ETV Bharat / state

ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳଙ୍କ ଚିଠି ପ୍ରସଙ୍ଗ, ପ୍ରତିକ୍ରିୟା ରଖିଲେ ଜୟନାରାୟଣ

author img

By ETV Bharat Odisha Team

Published : Dec 19, 2023, 5:23 PM IST

Jay Narayan Mishra on Governor letter to CM: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟପାଳଙ୍କ ଚିଠି ପ୍ରସଙ୍ଗ । ରାଜ୍ୟରେ ବିଭିନ୍ନ ସମସ୍ୟାର ସମାଧାନ କିଭଳି ହୋଇଛି ତାହା ରାଜ୍ୟପାଳଙ୍କ ଚିଠିରୁ ଜଣାପଡ଼ୁଛି କହିଲେ ଜୟନାରାୟଣ ମିଶ୍ର । ଅଧିକ ପଢନ୍ତୁ

Jay Narayan Mishra on Governor letter to CM
Jay Narayan Mishra on Governor letter to CM
ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳଙ୍କ ଚିଠି ପ୍ରସଙ୍ଗ, ପ୍ରତିକ୍ରିୟା ରଖିଲେ ଜୟନାରାୟଣ

ଭୁବନେଶ୍ବର: ରାଜ୍ୟପାଳ ରଘୁବର ଦାସ ଦାୟିତ୍ବ ଗ୍ରହଣ କରିବା ପରେ ବିଭିନ୍ନ ଜିଲ୍ଲା ଗସ୍ତ କରି ଲୋକଙ୍କ ସମସ୍ୟା ସହିତ ଅବଗତ ହୋଇଛନ୍ତି । ଏହାପରେ ରାଜ୍ୟପାଳ ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ ଲାଗି ଆଜି (ମଙ୍ଗଳବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ଏହି ପ୍ରସଙ୍ଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେପି ନେତା ତଥା ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ରାଜ୍ୟରେ ସରକାରୀ ସେବା ଠିକ ଭାବେ ଯୋଗାଇ ଦିଆଯାଉନାହିଁ ବୋଲି ରାଜ୍ୟପାଳ ଅନୁଭବ କରି ଚିଠି ଲେଖିଥିବା ସେ କହିଛନ୍ତି ।

ଏନେଇ ଜୟନାରାୟଣ କହିଛନ୍ତି, "ରାଜ୍ୟରେ ସରକାରୀ ସେବା ଠିକ ଭାବେ ଯୋଗାଇ ଦିଆଯାଉନାହିଁ ବୋଲି ରାଜ୍ୟପାଳ ଅନୁଭବ କରିଛନ୍ତି । ଏହା ସବୁଠାରୁ ବଡ଼ କଥା । ଜଣେ ମଦ ବ୍ୟବସାୟୀଙ୍କଠାରୁ ଶହ ଶହ କୋଟି କୋଟି ଟଙ୍କା ବାହାରୁଛି । ଏହା ଆଶ୍ଚର୍ଯ୍ୟର କଥା । ଓଡ଼ିଶା ସରକାର କଣ କରୁଛନ୍ତି ? ଏ ସବୁ କଥା ମଧ୍ୟ ଶୀର୍ଷ ନେତାଙ୍କ ସହ ଆଲୋଚନା ହେବ । 5T ଅଧ୍ୟକ୍ଷ ବିଭିନ୍ନ ଜିଲ୍ଲା ବୁଲି ସମସ୍ୟା ନେଇ ଅଭିଯୋଗ ଆଣୁଥିଲେ । କିନ୍ତୁ କିଭଳି ଭାବେ ସମାଧାନ ହୋଇଛି ତାହା ରାଜ୍ୟପାଳଙ୍କ ଚିଠିରୁ ଜଣାପଡ଼ୁଛି ।"

ଏହା ବି ପଢନ୍ତୁ- ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟପାଳଙ୍କ ଚିଠି; ଖୋଲିଲେ ଗୁମର, ଲୋକଙ୍କ ସମସ୍ୟା ସମାଧାନ କରିବାକୁ ଦେଲେ ପରାମର୍ଶ

ସେ ଆହୁରି କହିଛନ୍ତି ଯେ 5T ଏବଂ ନବୀନ ଓଡ଼ିଶା ଗୋଟିଏ ପଦବୀ କି ? ନବୀନ ଓଡ଼ିଶାମାନେ ଦାରିଦ୍ରତା, ଦୁର୍ନୀତି, ବ୍ୟଭିଚାର କି ? ଦୁର୍ନୀତି ବ୍ଲକରେ ୪୦ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିଲାଣି । ଓଡ଼ିଶାର କଣ ଉନ୍ନତି ହୋଇଛି ଲୋକ ଜାଣିବାକୁ ଚାହୁଁଛନ୍ତି । ବିରୋଧୀଙ୍କୁ 5T ଅଧ୍ୟକ୍ଷ ଅନ୍ଧ କହିବା ଲଜ୍ଜାଜନକ । ତେଣୁ ଆମର ଓଡ଼ିଶା ସହ ସମ୍ପର୍କ । ତାମିଲନାଡୁରୁ କୌଣସି ପରାମର୍ଶ ଦରକାର ନାହିଁ ବୋଲି କହିଛନ୍ତି ଜୟନାରାୟଣ ।

ସୂଚନା ଥାଉ କି ରାଜ୍ୟପାଳ ରଘୁବର ଦାସ ଚଳିତ ମାସ ପ୍ରଥମ ସପ୍ତାହରେ ଢେଙ୍କାନାଳ ଓ ଅନୁଗୋଳ ଜିଲ୍ଲା ଗସ୍ତ କରିଥିଲେ । ଏହି ସମୟରେ ସେ ବିଭିନ୍ନ ସଂଗଠନ ଓ ସ୍ଥାନୀୟ ଲୋକଙ୍କୁ ଭେଟିଥିଲେ । ଏହି ସମୟରେ ଲୋକେ ବିଭିନ୍ନ ସମସ୍ୟା ନେଇ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ । ସେ ଯୋରନ୍ଦାରେ ଅନ୍ତେବାସୀଙ୍କୁ ମୌଳିକ ସୁବିଧା ଯୋଗାଇ ଦିଆଯାଉନଥିବା ପ୍ରସଙ୍ଗ ହେଉ ଅବା ମହାନଦୀ କୋଲ ଫିଲ୍ମ ଦ୍ବାରା ଖଣି କାର୍ଯ୍ୟ ପାଇଁ ବାୟୁ ପ୍ରଦୂଷଣ ପ୍ରସଙ୍ଗ ହେଉ ତମାମ ସମସ୍ୟା ସମ୍ପର୍କରେ ରାଜ୍ୟପାଳ ଅବଗତ ହୋଇଛନ୍ତି । ଏହି ସମସ୍ୟାର ସମାଧାନ ଲାଗି ରାଜ୍ୟ ସରକାର ଉଚିତ ପଦକ୍ଷେପ ନିଅନ୍ତୁ ବୋଲି ସେ ଚିଠି ଲେଖି ପରାମର୍ଶ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.