ETV Bharat / state

ଅଭିନେତ୍ରୀ ମୌସୁମୀ ନାୟକ ଗିରଫ, ଲେଖିକା ଆଣିଥିଲେ ଟଙ୍କା ମାଗିବା ଅଭିଯୋଗ

author img

By ETV Bharat Odisha Team

Published : Nov 13, 2023, 4:23 PM IST

Updated : Nov 13, 2023, 6:01 PM IST

ଓଲିଉଡ ଅଭିନେତ୍ରୀ ମୌସୁମୀ ନାୟକ ଗିରଫ । ଦାଦାବଟି ଅଭିଯୋଗରେ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ Ollywood actress Mousumi Nayak arrested.

Ollywood actress Mousumi Nayak arrest
Ollywood actress Mousumi Nayak arrest

ଭୁବନେଶ୍ବର: ଓଲିଉଡ ଅଭିନେତ୍ରୀ ମୌସୁମୀ ନାୟକ ଗିରଫ । ଦାଦାବଟି ଓ ଠକେଇ ଅଭିଯୋଗରେ ଗିରଫ କଲା ଇନଫୋସିଟି ଥାନା ପୋଲିସ । ଅଭିଯୋଗ ଆଣିଥିଲେ ଲେଖିକା ବନସ୍ମିତା ପତି । ମୌସୁମୀଙ୍କ ବିରୋଧରେ ଆଇପିସିର ଦଫା ୩୮୫ ଦାଦାବଟି, ୨୯୪ ଗାଳିଗୁଲଜ କରିବା, ୫୦୬ ଅପରାଧିକ ଉଦ୍ଦେଶ୍ୟରେ ଧମକାଇବା, ୫୦୭ ଧମକ ଦେବା ଆଦି ଅଭିଯୋଗରେ ଗିରଫ କରିଛି ପୋଲିସ । ଗିରଫ ପରେ କୋର୍ଟ ଚାଲାଣ କଲା ପୋଲିସ । ତଦନ୍ତ ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ସୂଚନା ମୁତାବକ ଅଭିଯୋଗକାରୀ ଓ ଅଭିନେତ୍ରୀଙ୍କ ମଧ୍ୟରେ ଏକ ବ୍ୟବସାୟିକ କାରବାର ପାଇଁ ଟଙ୍କା କାରବାର ହୋଇଥିଲା । ଅଭିନେତ୍ରୀ ଜଣକ ୫ ଲକ୍ଷ ୮୦ହଜାର ଟଙ୍କା ଆଉ ଅଭିଯୋଗକାରୀଙ୍କୁ ଫେରାନଥିଲେ । ଯାହାକୁ ମାଗିବାରୁ ବିଭିନ୍ନ ଆଳ ଦେଖାଇ ବାହାନା କରୁଥିଲେ । ଏନେଇ ଉଭୟଙ୍କ ମଧ୍ୟରେ କିଛି ଦିନ ଧରି ତିକ୍ତତା ଲାଗି ରହିଥିଲା । ଯାହାକୁ ନେଇ ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ ଅଭିଯୋଗକାରୀ ମହିଳା । ଏନେଇ ପୋଲିସ ଗିରଫ କରିଛି ।

ଏହା ବି ପଢନ୍ତୁ- ମହିଳା ସାମ୍ବାଦିକଙ୍କୁ ମାଡ଼ ମାରି ଜେଲ ଗଲେ ଟୁଟୁ ନାୟକ

ଅଭିଯୋଗକାରୀ ବନସ୍ମିତାଙ୍କ କହିବାନୁସାରେ ଉଭୟଙ୍କ ମଧ୍ୟରେ ବ୍ୟବସାୟିକ କାରବାର ପାଇଁ ସେ ୫ ଲକ୍ଷ ୮୦ ହଜାର ଟଙ୍କା ନେଇଥିଲେ । ଏହାକୁ ସେ ଫେରାଇ ମଧ୍ୟ ଦେଇଥିଲେ । ମାତ୍ର ଟଙ୍କା ଫେରାଇବା ପରେ ମଧ୍ୟ ଅଭିନେତ୍ରୀ ମୌସୁମୀ ତାଙ୍କୁ ଟଙ୍କା ମାଗୁଥିଲେ । ଆଉ ଟଙ୍କା ନ ଦେଲେ ତାଙ୍କୁ ଫସାଇଦେବାକୁ ଧମକ ମଧ୍ୟ ଦେଉଥିଲେ । ଫୋନ, ହ୍ବାଟ୍ସଆପ୍‌ରେ ଧମକ ଚମକ ଦେଉଥିବା ଲେଖିକା ବନସ୍ମିତା ଅଭିଯୋଗ କରିଛନ୍ତି । କିଛି ଦିନ ପୂର୍ବରୁ ଅଭିନେତ୍ରୀ ମୌସୁମୀ ଗଣମାଧ୍ୟମ ସମ୍ମୁଖକୁ ଆସି ବନସ୍ମିତାଙ୍କ ନାଁରେ କିଛି ସଙ୍ଗୀନ ଅଭିଯୋଗ ଆଣିଥିଲେ ।

ଏହାପରେ ବନସ୍ମିତା ତାଙ୍କୁ କାଉଣ୍ଟର କରି ଇନଫୋସିଟି ଥାନାରେ ମୌସୁମୀଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ । ଏହାର ତନାଘନା କରି ପୋଲିସ ଶେଷରେ ମୌସୁମୀଙ୍କୁ ଗିରଫ କରିଛି । ଏହି ମାମଲାରେ ପୋଲିସର ତଦନ୍ତ ପ୍ରାଥମିକ ପର୍ଯ୍ୟାୟରେ ରହିଛି । ଉଭୟ ପରସ୍ପର ବିରୋଧରେ ସମାନ ଅଭିଯୋଗ ଆଣୁଥିବା ବେଳେ ପୋଲିସ ତଦନ୍ତ କରିବା ପରେ ପୁରା ଘଟଣା ସାମ୍ନାକୁ ଆସିବ । ଏବେ ଗିରଫ ଅଭିନେତ୍ରୀଙ୍କୁ ପୋଲିସ କୋର୍ଟ ଚାଲାଣ କରି ତଦନ୍ତ ଜାରି ରଖିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Nov 13, 2023, 6:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.