ETV Bharat / state

ଖୋର୍ଦ୍ଧାରେ ଉପରମୁଁହା କରୋନା ଗ୍ରାଫ - ଉପରମୁଁହା କରୋନା ଗ୍ରାଫ

ଖୋର୍ଦ୍ଧା ଉପଖଣ୍ଡରେ ମଙ୍ଗଳବାର ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ମୋଟ ୪୪୧୧ଜଣ ସମୁଦାୟ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩୪୨୭ଜଣ ସୁସ୍ଥ ହୋଇଥିବା ଟ୍ୱିଟ କରି ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ । ଅଧିକ ପଢନ୍ତୁ...

ଖୋର୍ଦ୍ଧାରେ ଉପରମୁଁହା କରୋନା ଗ୍ରାଫ
ଖୋର୍ଦ୍ଧାରେ ଉପରମୁଁହା କରୋନା ଗ୍ରାଫ
author img

By

Published : Jun 2, 2021, 6:05 PM IST

ଖୋର୍ଦ୍ଧା: ରାଜ୍ୟରେ କାୟା ମେଲାଉଛି ଅଦୃଶ୍ୟ ଭୂତାଣୁ । ଏହି ଭୂତାଣୁ ପାଇଁ ବେଶୀ ପ୍ରଭାବିତ ଖୋର୍ଦ୍ଧା ଜିଲ୍ଲା । ପ୍ରତିଦିନ ଖୋର୍ଦ୍ଧାରେ ତିନିଅଙ୍କ ଛୁଉଁଛି ଆକ୍ରାନ୍ତଙ୍କ ସଂଖ୍ୟା । ସେଥିପାଇଁ ଖୋର୍ଦ୍ଧା ଜିଲ୍ଲାକୁ ରେଡ଼ ଜୋନ ଘୋଷଣା କରିଛନ୍ତି ରାଜ୍ୟ ସରକାର । କିନ୍ତୁ ଖୋର୍ଦ୍ଧା ଉପଖଣ୍ଡରେ ଏହାର ସ୍ଥିତି ସେତେଟା ବିଗିଡି ନଥିବା ଜଣାପଡିଛି ।

ଖୋର୍ଦ୍ଧାରେ ଉପରମୁଁହା କରୋନା ଗ୍ରାଫ

ଉପଖଣ୍ଡରେ ମଙ୍ଗଳବାର ସୁଦ୍ଧା ମିଳିଥିବା ତଥ୍ୟ ଅନୁଯାୟୀ ମୋଟ ୪୪୧୧ଜଣ ସମୁଦାୟ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩୪୨୭ଜଣ ସୁସ୍ଥ ହୋଇଥିବା ଟ୍ୱିଟ କରି ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ । ସେହିଭଳି ଉପଖଣ୍ଡରେ ମଙ୍ଗଳବାର ସୁଦ୍ଧା ୯୭୯ଜଣ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ଘରୋଇ ସଂଗରୋଧ କେନ୍ଦ୍ରରେ ୮୧୮ ଜଣ ଏବଂ ବିଭିନ୍ନ କୋଭିଡ ହସ୍ପିଟାଲରେ ୧୬୦ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ସେପଟେ କରୋନା ଚେନ ଭାଙ୍ଗିବା ପାଇଁ ଜିଲା ପ୍ରଶାସନ ଲକଡାଉନ ସଟଡାଉନ କଟକଣାକୁ କଡାକଡି ପାଳନ କରିବ ପାଇଁ ଜନସାଧାରଣଙ୍କୁ ନିବେଦନ କରିବା ସହ ଜିଲା ବ୍ୟାପି ବ୍ଲକିଂ ଓ ଚେକିଂ ଜାରି ରହିଛି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.