ETV Bharat / state

ବୌଦ୍ଧ ଡିଷ୍ଟ୍ରିଲେରୀ ପ୍ରାଇଭେଟ ଲିମିଟେଡ ଉପରେ ଆୟକର ରେଡ୍‌, ୧୫ଟି ସ୍ଥାନରେ ଚଢାଉ - ବୌଦ୍ଧ ଡିଷ୍ଟ୍ରିଲେରୀ ପ୍ରାଇଭେଟ ଲିମିଟେଡ

Income tax raid on distillery company: ବଡଧରଣର ଆଇଟି ରେଡ୍ । ଆୟକର ଫାଙ୍କିବା ଅଭିଯୋଗରେ ବୌଦ୍ଧ ଡିଷ୍ଟିଲେରି ପ୍ରାଇଭେଟ ଲିମିଟେଡ୍ ସଂସ୍ଥା ଉପରେ ଚଢ଼ାଉ କରାଯାଇଛି । ଅଧିକ ପଢ଼ନ୍ତୁ

ଆୟକର ବିଭାଗର ଚଢାଉ
ଆୟକର ବିଭାଗର ଚଢାଉ
author img

By ETV Bharat Odisha Team

Published : Dec 6, 2023, 3:41 PM IST

ଆୟକର ବିଭାଗର ଚଢାଉ

ଭୁବନେଶ୍ବର: ରାଜ୍ଯରେ‌‌ ବଡ଼ ଧରଣର ଇନକମ ଟ୍ୟାକ୍ସ ରେଡ୍ । ଆୟ ଫାଙ୍କିବା ଅଭିଯୋଗରେ ମଦ ପାଇଁ ପ୍ରସ୍ତୁତ ହେଉଥିବା ସ୍ପିରିଟ ପ୍ରସ୍ତୁତ କାରି କମ୍ପାନୀ ବୌଦ୍ଧ ଡିଷ୍ଟ୍ରିଲେରୀ ପ୍ରାଇଭେଟ୍‌ ଲିମିଟେଡ୍‌ ଉପରେ ଚଢାଉ କରାଯାଇଛି । ଏକକାଳୀନ ଭାବେ ୧୫ଟି ସ୍ଥାନରେ ଚଢାଉ କରାଯାଇଛି । ରାୟଗଡ଼ା, ଗୁଣୁପୁର, ଭୁବନେଶ୍ୱରେ ଏୟାରପୋର୍ଟ ଅଞ୍ଚଳରେ ଥିବା ଅଫିସ ସମେତ କମ୍ପାନୀର ଅଫିସମାନଙ୍କରେ ରେଡ ଜାରି ରହିଛି ।

ବିଶେଷ କରି ଆୟକର ପଇଠ ସମ୍ପର୍କିତ କିଛି ତଥ୍ୟ ଆଧାରରେ ଏହି କମ୍ପାନୀ ଉପରେ ଚଢ଼ାଉ ଜାରି ରହିଛି । ଆୟକର ବିଭାଗର କେନ୍ଦ୍ରୀୟ ଅଧିକାରୀ ସମେତ ରାଜ୍ୟ ଜୋନାଲର ଅଧିକାରୀ ମିଳିତ ଭାବେ ଚଢ଼ାଉ ଜାରି ରଖିଛନ୍ତି । ତେବେ କମ୍ପାନୀର କ୍ୟାପିଟାଲ ଓ ମାନୁଫାକ୍ଚର ୟୁନିଟ ଯେପରିକି ଗୋଖାଦ୍ୟ, ଇଟା ଫ୍ୟାକ୍ଟ୍ରି, ବିଲଡର କମ୍ପାନୀ ସମେତ ସ୍ପିରିଟ କମ୍ପାନୀ ଉପରେ ଏକକାଳିନ ଭାବେ ଚଢ଼ାଉ ହେଉଛି । ମିନିଷ୍ଟର ଅଫ କର୍ପୋରେଟ ଆଫାୟରରେ ବୌଦ୍ଧ ଡିଷ୍ଟ୍ରିଲେରୀ ପ୍ରାଇଭେଟ ଲିମିଟେଡର ସିଷ୍ଟର କମ୍ପାନୀ ଭାବେ କ୍ବାଲିଟି ବଟଲର ପ୍ରାଇଭେଟ ଲିମିଟେଡ, କେବିବିପି, ସିଲିକା ବଟଲି ଆଣ୍ଡ ବ୍ଲେଣ୍ଡି, ବଲଦେବ ସାହୁ ଇନଫ୍ରା, ଏନକରେଜ ଭିନକମଲଙ୍ଗଭିଓ ସେଲସ ଏଜେନ୍ସି ଭଳି ଅନେକ କମ୍ପାନୀ ରହିଛି ।

