ETV Bharat / state

ଭିଜିଲାନ୍ସ ଜାଲରେ ଜଗତସିଂହପୁର ଡେପୁଟି କଲେକ୍ଟର, ଏକକାଳୀନ 9ଟି ସ୍ଥାନରେ ଚଢ଼ାଉ - ଭିଜିଲାନ୍ସ ଚଢ଼ାଉ

ଭିଜିଲାନ୍ସ ପଞ୍ଝାରେ ଜଗତସିଂହପୁର ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲା । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ 9ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ । ଅଧିକ ପଢ଼ନ୍ତୁ

jagatsinghpur deputy collector chittaranjan pilla
ଜଗତସିଂହପୁର ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲା
author img

By

Published : Dec 27, 2022, 9:57 AM IST

Updated : Dec 27, 2022, 2:06 PM IST

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଜଗତସିଂହପୁର ଡେପୁଟି କଲେକ୍ଟର । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଗତସିଂହପୁର ଡେପୁଟି କଲେକ୍ଟର ଚିତ୍ତରଞ୍ଜନ ପିଲ୍ଲାଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି । ସକାଳୁ ସକାଳୁ ଚଢ଼ାଉ କରିଛି ଭିଜିଲାନ୍ସ ଟିମ । ଏକକାଳୀନ 9ଟି ସ୍ଥାନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ଟିମ ।

ଭୁବନେଶ୍ବର ସ୍ଥିତ ମହେଶ୍ବର ଅଧିନ ଗାଢକଣରେ ଥିବା ହସପ୍ରିୟା କନଷ୍ଟକସନର ଦୁଇଟି ସ୍ଥାନରେ ଭିଜିଲାନ୍ସ ଟିମ ଚଢ଼ାଉ ଜାରି ରଖିଛି । ସେହିପରି ରଙ୍ଗମାଟିଆ ସ୍ଥିତ ଏକ ଫ୍ଲାଟ, ଭୁବନେଶ୍ବର ଭରତପୁର ଥାନା ଅନ୍ତର୍ଗତ ଚନ୍ଦକା ନୁଆଗାଁ ସ୍ଥିତ କୋଠା, ବାଲେଶ୍ବରର ସୁନାହାଟରେ ଥିବା କୋଠା ଘର, ସୁନାହାଟରେ ଥିବା ଦୁଇଟି ଫ୍ଲାଟ, ସୋନପୁର ଟାଉନ ସ୍ଥିତ ଏକ ବିଲ୍ଡିଂ, ବାଲେଶ୍ବର ବାରିପଦାରେ ଥିବା ପୈତୃକ ଘର, ପ୍ରତାପୁରର ସ୍ଥିତ କୋଠାଘର, ଜଗତସୁଂହପୁରରେ ଥିବା ଭଡ଼ାଘର ଓ ଅଫିସ ସମେତ ପୈତୃକ ଘର ଓ ସମ୍ପର୍କୀୟଙ୍କ ଘରେ ଚଢ଼ାଉ ଚାଲିଛି । ଦୁଇ ଡିଏସପିଙ୍କ ନେତୃତ୍ବରେ ୧୪ ଜଣ ଇନସ୍ପେକ୍ଟର ଓ ୬ଏଏସଆଇ ଚଡ଼ାଉରେ ସାମିଲ ହୋଇଛନ୍ତି ।

ସେପଟେ ସୁବର୍ଣ୍ଣପୁର ଜିଲ୍ଲା ଭିଜିଲାନ୍ସ ବିଭାଗ ପକ୍ଷରୁ ସହରର ଘୋଡଘାଟ ପଡ଼ାରେ ଚିତ୍ତରଞ୍ଜନ ପିଲାଙ୍କ ବାସଭବନରେ ଚଢ଼ାଉ କରାଯାଇଛି । ଭିଜିଲାନ୍ସ ବିଭାଗର ଏକ ସ୍ୱତନ୍ତ୍ର ଦଳ ବାସଭବନରେ ଚଢ଼ାଉ କରି ସମ୍ପତ୍ତିର ଆକଳନ କରୁଛନ୍ତି । ଚିତ୍ତରଞ୍ଜନ ଏହି ଘରଟିକୁ ଭଡାରେ ଦେଇଛନ୍ତି । ସେ ଜିଲ୍ଲାରେ କିରାଣୀ ଭାବେ ଦୀର୍ଘ ଦିନ କାର୍ଯ୍ୟ କରିବା ଭିତରେ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇ ଆସୁଥିଲା । ବିଭିନ୍ନ ସରକାରୀ କାର୍ଯ୍ୟକୁ ବେଆଇନ ଭାବେ ସମ୍ପାଦନ କରି ମୋଟା ଅଙ୍କ ରୋଜଗାର କରୁଥିଲେ ବୋଲି ସହରରେ ଚର୍ଚ୍ଚା ବି ହେଉଥିଲା । ତେବେ ଚିତ୍ତରଞ୍ଜନ ଏବେ ଜଗତସିଂହପୁର ଜିଲ୍ଲାରେ ଡେପୁଟି କଲେକ୍ଟର ଭାବେ କାର୍ଯ୍ୟ କରୁଛନ୍ତି । ସେ ବେଆଇନ ଭାବେ ବିପୁଳ ପରିମାଣର ସମ୍ପତି ଠୁଳ କରିଥିବା ଏକ ଦଶନ୍ଧି ତଳୁ ଅଭିଯୋଗ ହୋଇ ଆସୁଥିବା ବେଳେ ଭିଜିଲାନ୍ସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିଲା। ତେବେ ଭିଜିଲାନ୍ସ ବିଭାଗ ବେଆଇନ ସମ୍ପତ୍ତିର ଆବଶ୍ୟକ ସୂଚନା ପାଇବା ପରେ ଆଜି ଚିତ୍ତରଞ୍ଜନଙ୍କ ଏଠିକାର ବାସଭବନ ସମେତ 9ଟି ସ୍ଥାନରେ ଚଢ଼ାଉ କରିଛି। ଭିଜିଲାନ୍ସ ବିଭାଗ ବାସଭବନ ଓ ନିର୍ମିତ ବାସଭବନର ଜମିର ମୁଲ୍ୟ ଆକଳନ କରୁଛି । ଏଥିପାଇଁ ବୈଷୟିକ କର୍ମଚାରୀଙ୍କ ସହଯୋଗ ନେଇଥିବା ଜଣାପଡ଼ିଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ଏସମ୍ପର୍କରେ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Dec 27, 2022, 2:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.