ETV Bharat / state

ISL-6: କଳିଙ୍ଗ ଷ୍ଟାଡିୟମରେ ଅବ୍ୟବସ୍ଥାକୁ ନେଇ ପ୍ରଶଂସକ ଖପ୍ପା

author img

By

Published : Dec 27, 2019, 5:06 PM IST

Updated : Dec 27, 2019, 7:13 PM IST

ଆଜି (ଶୁକ୍ରବାର) କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଆଇଏସଏଲର ପ୍ରଥମ ଘରୋଇ ମ୍ୟାଚ କିନ୍ତୁ ଆୟୋଜକଙ୍କ ବ୍ୟବସ୍ଥାକୁ ନେଇ ଫୁଟବଲ ପ୍ରେମୀ ନିରାଶ ହୋଇଛନ୍ତି । ଅଧିକ ପଢନ୍ତୁ...

ISL6
ISL6

ଭୁବନେଶ୍ବର: ଆଉ କିଛି ସମୟପରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଆଇଏସଏଲର ଓଡିଶାରେ ପ୍ରଥମ ମ୍ୟାଚ । ଓଡିଶା ଏଫସି ଏବଂ ଜାମଶେଦପୁର ଏଫସି ମଧ୍ୟରେ ଏହି ମ୍ଯାଚ ଖେଳାଯିବ । ଏଥିପାଇଁ ଉଭୟ ଦଳର ଖେଳାଳିମାନେ ପ୍ରସ୍ତୁତ । ତେବେ ମ୍ୟାଚ ପୂର୍ବରୁ ଫୁଟବଲ ପ୍ରଶଂସକ ମାନଙ୍କୁ ହତାଶ ହେବାର ଦେଖିବାକୁ ମିଳିଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଅନ୍ୟ ଖେଳ ପାଇଁ ଯେପରି ଆୟୋଜନ କରାଯାଇ ଲୋକଙ୍କୁ ସୂଚନା ଦିଆଯିବା ସହ ସୁବିଧା ପ୍ରଦାନର ବ୍ୟବସ୍ଥା ଆୟୋଜକଙ୍କ ପକ୍ଷରୁ କରାଯାଇଥିଲା ସେପରି ବ୍ୟବସ୍ଥା ଫୁଟବଲ କ୍ଷେତ୍ରରେ ଦେଖିବାକୁ ମିଳୁ ନଥିବା ସେମାନେ କହିଛନ୍ତି ।

ଏପରିକି କେଉଁଠି ଦର୍ଶକମାନେ ଟିକେଟ କିଣିବେ, କେଉଁ ଗ୍ୟାଲେରୀ ପାଇଁ କେତେ ଟଙ୍କାର ଟିକେଟ ଉପଲବ୍ଧ , ଅନଲାଇନରେ ମିଳୁଛି କିମ୍ବା ଅଫଲାଇନରେ ସେ ସବୁ ବିଷୟରେ କୌଣସି ଠାରେ ସୂଚନା ଦିଆଯାଇନାହିଁ । ଏପରିକି ଟିକେଟ କିଣିବାକୁ ଆସୁଥିବା ଖେଳପ୍ରେମୀ ଟିକେଟ କାଉଣ୍ଟର ଖୋଜି ଖୋଜି ହାଲିଆ ହୋଇ ଫେରିଯାଉଥିବା ଦେଖିବାକୁ ମିଳିଛି। ଏପରିକି ଗଣମାଧ୍ୟମକୁ ଖେଳର ଆୟୋଜନ ନେଇ କଣ କଣ ବ୍ୟବସ୍ଥା ଗ୍ରହଣ କରାଯାଇଛି, କେତେ ପରିମାଣର ଟିକେଟ ବିକ୍ରି କରାଯିବାର ବ୍ୟବସ୍ଥା ଆଦି ବିଷୟରେ ସୂଚନା ଦେବାକୁ କୌଣସି ଅଧିକାରୀ ଉପଲବ୍ଧ ହେଉ ନାହାଁନ୍ତି।

