ETV Bharat / state

ବିରୋଧ ସ୍ୱରକୁ ମ୍ୟାନେଜ କରୁଛନ୍ତି ଦୁଇଟି ମ୍ୟାନେଜମେଣ୍ଟ: ଜୟନାରାୟଣ

author img

By ETV Bharat Odisha Team

Published : Sep 30, 2023, 7:21 AM IST

ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଜୟନାରାୟଣଙ୍କ ଟାର୍ଗେଟ । କହିଲେ ବିରୋଧ ସ୍ବରକୁ ମ୍ୟାନେଜ କରୁଛନ୍ତି ଦୁଇଟି ମ୍ୟାନେଜମେଣ୍ଟ । ଯିଏ ବିରୋଧ କରିବେ ତାଙ୍କୁ ବିଭିନ୍ନ ଉପାୟରେ ମ୍ୟାନେଜ କରାଯିବ । ଅଧିକ ପଢନ୍ତୁ

Etv Bharat
Etv Bharat
ମୁଖ୍ୟମନ୍ତ୍ରୀ ନବୀନଙ୍କୁ ଜୟନାରାୟଣଙ୍କ ଟାର୍ଗେଟ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଓ ଶାସକ ଦଳ ବିଜେଡି ଚାହୁଁଛନ୍ତି କେହି ତାଙ୍କ ବିରୋଧରେ କୁହନ୍ତୁ ନାହିଁ । ତାଙ୍କ ଭୁଲକୁ ସମାଲୋଚନା କରନ୍ତୁ ନାହିଁ । ଯିଏ ବିରୋଧ କରିବେ ତାଙ୍କୁ ବିଭିନ୍ନ ଉପାୟରେ ମ୍ୟାନେଜ କରାଯିବ । ଯିଏ ମ୍ୟାନେଜ ନହେବ ତାଙ୍କୁ ପାଗଳ ଓ ଅନ୍ୟାନ୍ୟ ଅପଶବ୍ଦ ଶାସକ ଦଳ ପକ୍ଷରୁ କୁହାଯିବ । ଏଭଳି ସାଂଘାତିକ ଅଭିଯୋଗ କରିଛନ୍ତି ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର । ଜୟନାରାୟଣ କହିଛନ୍ତି ଯେ, ଲୋକ କୁହନ୍ତି ଏହି ଅଫିସର ଜଣଙ୍କ ଏହି ଲୋକର ଦଲାଲ । କିନ୍ତୁ ଆଜି ନବୀନ ପଟ୍ଟନାୟକ ଅଫିସରଙ୍କ ଦଲାଲ ସାଜିଛନ୍ତି । ଜଣେ ସରକାରୀ ଅଫିସର ଆଜି ସୁପର ଚିଫ୍ ମିନିଷ୍ଟର ହୋଇଛି । ସୁପର ଚିଫ ମିନିଷ୍ଟର ଶବ୍ଦ ବିଧାନସଭାର ଗୃହ ବିବରଣୀରୁ କାଟି ଦେଇପାରନ୍ତି । ହେଲେ କ'ଣ ଲୋକଙ୍କ ମନରୁ କାଟି ଦେଇପାରିବେ କି ? ମୁଖ୍ୟମନ୍ତ୍ରୀ ବିରୋଧୀଙ୍କୁ ଧମକେଇବାକୁ ଚେଷ୍ଟା କରୁଛନ୍ତି । ମୁଁ ତାଙ୍କୁ ଭୟ କରେ ନାହିଁ ।

ମୋତେ ସେମାନେ ମାନସିକ ରୋଗୀ କଥା କହୁଛନ୍ତି । ଏଇଟା ତାଙ୍କ ମନରେ ଅଛି । ଏତେ ଲୋକ ବିଧାନସଭା ଆସିଲେ । ସେମାନେ ଭାବୁଛନ୍ତି, ଏତେ ଲୋକଙ୍କୁ ମ୍ୟାନେଜ କରିପାରିଲୁ । ସାଧାରଣ ଜନତାଙ୍କୁ ମ୍ୟାନେଜ କରିପାରୁଛୁ । ଏ ଲୋକକୁ ମ୍ୟାନେଜ କରିପାରୁ ନାହୁଁ । ଏ ଲୋକ ମାନସିକ ସ୍ତରରେ କେତେ ଶକ୍ତ । ଶକ୍ତ ଲୋକ ତାଙ୍କୁ ପାଗଳ ବୋଲି ଲାଗୁଛନ୍ତି । ସେମାନେ ଯେମିତି ଟଙ୍କା, ଖଣି ଖାଦାନ ଦେଖି ପାଗଳ ହୋଇଯାଉଛନ୍ତି, ସେମାନେ ଭାବୁଛନ୍ତି ଏହି ଲୋକଟା ବୋଧେ ଅର୍ଥ ଲୋଭରେ ପାଗଳ ହୋଇଯାଉଥିବ । ତେଣୁ ମୁଁ ତାକୁ କିଛି ଅର୍ଥ ଦେଇ କୁକୁରକୁ ହାଡ଼ ଦେଲା ଭଳି ଚୁପ କରେଇ ଦେବି । ଦେଖୁଛନ୍ତି ଯେତେବେଳେ ଚୁପ ହେଉନାହିଁ, ତେଣୁ ପାଗଳ କହୁଛନ୍ତି ।

ଏହାମଧ୍ୟ ପଢନ୍ତୁ: ବିରୋଧୀଙ୍କୁ ଜନ ବିରୋଧୀ କହିବା ପ୍ରସଙ୍ଗ: ତାତିଲେ ବିରୋଧୀ, କହିଲେ କ୍ଷମତା ଅନ୍ଧରେ ବଢିଛି ଅହଂକାର

ସେ ଚାହୁଁଛନ୍ତି କେହି ତାଙ୍କ ବିରୁଦ୍ଧରେ ନ କୁହନ୍ତୁ । ଯିଏ କହିଲା ତାକୁ ମ୍ୟାନେଜ କରିବାକୁ ଚେଷ୍ଟା କରୁଛନ୍ତି । ଏବେ ବି ବହୁତ ଲୋକ ମ୍ୟାନେଜ ହେଉଛନ୍ତି । ଯିଏ ମ୍ୟାନେଜ ନ ହେଲା ତାକୁ ଦବେଇ ଦେବାକୁ ଚେଷ୍ଟା କରୁଛନ୍ତି । ଖବରକାଗଜକୁ ସେମିତି କରୁଛନ୍ତି । ଯିଏ ହେଉ ନାହିଁ ତାକୁ ଦବେଇ ଦେବାକୁ ଚେଷ୍ଟା କରୁଛନ୍ତି । ବହୁତ କଥା କରୁଛନ୍ତି । ଗୃହରେ ବହୁତ ଲୋକ ମ୍ୟାନେଜ ଅଛନ୍ତି । ସବୁ କିଛି ମ୍ୟାନେଜ ସରକାରୀ ଅଫିସର ସ୍ତରରେ ହେଉଛି । ବିଜେଡି ଭିତରେ ଗୋଟେ ମ୍ୟାନେଜମେଣ୍ଟ ଅଛି । ଆଉ ଗୋଟେ ବିଜେଡି ବାହାରେ ମ୍ୟାନେଜମେଣ୍ଟ ଅଛି । ତେବେ କିଏ, କାହାକୁ ଓ କାହିଁକି ମ୍ୟାନେଜ କରୁଛି ସେ ବାବଦରେ ଖୋଲିକି କହିନାହାନ୍ତି ଜୟନାରାୟଣ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.