ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ସ୍ଥିତ ଜୀବ ବିଜ୍ଞାନ ପ୍ରତିଷ୍ଠାନ (ILS)କୁ ମିଳିଛି ପୁଣି ଏକ ବଡ଼ ସଫଳତା । ଆଇଏଲଏସର ବୈଜ୍ଞାନିକମାନେ ଏକ ପ୍ରୋବାୟୋଟିକ୍ ବ୍ୟାକ୍ଟେରିଆ ଆବିଷ୍କାର କରିଛନ୍ତି । ଏହା ତରଳ ଝାଡ଼ା ଓ ମେଦବହୁଳତା ପ୍ରତିରୋଧ କ୍ଷେତ୍ରରେ ବେଶ ସହାୟକ ହୋଇପାରିବ। ଏଥିସହିତ ମଣିଷର ସ୍ବାସ୍ଥ୍ୟ ସମ୍ବନ୍ଧୀୟ ଅନେକ ସମସ୍ୟାର ସମାଧାନ କରିବା କ୍ଷେତ୍ରରେ ମଧ୍ୟ ଏହା ଉପଯୋଗୀ ସାବ୍ୟସ୍ତ ହେବ ବୋଲି କୁହାଯାଇଛି ।
ପ୍ରୋବାୟୋଟିକ୍ ବ୍ୟାକ୍ଟେରିଆ ଦ୍ବାରା ପ୍ରତିରୋଧ ହେବ ମେଦ ବହୁଳତା ଓ ତରଳ ଝାଡା । ରାଜ୍ୟର ଆଦିବାସୀ ସମ୍ପ୍ରଦାୟର ସ୍ବାସ୍ଥ୍ୟ ଏବଂ ପୁଷ୍ଟିକୁ ଦୃଷ୍ଟିରେ ରଖି ଏକ ଅଭିନବ ଗବେଷଣା କରିଛି ଆଇଏଲଏସ । ପ୍ରାୟ ୩ବର୍ଷ ପୂର୍ବେ ଏହି ଗବେଷଣା ଆରମ୍ଭ କରାଯାଇଥିଲା । ତେବେ ILSର ପୂର୍ବତନ ନିର୍ଦ୍ଦେଶକ ସ୍ଵର୍ଗତଃ ଡକ୍ଟର ଅଜୟ ପରିଡାଙ୍କ ନେତୃତ୍ବରେ ଭାରତ ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ଆଦିବାସୀମାନଙ୍କ ସ୍ବାସ୍ଥ୍ୟ ଏବଂ ପୁଷ୍ଟି ସମ୍ବନ୍ଧିତ କାର୍ଯ୍ୟର ଫ୍ଲାଗସିପ କାର୍ଯ୍ୟକୁ ସମର୍ଥନ କରିଛି । ପ୍ରୋବାୟୋଟିକ ହେଉଛି ଏକ ପ୍ରକାରର ଉପକାରୀ ଅଣୁଜୀବ ଯାହା ଜୀବନ୍ତ ଅବସ୍ଥାରେ ପର୍ଯ୍ୟାପ୍ତ ପରିମାଣରେ ସେବନ କଲେ ମଣିଷ ଏବଂ ପଶୁମାନଙ୍କୁ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମ୍ଵନ୍ଧିତ ଉପକାର ଯୋଗାଇଥାଏ ।
ଏହି ସହାୟକ ପ୍ରୋବାୟୋଟିକମାନେ ତରଳ ଝାଡ଼ା, ମେଦ ବହୁଳତା ଏବଂ ଅନେକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାର ପ୍ରତିରୋଧ ଏବଂ ନିୟନ୍ତ୍ରଣରେ ଉପଯୋଗୀ ହୋଇଥାନ୍ତି । ତେବେ ରାଜ୍ୟର ଜନଜାତିମାନଙ୍କର ଖାଦ୍ୟ ଅଭ୍ୟାସ, ସଂସ୍କୃତି ଏବଂ ପରିସଂସ୍ଥାକୁ ହୃଦୟଙ୍ଗମ କରି ILSର ବୈଜ୍ଞାନିକ ସମ୍ଭାବ୍ୟ ପ୍ରୋବୋୟୋଟିକ୍ସକୁ ଅନୁସନ୍ଧାନ କରିବାକୁ ଯୋଜନା କରିଥିଲେ। ଏଥିରେ ସଫଳତା ମିଳିବା ପରେ 'ୱାର୍ଲ୍ଡ ଜର୍ଣ୍ଣାଲ ଅଫ ମାଇକ୍ରୋବାଇଓଲୋଜି ଆଣ୍ଡ ବାୟୋ ଟେକ୍ନୋଲଜି'ରେ ପ୍ରକାଶିତ ହୋଇଛି। ଯାହାକି ଆନ୍ତର୍ଜାତିୟ ପ୍ରତିକା ।