କେବଳ କେତୋଟି ବଡ ବଡ ହୋର୍ଡିଙ୍ଗ ମାରି ଖେଳ ପାଇଁ ଆନ୍ତରିକତା ଦେଖାଯାଉଥିବା କୁହାଯାଉଥିବାବେଳେ ସେପରି କୌଣସି କାର୍ଯ୍ୟରେ ହେଉ ନଥିବା ନେଇ ପ୍ରସଂଶକମାନେ ଦୁଃଖ ପ୍ରକାଶ କରିବା ସହ ସରକାର ଏନେଇ ଜାଗ୍ରତ ହେବାକୁ କହିଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଆଉ କିଛି ସମୟପରେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ ଆଇ ଏସ ଏଲ ର ଓଡ଼ିଶାରେ ପ୍ରଥମ ମ୍ୟାଚ ।ଏଥିପାଇଁ ଉଭୟ ଦଳର ଖେଳାଳିମାନେ ପ୍ରସ୍ତୁତ ହୋଇ ରହିଥିବା ବେଳେ ଫୁଟବଲ ପ୍ରସଂଶକ ମାନଙ୍କୁ ହତାଶ ହେବାର ଦେଖିବାକୁ ମିଳିଛି।ଅନ୍ୟ ଖେଳ ଯେପରି ଆୟୋଜନ କରାଯାଇ ଲୋକଙ୍କୁ ସୂଚନା ଦିଆଯିବା ସହ ସୁବିଧା ପ୍ରଦାନର ବ୍ୟବସ୍ଥା ଆୟୋଜକଙ୍କ ପକ୍ଷରୁ କରାଯାଇଥିଲା ସେପରି ବ୍ୟବସ୍ଥା ଫୁଟବଲ କ୍ଷେତ୍ରରେ ଦେଖିବାକୁ ମିଳୁ ନଥିବା ସେମାନେ କହିଛନ୍ତି।

Body:ଏପରିକି କେଉଁଠି ଦର୍ଶକମାନେ ଟିକେଟ କିଣିବେ,କେଉଁ ଗ୍ୟାଲେରୀ ପାଇଁ କେତେ ଟଂକାର ଟିକେଟ ଉପଲବ୍ଧ ,ଅନ ଲାଇନ ରେ ମିଳୁଛି କିମ୍ବା ଅଫ ଲାଇନ ରେ ସେ ସବୁ ବିଷୟରେ କୌଣସି ଠାରେ ସୂଚନା ଦିଆଯାଇନାହିଁ।ଏପରିକି ଟିକେଟ କିଣିବାକୁ ଆସୁଥିବା ଖେଳପ୍ରେମୀ ଟିକେଟ କାଉଣ୍ଟର ଖୋଜି ଖୋଜି ହାଲିଆ ହୋଇ ଫେରିଯାଉଥିବା ଦେଖିବାକୁ ମିଳିଛି।ଏପରିକି ଗଣମାଧ୍ୟମକୁ ଖେଳର ଆୟୋଜନ ନେଇ କଣ କଣ ବ୍ୟବସ୍ଥା ଗ୍ରହଣ କରାଯାଇଛି,କେତେ ପରିମାଣର ଟିକେଟ ବିକ୍ରି କରାଯିବାର ବ୍ୟବସ୍ଥା ଆଦି ବିଷୟରେ ସୂଚନା ଦେବାକୁ କୌଣସି ଅଧିକାରୀ ଉପଲବ୍ଧ ହେଉ ନଥିବା ଜଣାପଡ଼ିଛି।କେବଳ କେତୋଟି ବଡ଼ ବଡ଼ ହୋର୍ଡିଙ୍ଗ ମାରି ଖେଳ ପାଇଁ ଆନ୍ତରିକତା ଦେଖାଯାଉଥିବା କୁହା ଯାଉଥିବାବେଳେ ସେପରି କୌଣସି କାର୍ଯ୍ୟ କାର୍ଯ୍ୟରେ ହେଉ ନ ଥିବା ନେଇ ପ୍ରସଂଶକମାନେ ଦୁଃଖ ପ୍ରକାଶ କରିବା ସହ ସରକାର ଏନେଇ ଜାଗ୍ରତ ହେବାକୁ କହିଛନ୍ତି।
ବାଇଟ-ଖେଳପ୍ରେମୀ ଦର୍ଶକ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଇଟିଭି ଭାରତ।

Conclusion:
Last Updated : Dec 27, 2019, 7:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.