ତେବେ ଆୟକର ଟିମ୍ ଅଧିକାରୀମାନେ ବିଭିନ୍ନ ସ୍ଥାନକୁ ଯାଇ କମ୍ପାନୀର ବାଲାନ୍ସ ସିଟ୍, ରିଜର୍ଭ , ସରପ୍ଲସ ରିପୋର୍ଟ ସହ ଲଙ୍ଗଟର୍ମ ଓ ସର୍ଟଟର୍ମ ବରୋଇଙ୍ଗ, କରେଣ୍ଟ ଇନଭେଷ୍ଟମେଣ୍ଟ, କ୍ୟାସ ଏବଂ ବ୍ୟାଙ୍କ ବାଲାନ୍ସକୁ ତଲିସି କରୁଛି । ସେହିଭଳି ଟୋଟାଲ ରେଭନ୍ୟୁ ଟର୍ଣ୍ଣୋଭର, ଟୋଟାଲ ଏକ୍ସପେନ୍ସ,ଏମ୍ଲୋଇ ବେନଫିଟ ଏକ୍ସପେନ୍ସ,, ଫାଇନାନ୍ସ ଡେପ୍ରିସେସନ, ପ୍ରଫିଟ ବିଫୋର ଟ୍ୟାକ୍ସ ଓ ପ୍ରଫିଟ ଆଫ୍ଟର ଟାକ୍ସ ଆଦି ଅନେକ ଦିଗକୁ ନେଇ ତନାଘନା କରିଛନ୍ତି । ଉଦୟ ଶଙ୍କର‌ ପ୍ରସାଦ ଡାଇରେକ୍ଟର ଥିବା ଏହି କମ୍ପାନୀର‌ ଅନ୍ୟ ତମ ଡାଇରେକ୍ଟର ଅଛନ୍ତି ରିତେଶ ସାହୁ, ଅମିତ ସାହୁ ଓ ସିଦ୍ଧାର୍ଥ ସାହୁ ।

ଏହା ମଧ୍ୟ ପଢ଼ନ୍ତୁ.......ବରଗଡରେ IT ରେଡ଼, 80ଟି ସ୍ଥାନରେ ଛାପା ମାରିଲା ଆୟକର ବିଭାଗ

ଓଡ଼ିଶା ଛତିଶଗଡ଼ ଓ ପଶ୍ଚିମ ବଙ୍ଗ ସମେତ ଅନେକ ସ୍ଥାନରେ‌ ଏମାନଙ୍କ ଅଫିସ ଓ ବ୍ୟବସାୟ ରହିଛି । ଏତେବଡ଼ କର୍ପୋରେଟ କମ୍ପାନୀ ଉପରେ ଆୟକର ଅଧିକାରୀଙ୍କ ଆଖି ପଡିବା କେଉଁଠି ନା କେଉଁଠି ସନ୍ଦେହ ଘେରକୁ ଆସିଛି । ଆୟକର ନିୟମ ଅନୁସାରେ, ‌ଠିକ ଠାକ୍ ଚାଲିଛି କିମ୍ବା ଏହା ଭିତରେ କିଛି ଗଡବଡ ହୋଇଛି ସେନେଇ ଚଢ଼ାଉ ବେଳେ ତନତନ କରି ଯାଞ୍ଚ କରୁଛନ୍ତି । ତେବେ ବିଗତ କିଛି ଦିନ ହେବ ଆୟକର ଟିମ୍ ବେସ ସକ୍ରିୟ ଭାବେ ଚଢ଼ାଉ କରୁଛନ୍ତି । କିଛି ଦିନ ତଳେ ଡିଏନ ହୋମସ ଓ ଏାହର ଗ୍ରୁପ ଉପରେ ମଧ୍ୟ ଚଢ଼ାଉ କରିଥିଲା ଇନକମ ଟ୍ୟାକ୍ସ ଟିମ୍ । ଏନେଇ ସେତେବେଳେ ଅନେକ ଧରପଗଡ ସହ କୋଟି କୋଟି ଟଙ୍କାର କ୍ୟାସ ମଧ୍ୟ ଠାବ ହୋଇଥିଲା । କାଗଜପତ୍ର ସହ ଡକୁମେଣ୍ଟ ଆଧାରରେ ସବୁ ନେଇ ଯାଞ୍ଚ କରିଥିଲା ଆୟକର ବିଭାଗର ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.