ଏହା ବି ପଢନ୍ତୁ- 9 ରେ ନୀତୀଶ ଓ ନବୀନ ଭେଟଘାଟ, ଚର୍ଚ୍ଚା ଜୋରଦାର
ଏହା ଏବେ କେବଳ ଆଦିବାସୀ ସମ୍ପ୍ରଦାୟ ପାଇଁ ଉପଯୋଗୀ ହୋଇଥିବା ବେଳେ ଆଗାମୀ ଦିନରେ ସମସ୍ତ ଦିଗରୁ ସୀକୃତି ମିଳିଲା ପରେ ଏହା ସାର୍ବଜନୀନ ହୋଇପାରିବ । ଏନେଇ ବୈଜ୍ଞାନିକଙ୍କ ସଫଳତା ପାଇଁ ଚାରି ଆଡୁ ପ୍ରଂଶସାର ସୁଅ ଛୁଟୁଛି। ଭବିଷ୍ୟତରେ ପ୍ରୋବାୟୋଟିକ ଯୁକ୍ତ ଖାଦ୍ୟର ବିକାଶ କ୍ଷେତ୍ରରେ ସହାୟକ ହେବ।ଏହାକୁ ନେଇ ILSର ବୈଜ୍ଞାନିକ ଡ. ଶାନ୍ତିଭୂଷଣ ସେନାପତିଙ୍କ ଗବେଷଣା ଦଳ ILSରୁ ଏକାଧିକ ପ୍ରୋବାୟୋଟିକକୁ ଚିହ୍ନଟ ଏବଂ ପୃଥକ କରିଛନ୍ତି । ଏହିପରି ଏକ ଉପଯୋଗୀ ପ୍ରୋବାୟୋଟିକର ପୁରା ଜିନୋମ କ୍ରମ ଏବଂ ଅନ୍ୟାନ୍ୟ ପ୍ରୋବାୟୋଟିକ ଗୁଣଗୁଡିକ ଅନୁସନ୍ଧାନ କରିଛନ୍ତି । ଏହି କାର୍ଯ୍ୟଟି 'ୱାର୍ଲ୍ଡ ଜର୍ନାଲ୍ ଅଫ ମାଇକ୍ରୋବାୟୋଲୋଜି ଏଣ୍ଡ ବାୟୋଟେକ୍ନୋଲୋଜି'ରେ ପ୍ରକାଶିତ ହୋଇଛି ।
ଯାହାକି ଏହା ହେଉଛି ଏକ ପ୍ରତିଷ୍ଠିତ ଆନ୍ତର୍ଜାତୀୟ ପତ୍ରିକା । ଭବିଷ୍ୟତରେ ଏହି ପ୍ରୋବାୟୋଟିକ ଯୁକ୍ତ ଖାଦ୍ୟର ବିକାଶ ପାଇଁ ଏହି ପ୍ରୟାସକୁ ଅଧିକତର କରିବାକୁ ମଧ୍ୟ ଆଶା ପ୍ରକାଶ କରିଛନ୍ତି। ଏହି ପ୍ରୋବାୟୋଟିକ୍ସର ଉତ୍ପତ୍ତି ଓଡିଶାର ଜନଜାତିଙ୍କଠାରୁ ହୋଇଛନ୍ତି । ତେବେ ଡକ୍ଟର ସେନାପତି ଆଶା କରିଛନ୍ତି ଯେ ଏହି ଜିବାଣୁମାନେ ରାଜ୍ୟର ଆଦିବାସୀମାନଙ୍କ ସ୍ବାସ୍ଥ୍ୟ ପ୍ରୋତ୍ସାହନ ପାଇଁ ଅଧିକ ଲାଭଦାୟକ ହେବ । ଭବିଷ୍ୟତରେ ସାମଗ୍ରିକ ସ୍ବାସ୍ଥ୍ୟ ସ୍ଥିତିରେ ଉନ୍ନତି ଆଣିବାରେ ସାହାଯ୍ୟ କରିବ। ଜନ ନିର୍ଦ୍ଦିଷ୍ଟ ପ୍ରୋବାୟୋଟିକର ବିକାଶ ଦିଗରେ ଏହା ଏକ ଉତ୍ସାହଜନକ ପଦକ୍ଷେପ ବୋଲି କହିଛନ୍ତି ଡାକ୍ତର ସେନାପତି।
ଇଟିଭି ଭାରତ, ଭୁବନେଶ୍ବର