ଖୋର୍ଦ୍ଧା: ବାୟୁ ପ୍ରଦଷଣ ରୋକିବା ପାଇଁ ଭାରତୀୟ ରେଳର ଗୁରୁତ୍ବପୂର୍ଣ୍ଣ ପଦକ୍ଷପ । 2030 ସୁଦ୍ଧା ଟ୍ରାକରୁ ହଟିବ ସମସ୍ତ ଡିଜେଲ ଗାଡି । ବଦ୍ୟୁତ ଦ୍ବାରା ଚାଳିତ ଗାଡି ଉପରେ ଗୁରିତ୍ବ । ବାୟୁପ୍ରଦୂଷଣ ରୋକିବା ପାଇଁ ସୈର୍ଯ୍ୟ ଶକ୍ତି ଓ ବିଦ୍ୟୁତକୁ ବ୍ୟବହାରରେ ଚାଲିବ ଟ୍ରେନ । ଅଙ୍ଗାରକାମ୍ଳ ହ୍ରାସ କରିବାରେ ଓ ସ୍ୱଚ୍ଛ ଶକ୍ତିର ଉପଯୋଗକୁ ବୃଦ୍ଧି କରିବା ପାଇଁ ଚାଲିଛି ପ୍ରୟାସ । ଇଲେଟ୍ରିକ ଗାଡି ଚାଲିବା ଦ୍ବାରା ଅଙ୍ଗାରକାମ୍ଳ ହ୍ରାସ କରିବା ପାଇଁ ରେଳବାଇ ଲକ୍ଷ୍ୟ ସ୍ଥିର କରିଛି ।
ଡିଭିଜନାଲ ରେଲୱେ ମ୍ୟାନେଜର ରିଙ୍କେଶ ରୟଙ୍କ ସୂଚନା ଅନୁଯାୟୀ, 100% ବିଦ୍ୟୁତିକରଣ ହେତୁ ଖୋର୍ଦ୍ଧା ରୋଡ୍ ଡିଭିଜନ 278250 ଟନ୍ କାର୍ବନ ଫୁଟ୍ ପ୍ରିଣ୍ଟ ସଞ୍ଚୟ କରିପାରିଛି । ବାର୍ଷିକ ଡିଜେଲ ବିଲ୍ ପ୍ରାୟ 814.204 କୋଟି ଟଙ୍କା ହ୍ରାସ କରିପାରିଛି । ନେଟ୍ ଜିରୋ କାର୍ବନ ନିର୍ଗମନ ପାଇଁ ଭାରତୀୟ ରେଳବାଇର ଲକ୍ଷ୍ୟକୁ ଆଗେଇ ନେବାପାଇଁ ପୂର୍ବତଟ ରେଳପଥର ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳରେ ବିଦ୍ୟୁତିକରଣ କାର୍ଯ୍ୟ ଜୁଲାଇ 1998ରେ ପଲାସାଠାରୁ ଆରମ୍ଭ ହୋଇଥିଲା । ତେବେ ଖୋର୍ଦ୍ଧାରେ ଦୈନିକ ଏହି ଡିଭିଜନ୍ ହାରାହାରି 159ଟି ଯାତ୍ରୀବାହୀ ଟ୍ରେନ୍ ଏବଂ 307ଟି ମାଲବାହୀ ଟ୍ରେନ୍ ସହିତ ପରିଚାଳନା କରିଥାଏ । ଏହା ତିନୋଟି ପ୍ରମୁଖ ବନ୍ଦର ଯଥା ପାରାଦ୍ୱୀପ, ଧାମରା, ଗୋପାଳପୁର, କୋଇଲା ଖଣି ଓ ଅନେକ ଲୁହାପଥର ଖଣି ଏବଂ ଅନେକ ଇସ୍ପାତ କାରଖାନାକୁ ଏହାର ସେବା ଯୋଗାଇଥାଏ । ଭାରତୀୟ ରେଳର ଶ୍ରେଷ୍ଠ ତିନୋଟି ଲୋଡିଂ ବିଭାଗ ମଧ୍ୟରୁ ଖୋର୍ଦ୍ଧା ରୋଡ୍ ଡିଭିଜନ୍ ଅନ୍ୟତମ ।
ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳର ସମ୍ପୂର୍ଣ୍ଣ ବିଦ୍ୟୁତିକରଣ କାର୍ଯ୍ୟ 2012 ମସିହାରେ ସମାପ୍ତ ହୋଇଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ 1141 ରୁଟ୍ କିଲୋମିଟର ଏବଂ 3160 ଟ୍ରାକ୍ କିଲୋମିଟର ପାଇଁ ବିଦ୍ୟୁତିକରଣ କାର୍ଯ୍ୟ ସମାପ୍ତ ହୋଇଛି । ଖୋର୍ଦ୍ଧା ରୋଡ୍ ଡିଭିଜନରେ ସମସ୍ତ କୋଚିଂ ଟ୍ରେନ୍ ଏବଂ 95 ପ୍ରତିଶତରୁ ଅଧିକ ମାଲବାହୀ ଟ୍ରେନ୍ ଇଲେକ୍ଟ୍ରିକ୍ ଟ୍ରାକ୍ସନ୍ ସହିତ ଚାଲୁଛି । ଡିଭିଜନର ସମସ୍ତ ସାଇଡିଂ ମଧ୍ୟ ବିଦ୍ୟୁତକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଡିଭିଜନର ଶତ ପ୍ରତିଶତ ବିଦ୍ୟୁତିକରଣର ଲକ୍ଷ ନେଇ, 19ଟି ଟ୍ରାକ୍ସନ୍ ସବ୍ ଷ୍ଟେସନ୍ ପ୍ରତିଷ୍ଠା କରାଯାଇଥିଲା । ଯାହା ଓଭରହେଡ୍ ଯନ୍ତ୍ରପାତି (OHE)କୁ 25 କେଭି ବିଦ୍ୟୁତ୍ ଯୋଗାଣ କରିଥାଏ । OHEର ରକ୍ଷଣାବେକ୍ଷଣ ପାଇଁ 20ଟି ଟାୱାର ୱାଗନ୍ ଅଛି । ଡିଭିଜନର ଆସେଟ୍ ଅନୁପାତରେ କର୍ମଚାରୀମାନେ ଭାରତୀୟ ରେଳବାଇ ଉପରେ ସର୍ବନିମ୍ନ ଅଟେ ।
ଇଟିଭି ଭାରତ, ଖୋର୍ଦ୍ଧା