ଭୁବନେଶ୍ବର: ପ୍ରକାଶ ପାଇଲା ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ଜେଇଇ ମେନ ରେଜଲ୍ଟ । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଏନ ଟି ଏ JEE ମେନ ୨୦୨୩ ସେସନ-୨ ରେଜଲ୍ଟ ପ୍ରକାଶ କରିଛି। ଏହି ପରୀକ୍ଷାରେ ୯୯.୯୮ ପ୍ରତିଶତ ମାର୍କ ରଖି ଓଡ଼ିଶା ଟପ୍ପର ହୋଇଛନ୍ତି ପ୍ରିୟଙ୍କା ସର। ତେବେ ପ୍ରିୟଙ୍କା ଭାରତର ଭଲ IITରେ ପାଠ ପଢିବା ପାଇଁ ଲକ୍ଷ୍ୟ ରଖିଥିବା ବେଳେ ଆଗାମୀ ଦିନରେ ଜଣେ ଆଇଏଏସ ହେବେ ବୋଲି କହିଛନ୍ତି ।
ଟପ୍ ରାଙ୍କରେ ୨.୫ ଲକ୍ଷ ପରୀକ୍ଷାର୍ଥୀ JEE (ଆଡଭାନ୍ସଡ)କୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଯେଉଁ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେଇଥିବେ ସେମାନେ jeemain.nta.nic.in କୁ ଯାଇ ରେଜଲ୍ଟ ଜାଣିପାରିବେ। ଏହି ରେଜଲ୍ଟ ମଧ୍ୟ nta.ac.inରେ ପ୍ରକାଶ ପାଇଛି । ସର୍ବଭାରତୀୟ ସ୍ତରରେ ୪୩ ପରୀକ୍ଷାର୍ଥୀ ୧୦୦ ପର୍ସେଣ୍ଟାଇଲରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଦିଲ୍ଲୀ ସରକାରୀ ସ୍କୁଲର ଅସ୍ତିକ ନାରାୟଣ ଜେଇ ମେନରେ ଶତ ପ୍ରତିଶତ ମାର୍କ ରଖିଛନ୍ତି। ଏହା ସହ ୯୯.୯୮ ପ୍ରତିଶତ ମାର୍କ ରଖି ଓଡ଼ିଶା ଟପ୍ପର ହୋଇଛନ୍ତି ପ୍ରିୟଙ୍କା ସର।
ଏହା ବି ପଢନ୍ତୁ- ନକ୍ସଲଙ୍କୁ ଆର୍ଥିକ ସହାୟତା ଦେଉଛନ୍ତି ବିଜେଡି ନେତା ଏନ ଭାସ୍କର ରାଓ: କଂଗ୍ରେସ
ତେବେ ସାରା ଭାରତରେ ୨୪୩ ରାଙ୍କରେ ରହିଛନ୍ତି ପ୍ରିୟଙ୍କା । ପ୍ରିୟଙ୍କାଙ୍କର ଦ୍ବିତୀୟ ଥର ପାଇଁ ପରୀକ୍ଷା ଦେଇଛନ୍ତି । ଯୁକ୍ତ ଦୁଇ ପରେ ଏହି ପରୀକ୍ଷା ପାଇଁ ଆବେଦନ କରିଥିଲେ । ଯୁକ୍ତ ଦୁଇ ପରୀକ୍ଷା ପୂର୍ବରୁ ଗୋଟିଏ ପରୀକ୍ଷା ହୋଇଥିଲା ଏହା ସହ ଯୁକ୍ତ ଦୁଇ ପରୀକ୍ଷା ପରେ ଆଉ ଗୋଟିଏ ପରୀକ୍ଷା ହୋଇଥିଲା । କୋଚିଂରେ ୬ ଘଣ୍ଟା ଓ ଏହା ବାଦ ୬ ଘଣ୍ଟା ଘରେ ପାଠପଢା କରୁଥିଲେ ପ୍ରିୟଙ୍କା ।
ଲକ୍ଷ୍ୟ କଣ ରହିଛି:- ଆଇଆଇଟିରେ ପାଠପଢିବା ସହିତ ଭବିଷ୍ୟତରେ ଆଇଏଏସ ପାଇଁ ସେ ଲକ୍ଷ୍ୟ ରଖିଛନ୍ତି । ନିଜ ସଫଳତା ପାଇଁ ପ୍ରିୟଙ୍କା ପରିବାର ଏବଂ ଶିକ୍ଷକମାନଙ୍କୁ ଶ୍ରେୟ ଦେଇଛନ୍ତି। ତେବେ ପ୍ରିୟଙ୍କା କହିଛନ୍ତି, " ଓଡ଼ିଆ ଟପ୍ପର ହୋଇ ବହୁତ ଖୁସି ଲାଗୁଛି । ପ୍ରଥମ ପରୀକ୍ଷାରେ ଯେଉଁ ସ୍ଥାନରେ ଭୁଲ ରହିଥିଲା ତାହା ଦ୍ବିତୀୟ ପରୀକ୍ଷାରେ ଏହାକୁ ସରଳ ଭାବରେ କରିଥିଲି । ଅଧିକ ରସାୟନ ବିଜ୍ଞାନ (Chemistry)କୁ ଭଲ ଭାବରେ ଫୋକସ କରିବାକୁ ପଡ଼ିବ କାରଣ ଏନ୍ ସିଆରଟିରେ ଅଧିକ କେମେଷ୍ଟ୍ରିରେ ପ୍ରଶ୍ନପତ୍ର ପଡ଼ିଥାଏ । ଯେଉଁ ପିଲାମାନେ ଭଲ ନମ୍ବର ରଖି ନାହାନ୍ତି ସେମାନେ ନିଜକୁ ନିରୁତ୍ସାହିତ ନହୋଇ ପରୀକ୍ଷାକୁ ଭଲ ଭାବରେ ଦେବାକୁ ପଡ଼ିବ। ଦଶମ ଶ୍ରେଣୀରୁ ଆଇଆଇଟି ଯିବାର ଥିଲା ତେଣୁ ଯୁକ୍ତ ଦୁଇରେ ଜେଇଇ ପାଇଁ ପ୍ରସ୍ତୁତ ହୋଇଥିଲି।
ଇଟିଭି ଭାରତ, ଭୁବନେଶ୍ବର