ETV Bharat / state

ଆସୁଛି ଆଉ ଏକ ଲଘୁଚାପ, ଆସନ୍ତା 3 ତାରିଖରୁ ପୁଣି ବର୍ଷିବ

author img

By

Published : Jun 30, 2023, 7:25 PM IST

ରାଜ୍ୟରେ ପୁଣି ୩ ତାରିଖରୁ ବଢିବ ବର୍ଷାର ବିସ୍ତୃତି । ଆସନ୍ତା ୫ ତାରିଖରୁ କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଅଧିକ ପଢନ୍ତୁ

ଆସନ୍ତା 3 ତାରିଖରୁ ପୁଣି ବର୍ଷା ସମ୍ଭାବନା
ଆସନ୍ତା 3 ତାରିଖରୁ ପୁଣି ବର୍ଷା ସମ୍ଭାବନା
ଆସନ୍ତା 3 ତାରିଖରୁ ପୁଣି ବର୍ଷା ସମ୍ଭାବନା

ଭୁବନେଶ୍ବର: ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ଗତ କିଛି ଦିନ ହେବ ରାଜ୍ୟରେ ପାଗ ସ୍ବାଭାବିକ ଥିବାବେଳେ ପୁଣି ୩ ତାରିଖରୁ ବଢିବ ବର୍ଷାର ବିସ୍ତୃତି । ଏହାସହ ଆସନ୍ତା ୫ ତାରିଖରୁ ପ୍ରବଳ ବର୍ଷାର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଭାଗ । ତେବେ ଉପକୂଳ ଓଡ଼ିଶାର ଓ ତାର ପାର୍ଶ୍ଵବର୍ତ୍ତୀ ଜିଲ୍ଲାଗୁଡ଼ିକରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ । ଏଥିସହ ରାଜ୍ୟରେ ବର୍ତ୍ତମାନ ବର୍ଷା ବଢିବାର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏପରି ସ୍ଥିତି ଆଗାମୀ 2ରୁ 3 ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ । ଆଉ 3 ତାରିଖ ପରଠୁ ବର୍ଷା ବଢି଼ିବ ।

ତେବେ ଆସନ୍ତା ୫ତାରିଖରୁ କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । କାରଣ ରାଜ୍ୟରେ ଆଉ ଏକ ଲଘୁଚାପର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଏହାସହ ଦକ୍ଷିଣ ଓଡ଼ିଶାରେ ମଧ୍ୟ ବର୍ଷାର ପରିମାଣ ଅଧିକ ରହିପାରେ ।

ତେବେ ଉତ୍ତର ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଆସନ୍ତା ୩ ତାରିଖ ପରଠୁ ବର୍ଷାର ବିସ୍ତୃତି ବଢିବ । ଅନ୍ୟପଟେ ରାଜ୍ୟରେ ସକ୍ରିୟ ମୌସୁମୀ ସହ ନିମ୍ନ ଚାପ ରେଖା ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ କିଛିକିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ତେବେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ କୌଣସି ୱାର୍ଣ୍ଣିଂ ଜାରି କରାଯାଇନାହିଁ ।

ଏହା ମଧ୍ୟ ଦେଖନ୍ତୁ...Sarayu River: ବଢୁଛି ପବିତ୍ର ସରଜୁ ନଦୀର ଜଳସ୍ତର, ଦେଖନ୍ତୁ ଭିଡିଓ

ଏହାସହ ଆସନ୍ତା ୩ ତାରିଖରେ ଦକ୍ଷିଣ ଉପକୂଳର କିଛି ଅଞ୍ଚଳରେ ବିଜୁଳି ଘଡଘଡି ସହ ବର୍ଷାର ସମ୍ଭାବନା ଥିବାବେଳେ ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରଯାଇଛି। ସେହି ଜିଲ୍ଲା ଗୁଡ଼ିକ ହେଲା ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ମୟୁରଭଞ୍ଜ, କେନ୍ଦୁଝର, ଖୋର୍ଦ୍ଧା, ପୁରୀ, ନୟାଗଡ଼ ଓ ଢେଙ୍କାନାଳ । ଅପରପକ୍ଷେ ଗତ ୨୪ ଘଣ୍ଟାରେ ଓଡ଼ିଶାର କିଛିକିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି । ତେବେ ଢେଙ୍କାନାଳଠାରେ ସର୍ବାଧିକ ୭୧.୦୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଏଥିସହ ରାଜ୍ୟରେ ୨୧ ଜିଲ୍ଲାରେ କମ୍ ବର୍ଷା ରେକର୍ଡ ହୋଇଥିବା ବେଳେ ୫ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ଜଣାପଡ଼ିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.