ETV Bharat / state

ଥଇଥାନ ନ କରି ଉଚ୍ଛେଦ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସୁରଙ୍କ ଧାରଣା - ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସୁରଙ୍କ ଧାରଣା

ଲୋକଙ୍କ ସମସ୍ୟାର ସମାଧାନ ନହେବାରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଅଧିକ ପଢ଼ନ୍ତୁ

ଥଇଥାନ ନକରି ଉଚ୍ଛେଦ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସୁରଙ୍କ ଧାରଣା

author img

By

Published : May 31, 2022, 5:24 PM IST

ଖୋର୍ଦ୍ଧା: ଲୋକଙ୍କ ସମସ୍ୟାର ସମାଧାନ ନହେବାରୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଦାରୁଠେଙ୍ଗ ପଞ୍ଚାୟତ ଅଧିନ କୃଷ୍ଣନଗର ଗ୍ରାମରେ ୫ଶହରୁ ଊର୍ଦ୍ଧ୍ବ ଆଦିବାସୀ ବସବାସ କରନ୍ତି । ସେମାନଙ୍କୁ ୨୦୧୪ ମସିହାରେ ଚନ୍ଦକା ଡମପଡା ଅଭୟାରଣ୍ୟରୁ ଆଣି ଏଠାରେ ଥଇଥାନ କରିଥିଲେ ସରକାର । ସେତେବେଳେ ସରକାର କିଛି ପରିବାରକୁ ଦୁଇ ଏକରରୁ ଊର୍ଦ୍ଧ୍ଵ ଜାଗା ଯୋଗାଇ ଦେଇଥିଲେ ।

ଥଇଥାନ ନକରି ଉଚ୍ଛେଦ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ସୁରଙ୍କ ଧାରଣା

ତେବେ କିଛି ଲୋକଙ୍କୁ ଜମିର ମୂଲ୍ୟ ଦେବେ କହି ସରକାର କୌଣସି ପ୍ରକାରର ସହାୟତା ଦେଇନଥିବା ଅଭିଯୋଗ ହୋଇଛି । ଏବେ କୃଷ୍ଣନଗରରୁ କିଛି ଆଦିବାସୀଙ୍କୁ ଉଠାଇବା ସହ କିଛି ଲୋକଙ୍କୁ ମିଳିଥିବା ଜାଗାକୁ ଫେରାଇ ନେଇଛି ଖୋର୍ଦ୍ଧା ପ୍ରଶାସନ । ଏହାକୁ ବିରୋଧ କରି ସ୍ଥାନୀୟ ଲୋକେ ଜଟଣୀ ବିଧାୟକ ଓ ସରପଞ୍ଚ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଥଇଥାନ ବ୍ୟବସ୍ଥା କରିବା ପରେ ସେଠାରୁ ଲୋକଙ୍କୁ ଉଠାଇବାକୁ ଦାବି ହୋଇଛି । ଏହି ସମସ୍ୟାର ତୁରନ୍ତ ସମାଧାନ ନହଲେ ଆଗାମୀ ଦିନରେ ଗ୍ରାମବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଆଜି ଚେତାବନୀ ଦେଇଛନ୍ତି ଜଟଣୀ ବିଧାୟକ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.