ETV Bharat / state

International Flight Service: ମେ’ ମାସରୁ କରିପାରେ ଉଡାଣ

ବିଦେଶ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର । ଭୁବନେଶ୍ୱର ବିମାନବନ୍ଦରର ଆନ୍ତର୍ଜାତୀୟ ଟର୍ମିନାଲ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ ରୂପେ କାର୍ଯ୍ୟକ୍ଷମ ହେବ । ମେ’ ମାସରେ ବିଦେଶକୁ ଉଡିବ ବିମାନ । ଅଧିକ ପଢନ୍ତୁ

author img

By

Published : Jan 31, 2023, 10:45 PM IST

International flight service
International flight service
International flight service

ଭୁବନେଶ୍ବର: ରାଜ୍ୟରୁ ବିଦେଶକୁ ଉଡିବ ବିମାନ। ବିଦେଶକୁ ବିମାନ ଉଡ଼ିବା ଏକ ପ୍ରକାରର ଅନିଶ୍ଚିତ ରହିଥିବା ବେଳେ ବର୍ତ୍ତମାନ ବିଦେଶ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର ମିଳିଛି। ମେ ମାସରେ ବିଦେଶ କୁ ଉଡିବ ବିମାନ । ଭୁବନେଶ୍ୱର ବିମାନବନ୍ଦର ର ଆନ୍ତର୍ଜାତୀୟ ଟର୍ମିନାଲ ମାର୍ଚ୍ଚ ସୁଦ୍ଧା ସମ୍ପୂର୍ଣ ରୂପେ କାର୍ଯ୍ୟକ୍ଷମ ହେବ। ଏହା ପରେ ନୂତନ ବିମାନର ସୂଚୀ ଆସିଲା ପରେ ମେ’ ମାସରେ ବିଦେଶ କୁ ଉଡାଣ କରିବ ବୋଲି ଆଶା କରାଯାଉଛି।

ତେବେ ଭୁବନେଶ୍ୱର ଆନ୍ତର୍ଜାତୀୟ ବିମାନ ବନ୍ଦରର ମୁଖ୍ୟ ଟର୍ମିନାଲ ବିଲଡିଂ ନୂଆ ରୂପରେ ପ୍ରସ୍ତୁତ କରାଯାଉଛି। ଯାହା ଇଣ୍ଟିଗ୍ରେଟେଡ ଇଣ୍ଟରନେସନାଲ ଟର୍ମିନାଲ ହେବ। ଏହି ନୂତନ ଟର୍ମିନାଲ ବିଲଡିଂ ଟି ମାର୍ଚ୍ଚ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି। ଏହା ସହିତ ଆନ୍ତର୍ଜାତୀୟ ବିମାନ ଉଡାଣ କୁ ନେଇ ସୂଚୀ ପ୍ରସ୍ତୁତ କରାଯିବ। ଏହି ସୂଚୀ ଆସିବା ପରେ ସେହି ଆଧାରରେ ଆସନ୍ତା ମେ ମାସ ସୁଦ୍ଧା ବିଦେଶ କୁ ଉଡାଣ କରିବା ନେଇ ସୂଚନା ଦେଇଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ।

ସେ ଆହୁରି କହିଛନ୍ତି ଯେ, ରାଜ୍ୟ ସରକାର ଇଣ୍ଡିଗୋ ଏୟାରଲାଇନ୍ସ ମଧ୍ୟରେ ଏକ ଚୁକ୍ତି ସ୍ବାକ୍ଷର କରିଛନ୍ତି। ଏହି ଇଣ୍ଡିଗୋ ବିମାନଟି ସିଙ୍ଗାପୁର, ଦୁବାଇ ଓ ବ୍ୟାଙ୍କକ କୁ ଖୁବ ଶୀଘ୍ର ଉଡାଣ କରିବ। ଏହା ସହ ଭୁବନେଶ୍ଵର ଆନ୍ତର୍ଜାତୀୟ ବିମାନବନ୍ଦର ର ନୂତନ ଟର୍ମିନାଲ ଏବେ କାର୍ଯ୍ୟ ଶେଷ ଅବସ୍ଥାରେ ପହଞ୍ଚିଲାଣି। ମଲ୍ଟି ପାର୍କିଂ ସାଙ୍ଗକୁ ବିମାନ ବନ୍ଦରର ସୌନ୍ଦର୍ଯ୍ୟକରଣ କରାଯିବା ସହ ଖୁବ ଶୀଘ୍ର ମଧ୍ୟ ନିଜସ୍ଵ ATC କାର୍ଯ୍ୟକ୍ଷମ ହେବାର ଯୋଜନା ରଖାଯାଇଛି ବୋଲି ଖାଇଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ।

ସୂଚନା ଅନୁଯାୟୀ, ରାଜ୍ୟ ସରକାର ଭୁବନେଶ୍ବରରୁ ବିଦେଶକୁ ଅଧିକ ବିମାନ ଉଡ଼ାଣ ପାଇଁ ଦୀର୍ଘ ବର୍ଷ ହେଲା ଉଦ୍ୟମ କରୁଥିଲେ ହେଁ ଏବେ ବିଦେଶ ଯାତ୍ରାକୁ ଗ୍ରିନ ସିଗନାଲ ମିଳିଛି। ରାଜ୍ୟ ସରକାରଙ୍କ ଉଦ୍ୟମରେ ଦୁଇ ବର୍ଷରେ ତିନିଟି ବିମାନ ବିଦେଶକୁ ଉଡ଼ାଣ ଆରମ୍ଭ କରିଥିଲେ ମଧ୍ୟ ପରବର୍ତ୍ତୀ ମୁହୁର୍ତ୍ତରେ ଏହା ବନ୍ଦ କରି ଦିଆଯାଇଥିଲା। ଏବେବି ବିଦେଶକୁ ଯାଉଥିବା 95%ରୁ ଅଧିକ ଯାତ୍ରୀ ଦିଲ୍ଲୀ, କୋଲକତା, ମୁମ୍ବାଇ, ବେଙ୍ଗାଲୁରୁ ହୋଇ ବିଦେଶକୁ ଯାଉଛନ୍ତି। ଭୁବନେଶ୍ୱର ରୁ ବ୍ୟାଙ୍କକ୍‌କୁ ଏୟାର ଇଣ୍ଡିଆ ଓ ଏୟାର ଏସିଆ ବିମାନ ଉଡ଼ାଣ କରିଥିଲେ ମଧ୍ୟ କିଛି ମାସ ଚଳାଇ ବନ୍ଦ କରିଥିଲା।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.