ETV Bharat / state

‘ଚଳିତବର୍ଷ ଶେଷ ସୁଦ୍ଧା ସରିବ ବିଜୁ ସେତୁ ଯୋଜନା ଅଧିନରେ ଅସମ୍ପୂର୍ଣ୍ଣ କାର୍ଯ୍ୟ’

author img

By

Published : May 12, 2023, 1:03 PM IST

ଚଳିତବର୍ଷ ଶେଷ ସୁଦ୍ଧା ସରିବ ବିଜୁ ସେତୁ ଯୋଜନା ଅଧିନରେ ଅସମ୍ପୂର୍ଣ୍ଣ କାର୍ଯ୍ୟ । ଏନେଇ ଗତକାଲି ସମୀକ୍ଷା କରି କହିଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ । ଅଧିକ ପଢନ୍ତୁ

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ
ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ବର: ଧାର୍ଯ୍ୟ ସମୟ ସୀମା ମଧ୍ୟରେ ରାସ୍ତା, ସେତୁ ଓ କୋଠାବାଡି ନିର୍ମାଣ କାମ ତ୍ୱରାନ୍ୱିତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ହେବା ବିଭାଗର ଗୁରୁ ଦାୟିତ୍ୱ । ବିଭାଗୀୟ ଯନ୍ତ୍ରୀମାନେ ଏଥିପାଇଁ ଉତ୍ତର ଦାୟୀ ରହିବା ନିହାତି ଆବଶ୍ୟକ । ଯେଉଁ ଠିକାଦାର ଅଥବା ଠିକା ସଂସ୍ଥା ପ୍ରକଳ୍ପ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାରେ ଅହେତୁକ ବିଳମ୍ବ କରୁଛନ୍ତି ବା ମାନ ଅନୁସାରେ କାମ କରୁନାହାନ୍ତି ସେମାନଙ୍କ ବିରୁଦ୍ଧରେ ରାଜିନାମା ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଇଂ ପ୍ରୀତି ରଞ୍ଜନ ଘଡେଇ । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ସମସ୍ତ ଯୋଜନାର ସମୀକ୍ଷା କରି ମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି ।

ବିଜୁ ସେତୁ ଯୋଜନା ଅଧିନରେ ଅସମ୍ପୂର୍ଣ୍ଣ କାର୍ଯ୍ୟ ଗୁଡିକୁ ଚଳିତ ବର୍ଷ ଶେଷ ସୁଦ୍ଧା ସାରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି । ସେହିପରି ଚାଲୁ ରହିଥିବା ସମସ୍ତ ପ୍ରକଳ୍ପର ଏକ ତାଲିକା ପ୍ରସ୍ତୁତ ହେବ । ଏହି ତାଲିକା ବିଭାଗରେ ଦାଖଲ କରାଯିବ । ଏହା ସହିତ ପ୍ରକଳ୍ପ ଗୁଡିକର ନିୟମିତ ତଦାରଖ ପାଇଁ ମୁଖ୍ୟଯନ୍ତ୍ରୀ ଓ ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ରାସ୍ତା, ସେତୁ ନିର୍ମାଣରେ ରହିଥିବା ସମସ୍ୟା ଏବଂ ସେସବୁର ସମାଧାନ ସମ୍ପର୍କରେ ଆଲୋଚନା ହେବ । ଏହା ସହିତ କଂକ୍ରିଟ ରାସ୍ତାର ଗୁଣବତ୍ତା ବୃଦ୍ଧି ସହ ସଠିକ ସମୟରେ ସମ୍ପୂର୍ଣ୍ଣ କରାଯିବ । ଏଥି ନିମନ୍ତେ ନୂତନ ଜ୍ଞାନକୌଶଳ ଅବଲମ୍ବନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ସଡକ ଯୋଜନା, ବିଜୁ ସେତୁ ଯୋଜନା, ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା, କୋଠାବାଠି ନିର୍ମାଣ ଆଦି କାର୍ଯ୍ୟର ଅଗ୍ରଗତି ଏବଂ ଏସବୁ ସମୟସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ବିଭାଗୀୟ ଯନ୍ତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଛି ।

ପ୍ରାରମ୍ଭରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ ବିଭାଗ ଅଧିନସ୍ଥ ସମସ୍ତ ଯୋଜନା ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଗତ ବର୍ଷ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ସମସ୍ତ ଯୋଜନା ସମ୍ପୂର୍ଣ୍ଣ ହୋଇ ୮୦ ପ୍ରତିଶତ ବଜେଟ ବ୍ୟୟ ହୋଇଛି । ଏହା ଅନ୍ୟ ବର୍ଷ ତୁଳନାରେ ଅଧିକ ଓ ଉତ୍ସାହଜନକ । ଚଳିତ ଆର୍ଥିକ ବର୍ଷରେ ଆବଣ୍ଟିତ ବଜେଟ ୧୦୦ ପ୍ରତିଶତ ବ୍ୟୟ ହେବ । ପ୍ରକଳ୍ପର ମାନ ଯାଞ୍ଚ ପୂର୍ବକ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିବ ସେଥିପ୍ରତି ଧ୍ୟାନ ଦେବାକୁ ସମସ୍ତ ଯନ୍ତ୍ରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରାସ୍ତାର ଗୁଣବତ୍ତା ବଜାୟ ରଖିବା ଦିଗରେ ମଧ୍ୟ ପ୍ରମୁଖ ଶାସନ ସଚିବ ଗୁରୁତ୍ୱାରୋପ କରିଛନ୍ତି । ଏହା ସହ ରାସ୍ତା ଓ ବିଜୁ ସେତୁ ନିର୍ମାଣ ପାଇଁ ସ୍ଥିର କରା ଯାଇଥିବା ତ୍ରୈମାସିକ ଲକ୍ଷ୍ୟ ପୂରଣ ଦିଗରେ ସମସ୍ତେ ଯତ୍ନବାନ ହେବାକୁ କହିଛନ୍ତି । ଏହି ସମୀକ୍ଷା ବୈଠକରେ ରାଜ୍ୟର ସମସ୍ତ ଡିଭିଜନ ଇଞ୍ଜିନିୟିର, ସର୍କଲ ଇଞ୍ଜିନିୟର, ମୁଖ୍ୟଯନ୍ତ୍ରୀ, ସର୍ବୋଚ୍ଚ ଯନ୍ତ୍ରୀ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ପ୍ରମୁଖ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.