୀରାକୁଦରେ ଇନ-ଫ୍ଲୋ ବଢୁନି ।’’ ସେହିପରି ରାଜ୍ୟ ସରକାରଙ୍କ ଯୋଜନା ଏବଂ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ କହିଛନ୍ତି ଯେ, ଟ୍ରିବ୍ୟୁନାଲ ଗସ୍ତ ପୂର୍ବରୁ ଛତିଶଗଡ଼ ଚାଲାକି କରିଛନ୍ତି ।

ମହାନଦୀ ଜଳବିବାଦ ପ୍ରସଙ୍ଗକୁ ନେଇ ଟ୍ରିବ୍ୟୁନାଲ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ଶେଷ କରିଛନ୍ତି । ଏପ୍ରିଲ 29 ତାରିଖରୁ ଛତିଶଗଡ଼ରେ ଦ୍ବିତୀୟ ପର୍ଯ୍ୟାୟ କ୍ଷେତ୍ର ପରିଦର୍ଶନ ହେବ । ଏହାକୁ ଆଖି ଆଗରେ ରଖି ଛତିଶଗଡ଼ ସରକାରଙ୍କ ଚାଲାକି ଦେଖିବାକୁ ମିଳିଛି । କଲମାରେ ସର୍ବାଧିକ ଜଳଧାରଣ କ୍ଷମତା 197 ମିଟର ଛୁଇଁଥିବାରୁ ଛତିଶଗଡ଼ ସରକାର ମଙ୍ଗଳବାର ସନ୍ଧ୍ୟାରେ କଲମା ବ୍ୟାରେଜର 17ଟି ଗେଟ ଖୋଲିଥିବା ସୂଚନା ମିଳିଛି । କେବଳ କଲମା ନୁହେଁ, ଚିରୋଲି ବ୍ୟାରେଜର 11ଟି ଗେଟକ ଖୋଲିଛି । ଯାହାଦ୍ୱାରା ପ୍ରାୟ ମାସେ ହେବ ଶୁଖିଲା ପଡ଼ିଥିବା ଓଡ଼ିଶାରେ ମହାନଦୀର ପ୍ରବେଶ ସ୍ଥଳ ଶୁଖାସୋଡ଼ାରେ ପାଣି ଦେଖିବାକୁ ମିଳିଛି ।

ଟ୍ରିବ୍ୟୁନାଲଙ୍କ ଦ୍ବିତୀୟ ପର୍ଯ୍ୟାୟ ପରିଦର୍ଶନର ଅନ୍ତିମ 2 ଦିନରେ କଲମା ଓ କେଲୋ ପ୍ରକଳ୍ପ ରହିଛି । ଏହି ପରିଦର୍ଶନ ସମୟରେ ବ୍ୟାରେଜରେ ପାଣି ଉଛୁଳୁଥିଲେ ଓଡ଼ିଶା ଆଣିଥିବା ଅଭିଯୋଗ ସତ ପ୍ରମାଣିତ ହୋଇଯିବା ଆଶଙ୍କା ଥିବାରୁ ଛତିଶଗଡ଼ ଏହି ଚାଲ ଖେଳିଥିବା ଜଣାପଡିଛି । ଓଡ଼ିଶାରେ ମହାନଦୀ ଶୁଖିଲା ପଡ଼ିଥିବାରୁ ଏହି ପାଣି ହୀରାକୁଦ ଡ୍ୟାମର ଜଳସ୍ତରରେ ବିଶେଷ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Apr 27, 2023, 3:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.