ଖୋର୍ଦ୍ଧା: ଘରୋଇ ଗଣମାଧ୍ୟମ ସଂସ୍ଥାର ଜମି ଜାଲିଆତି ଘଟଣାରେ ନୂଆମୋଡ଼ । ଖୋର୍ଦ୍ଧା ସାରୁଅ ଶିଳ୍ପାଞ୍ଚଳରେ ଘରୋଇ ଗଣମାଧ୍ୟମ ସଂସ୍ଥାର ଜମି ଜାଲିଆତି ଘଟଣା ନୂଆମୋଡ଼ ନେଇଛି ।
ସୂଚନା ଅନୁଯାୟୀ, ସାରୁଅର ହାଲ୍ଲୁରୀ ପାହାଡସିଂ ଥାନାରେ ଅଭିଯୋଗ କରିଛନ୍ତି ଯେ, ନିଜ ଜମିରେ ଚାଷ କରି ସେ ପରିବାର ପ୍ରତିପୋଷଣ କରନ୍ତି । ଜମିକୁ ବିକ୍ରି କରିବାକୁ ଚାପ ପକାଇବା ସହ ଜମିକୁ ପାଣି ଛାଡୁ ନାହାଁନ୍ତି । ଫଳରେ ତାଙ୍କ ଚାଷ ବାଧାପ୍ରାପ୍ତ ହେଉଛି । ଏପରିକି ଜମି ପାଖରେ ସୁଉଚ୍ଚ ପାଚେରୀ ନିର୍ମାଣ କରିବା ଓ ଜମିକୁ ନ ଯିବାକୁ ଏମଡି ଓ ତାଙ୍କ ସମ୍ପର୍କୀୟ ଧମକ ଦେବା ଅଭିଯୋଗ କରିଛନ୍ତି ।
ଏସମ୍ପର୍କରେ ବାଘମାରି ଥାନାରେ ଅଭିଯୋଗ ହେବାପରେ ଏସଡିପିଓଙ୍କ ନେତୃତ୍ୱରେ ତଦନ୍ତ ଆରମ୍ଭ ହୋଇଥିବା ଖୋର୍ଦ୍ଧା ଏସପିଙ୍କ ସୂଚନା ଦେଇଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