ETV Bharat / state

ସରିଲା ରୁଦ୍ଧ ଦ୍ୱାର ବୈଠକ, ପଦ୍ମପୁର ଫଳାଫଳ ପୂର୍ବରୁ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ - ପଦ୍ମପୁର ଫଳାଫଳ ପୂର୍ବରୁ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ପଦ୍ମପୁର ଉପନିର୍ବାଚନ ଫଳାଫଳ ପୂର୍ବରୁ ରୁଦ୍ଧ ଦ୍ବାର ବୈଠକ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ

ସରିଲା ରୁଦ୍ଧ ଦ୍ବାର ବୈଠକ, ପଦ୍ମପୁର ଫଳାଫଳ ପୂର୍ବରୁ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

author img

By

Published : Dec 7, 2022, 3:31 PM IST

ଭୁବନେଶ୍ବର: ନବୀନ ନିବାସରେ ଶେଷ ହେଲା ଗୁରୁତ୍ବପୂର୍ଣ୍ଣ ବୈଠକ । ପଦ୍ମପୁର ଉପନିର୍ବାଚନ ଫଳାଫଳ ପୂର୍ବରୁ ମାନସ ମନ୍ଥନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ରୁଦ୍ଧ ଦ୍ବାର ବୈଠକରେ 50ରୁ ଊର୍ଦ୍ଧ୍ବ ନେତାଙ୍କୁ ଡ଼କରା ହୋଇଥିଲା । ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରଗଡ ପର୍ଯ୍ୟବେକ୍ଷକ ସୁଧୀର ସାମଲ, ମନ୍ତ୍ରୀ ରୋହିତ ପୂଜାରୀ, ବରିଷ୍ଠ ସାଧାରଣ ସମ୍ପାଦକ ପ୍ରଦୀପ ମାଝି, ବିଧାୟକ ବ୍ରଜ ପ୍ରଧାନଙ୍କ ଭଳି ଅନେକ ବଡ ବଡ ନେତା ସାମିଲ ହୋଇଥିଲେ । ବୈଠକ ପରେ ବିଜୁ ଜନତା ଦଳ ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟୀ ହେବ ବୋଲି ବିଜେଡି ନେତା ସୁଧୀର ସାମଲ କହିଛନ୍ତି ।

ପଦ୍ମପୁର ଫଳାଫଳ ପୂର୍ବରୁ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଏହାମଧ୍ୟ ପଢନ୍ତୁ: ଫଳାଫଳ ପୂର୍ବରୁ BJDର ମାନସ ମନ୍ଥନ, ନବୀନ ନିବାସରେ ଚାଲିଛି ଗୁରୁତ୍ବପୂର୍ଣ୍ଣ ବୈଠକ

ସରିଲା ରୁଦ୍ଧ ଦ୍ବାର ବୈଠକ, ପଦ୍ମପୁର ଫଳାଫଳ ପୂର୍ବରୁ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ସୁପ୍ରିମୋଙ୍କ ସହ ଆଲୋଚନା ପରେ ବରଗଡ ବିଜେଡି ପର୍ଯ୍ୟବେକ୍ଷକ ନେତା କହିଛନ୍ତି, ''ଦଳ ପଦ୍ମପୁରରେ ବିପୁଳ ଭୋଟରେ ବିଜୟୀ ହେବ । ତିନୋଟି ଯାକ ବ୍ଲକ ଓ ଏନଏସିରେ ଦଳ ଲିଡ୍ କରିବ । ଲୋକଙ୍କର ସମସ୍ୟା କ'ଣ ଅଛି ସେ ସମ୍ପର୍କରେ ରିପୋର୍ଟ ଦେବେ । ଲୋକଙ୍କର କ'ଣ ସମସ୍ୟା ଅଛି, ସରକାରୀ ଯୋଜନା ତଳ ସ୍ତରରେ କେମିତି ପହଞ୍ଚୁଛି, ଲୋକଙ୍କ ଆବଶ୍ୟକତା କ'ଣ ରହୁଛି ଓ କିପରି ଏହି ସମସ୍ୟାର ସମାଧାନ କରାଯିବ ସେନେଇ 15 ତାରିଖ ସୁଦ୍ଧା ବିସ୍ତୃତ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବିଜୟ ପରେ ଦାୟିତ୍ୱରେ ଥିବା ସବୁ ନେତା ପଦ୍ମପୁର ଯାଇ ଲୋକଙ୍କୁ ଧନ୍ୟବାଦ ଦେବେ ।'' ଏହାସହିତ ସେମାନଙ୍କ ସମସ୍ୟା ସମାଧାନ ଦିଗରେ ଆଲୋଚନା କରିବେ ବୋଲି ବିଜେଡି ନେତା କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.