ETV Bharat / state

IAS Reshuffle: OAVSର ପ୍ରକଳ୍ପ ନିର୍ଦ୍ଦେଶିକା ଯାମିନୀ ଷଡ଼ଙ୍ଗୀ, ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବ ସଂଗ୍ରାମ କେଶରୀ ମହାପାତ୍ର

author img

By

Published : Jul 3, 2023, 9:55 PM IST

Updated : Jul 3, 2023, 10:16 PM IST

ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଦାୟିତ୍ବ ତିଲାଇବେ ଯାମିନୀ ଷଡ଼ଙ୍ଗୀ । ସଂଗ୍ରାମୀ କେଶରୀ ମହାପାତ୍ରଙ୍କୁ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଦାୟିତ୍ବ । ଅଧିକ ପଢ଼ନ୍ତୁ

ias reshuffle in odisha
IAS ସ୍ତରରେ ଅଦଳବଦଳ

ଭୁବନେଶ୍ବର: ରାଜ୍ୟ ସରକାର ଓଏଏସ ଓ ଆଇଏଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି । ଷ୍ଟଡି ଲିଭରୁ ଫେରିଥିବା ଆଇଏଏସ ଯାମିନୀ ଷଡ଼ଙ୍ଗୀଙ୍କୁ ନୂଆ ନିଯୁକ୍ତି ମିଳିଛି । ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଦାୟିତ୍ବ ତୁଲାଇବେ ଯାମିନୀ ଷଡ଼ଙ୍ଗୀ । ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ହୋଇଛନ୍ତି ସଂଗ୍ରାମୀ କେଶରୀ ମହାପାତ୍ର । ସେହିପରି ନୃସିଂହ ସ୍ୱାଇଁଙ୍କୁ ବୌଦ୍ଧ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଜ୍ଞପ୍ତି ଅନୁସାରେ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ଅବସ୍ଥାପିତ ହୋଇଛନ୍ତି ଆଇଏଏସ ଯାମିନୀ ଷଡ଼ଙ୍ଗୀ । ପ୍ରାୟ ଏକ ବର୍ଷ ଧରି ୨୦୦୮ ବ୍ୟାଚର ଆଇଏଏସ ଯାମିନୀ ଷଡ଼ଙ୍ଗୀ ଷ୍ଟଡି ଲିଭରେ ଥିଲେ । ଓଡ଼ିଶା ଫେରିବା ପରେ ତାଙ୍କୁ ରାଜ୍ୟ ସରକାର ନୂଆ ନିଯୁକ୍ତି ଦେଇଛନ୍ତି । ଏହା ସହିତ ସେ ଅର୍ଥ ବିଭାଗର ଅତିରିକ୍ତ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ । ଯାମିନୀଙ୍କ ନିଯୁକ୍ତି ପାଇଁ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ପ୍ରକଳ୍ପ ନିର୍ଦ୍ଦେଶକ ପଦବୀକୁ ଆଇଏଏସ କ୍ୟାଡରରେ ଅତିରିକ୍ତ ସଚିବ ପାହ୍ୟାକୁ ଉନ୍ନୀତ କରାଯାଇଛି । ଯାମିନୀ ଆମେରିକାର ନ୍ୟୁଜର୍ସି ପ୍ରିନ୍ସଟନ ୟୁନିର୍ଭସିଟିରେ ମାଷ୍ଟର ଇନ୍‌ ପବ୍ଲିକ ପଲିସିରେ ପାଠ ପଢ଼ିବା ନିମନ୍ତେ ୨୦୨୨ ଜୁଲାଇ ୧ରୁ ଷ୍ଟଡି ଲିଭରେ ଥିଲେ । ରାଜ୍ୟ ସରକାର ତାଙ୍କୁ ଏହି ଅବଧିରେ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ସଚିବ ପାହ୍ୟାରେ ଓଏସଡି ଭାବେ ନିଯୁକ୍ତି ଦେଇଥିଲେ ।

ଏହା ମଧ୍ୟ ପଢ଼ନ୍ତୁ: ଫୋକସରେ ଗଜପତି: ୯ ବରିଷ୍ଠ OAS ଅଫିସରଙ୍କ ଅଦଳବଦଳ

ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହୋଇଛି । ସଂଗ୍ରାମ ହେଉଛନ୍ତି ୨୦୧୨ ବ୍ୟାଚର ପଦୋନ୍ନତିପ୍ରାପ୍ତ ଆଇଏଏସ । ପୂର୍ବରୁ ସେ ଖୋର୍ଦ୍ଧା, ଜଗତସିଂହପୁରର ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି । ଧର୍ମଗଡ଼ ଉପଜିଲ୍ଲାପାଳ ତଥା ଧର୍ମଗଡ଼ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ୨୦୨୦ ବ୍ୟାଚର ଆଇଏଏସ ବେଦଭୂଷଣଙ୍କ ସମ୍ବଲପୁର ମହାନଗର ନିଗମର କମିଶନର ଭାବେ ବଦଳି ହୋଇଛି । ସେହିପରି ବରିଷ୍ଠ ଓଏଏସ ତଥା ଅର୍ଥ ବିଭାଗ ସ୍ୱତନ୍ତ୍ର ସଚିବ ନୃସିଂହ ଚରଣ ସ୍ୱାଇଁଙ୍କୁ ବୌଦ୍ଧ ଜିଲ୍ଲାପାଳ ଦାୟିତ୍ବ ଦିଆଯାଇଛି । ବୌଦ୍ଧ ଜିଲ୍ଲାପାଳ ଥିବା ବରିଷ୍ଠ ଓଏଏସ ଅଫିସର ସତ୍ୟରଞ୍ଜନ ସାହୁ ଜୁନ୍‌ ୩୦ ତାରିଖରେ ସରକାରୀ ଚାକିରିରୁ ଅବସର ନେଇଥିଲେ । ତାଙ୍କ ଅବସର ପରେ ଏହି ପଦବୀ ଖାଲି ପଡ଼ିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jul 3, 2023, 10:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.