ETV Bharat / state

କୋଭିଡ ପାଇଁ ବାଣକୁ ନା, ଚିନ୍ତାରେ ଜଟଣୀ ବାଣ ବ୍ୟବସାୟୀ

ଆଗକୁ ଦୀପାବଳୀ ପର୍ବ ଥିବାବେଳେ ରାଜ୍ୟ ସରକାରଙ୍କ ଜାରି କୋଭିଡ ଗାଇଡଲାଇନ ଅନୁସାରେ ବାଣ ଫୁଟାଇବା ଉପରେ ରୋକ ଲାଗିଛି । ଯାହାକୁ ନେଇ ଚିନ୍ତାରେ ଜଟଣୀ ବାଣ ବ୍ୟବସାୟୀ । ଅଧିକ ପଢନ୍ତୁ...

କୋଭିଡ ପାଇଁ ବାଣକୁ ନା, ଚିନ୍ତାରେ ଜଟଣୀ ବାଣ ବ୍ୟବସାୟୀ
କୋଭିଡ ପାଇଁ ବାଣକୁ ନା, ଚିନ୍ତାରେ ଜଟଣୀ ବାଣ ବ୍ୟବସାୟୀ
author img

By

Published : Nov 5, 2020, 7:15 PM IST

ଖୋର୍ଦ୍ଧା: ଆଗକୁ ଦୀପାବଳୀ । ପ୍ରତ୍ୟେକ ଭାରତୀୟଙ୍କ ପର୍ବ । ଯାହାକୁ ଆଲୋକର ପର୍ବ ବି କୁହାଯାଇଥାଏ । ଯେଉଁଥିରେ ଦୀପ ଜାଳି, ବାଣ ଫୁଟାଇବାର ମଧ୍ୟ ସ୍ବତନ୍ତ୍ରତା ରହିଛି । ମାତ୍ର ଚଳିତ ବର୍ଷ କୋରୋନା ପାଇଁ ଫିକା ପଡିବ ଏହି ପର୍ବ । କାରଣ ରାଜ୍ୟ ସରକାରଙ୍କ ଜାରି କୋଭିଡ ଗାଇଡଲାଇନ ଅନୁସାରେ ବାଣ ଫୁଟାଇବା ଉପରେ ରୋକ ଲାଗିଛି । ଯାହାକୁ ନେଇ ଚିନ୍ତାରେ ବାଣ ବ୍ୟବସାୟୀ ।

କୋଭିଡ ପାଇଁ ବାଣକୁ ନା, ଚିନ୍ତାରେ ଜଟଣୀ ବାଣ ବ୍ୟବସାୟୀ

ସେପଟେ ବାଣ ବ୍ୟବସାୟ ପାଇଁ ଖୋର୍ଦ୍ଧା ଜଟଣୀ ସହରର ରହିଛି ସ୍ୱତନ୍ତ୍ର ସ୍ଥାନ । ଏହିଠାରୁ ଅଧିକାଂଶ ବାଣ ରାଜ୍ୟର କୋଣ ଅନୁକୋଣକୁ ରପ୍ତାନୀ ହୋଇଥାଏ । ତେବେ ଜଟଣୀରେ ବହୁ ସିଜିନ ବ୍ୟବସାୟୀ ବାଣ ବ୍ୟବସାୟ ସହ ସମ୍ପୃକ୍ତ । ମାତ୍ର କେଇଟା ଦିନ ପରେ ଦୀପାବଳୀ ପଡୁଥିବାବେଳେ ବ୍ୟବସାୟ ଉପରେ ରୋକ ଏବେ ଏମାନଙ୍କ ଚିନ୍ତା ବଢାଇଛି ।

ଅନ୍ୟପଟେ ବ୍ୟବସାୟୀମାନେ ଚଳିତ ବର୍ଷ ପାଇଁ ଲକ୍ଷାଧିକ ଟଙ୍କାର ବାଣ ପାଇଁ ବହିନା ଦେଇ ବସିଥିବାବେଳେ କେମିତି ଭରଣ କରିବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି । ସେହିପରି ଗୋଦାମ ମାନଙ୍କରେ ବ୍ୟବସାୟକୁ ଦୃଷ୍ଟିରେ ରଖି ମହଜୁଦ କରି ରଖିଥିବା ସହରର ବାଣ ବେପାରୀ ମଧ୍ୟ ସରକାରଙ୍କ ନିଷ୍ପତ୍ତିକୁ ନେଇ ଚିନ୍ତିତ ରହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.