ETV Bharat / state

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ 3 ବରିଷ୍ଠ ଅଧିକାରୀ, ଆଜି ନେବେ ଦାୟିତ୍ବ

author img

By

Published : Mar 1, 2023, 11:50 AM IST

ମୁଖ୍ୟ ଶାସନ ସଚିବ ଭାବେ ଆଜି ଦାୟିତ୍ବ ନେବେ ପ୍ରଦୀପ ଜେନା । ତାଙ୍କ ସହିତ ଉନ୍ନୟନ କମିଶନର ଭାବେ ଅନୁ ଗର୍ଗ ଓ ଏସଆରସି ଭାବେ ନିକୁଞ୍ଜ ବିହାରୀ ଧଳ ନୂଆ ଦାୟିତ୍ବ ଗ୍ରହଣ କରିବେ । ଅଧିକ ପଢନ୍ତୁ

ଦାୟିତ୍ୱ ନେବେ ୩ ବରିଷ୍ଠ ଅଧିକାରୀ
ଦାୟିତ୍ୱ ନେବେ ୩ ବରିଷ୍ଠ ଅଧିକାରୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ 3 ବରିଷ୍ଠ ଅଧିକାରୀ ଆଜି ନିଜର ନୂଆ ଦାୟିତ୍ୱ ଗ୍ରହଣ କରିବେ । ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଆଜି ଦାୟିତ୍ବ ନେବେ ବରିଷ୍ଠ ପ୍ରଶାସକ ପ୍ରଦୀପ କୁମାର ଜେନା । ସେହିପରି ଉନ୍ନୟନ କମିଶନର ଭାବେ ଅନୁ ଗର୍ଗ ଓ ଏସଆରସି ଭାବେ ନିକୁଞ୍ଜ ବିହାରୀ ଧଳ ନୂଆ ପଦବୀ ଗ୍ରହଣ କରିବେ । ଗତକାଲି ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଥିବା ସୁରେଶ ଚନ୍ଦ୍ର ମହାପାତ୍ର ଓଇଆରସି ଅଧ୍ୟକ୍ଷ ଭାବେ ଆଜିଠାରୁ ଦାୟିତ୍ୱ ସମ୍ଭାଳିବେ । ଏହାପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ଏହି ବରିଷ୍ଠ ପ୍ରଶାସକଗଣ ।

ଦାୟିତ୍ୱ ନେବେ ୩ ବରିଷ୍ଠ ଅଧିକାରୀ
ଦାୟିତ୍ୱ ନେବେ ୩ ବରିଷ୍ଠ ଅଧିକାରୀ

ଗତକାଲି ସନ୍ଧ୍ୟାରେ ବିଦାୟୀ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ନୂଆ ମୁଖ୍ୟ ଶାସନ ସଚିବ ଉଭୟ ପ୍ରଦୀପ କୁମାର ଜେନା ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି । ଉନ୍ନୟନ କମିଶନର ଅନୁ ଗର୍ଗ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ଏହି ସାକ୍ଷାତ ଆଲୋଚନା ସମୟରେ 5T ସଚିବ ଭିକେ ପାଣ୍ଡିଆନ ଓ ମୁଖ୍ୟମନ୍ତ୍ରୀଙ୍କ ଅଫିସର ମୁଖ୍ୟ ପରାମର୍ଶଦାତା ଆର ବାଲାକ୍ରୀଷ୍ଣନ ଉପସ୍ଥିତ ଥିଲେ । ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ପ୍ରଶାସକମାନଙ୍କ ସହ ଆଲୋଚନା କରିଥିଲେ । ବଜେଟ ପରିଚାଳନା, ବିପର୍ଯ୍ୟୟ ମୁକାବିଲା, ଯୋଜନାର ରୂପାନ୍ତରିକରଣ ନେଇ ମାର୍ଗଦର୍ଶନ ଦେଇଥିଲେ ନବୀନ ।

ଆଜି ରାଜ୍ୟର 45ତମ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିବେ ପ୍ରଦୀପ କୁମାର ଜେନା । ନିକଟରେ ରାଜ୍ୟ ସରକାର ତାଙ୍କୁ ଏହି ପଦରେ ନିଯୁକ୍ତି ଦେଇଛନ୍ତି । ପ୍ରଦୀପ ମୁଖ୍ୟ ଶାସନ ସଚିବ ପଦ ସହିତ ଚିଫ୍ ଡେଭଲପେଣ୍ଟ କମିଶନର ଅଫ୍ ଓଡ଼ିଶା ଦାୟିତ୍ୱ ମଧ୍ୟ ତୁଲାଇବେ । ଏହାପୂର୍ବରୁ ପ୍ରଦୀପ ସ୍ୱତନ୍ତ୍ର ରିଲିଫ କମିଶନର ଓ ଉନ୍ନୟନ କମିଶନର ଦାୟିତ୍ୱ ସମ୍ଭାଳୁଥିଲେ । ପ୍ରଦୀପ ହେଉଛନ୍ତି 1989 ବ୍ୟାଚ ଆଇଏଏସ୍ ଅଫିସର । ଦକ୍ଷ ପ୍ରଶାସକ ଭାବେ ପରିଚିତ ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ମଧ୍ୟ କାର୍ଯ୍ୟ ତୁଲାଇଛନ୍ତି । 1964 ମସିହା ଜାନୁଆରୀ 1ରେ ଢେଙ୍କାନାଳରେ ଜନ୍ମ ଗ୍ରହଣ କରିଥିବା ପ୍ରଦୀପ ଜେନା । ଧର୍ମଗଡ଼ର ଉପଜିଲ୍ଲାପାଳ ଭାବେ କ୍ୟାରିୟର ଆରମ୍ଭ କରି ପରେ କଳାହାଣ୍ଡିର ଜିଲ୍ଲାପାଳ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ବିଭିନ୍ନ ଜିଲ୍ଲା ଓ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଦକ୍ଷତାର ପ୍ରତିପାଦନ କରିଛନ୍ତି ।

ସେହିପରି 1991 ବ୍ୟାଚର ଆଇଏଏସ ଅନୁ ଗର୍ଗ ଆଜି ଉନ୍ନୟନ କମିଶନର ଭାବେ ଦାୟିତ୍ୱ ନେବେ । ଏହାସହ ସେ ଜଳ ସମ୍ପଦ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ । ସେହିପରି 1993 ବ୍ୟାଚର ଆଇଏଏସ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଏସଆରସି ଭାବେ ଦାୟିତ୍ବ ଗ୍ରହଣ କରିବେ । ଏସଆରସି ପଦବୀ ବ୍ୟତୀତ ନିକୁଞ୍ଜ ଗୁରୁତ୍ୱପୂର୍ଣ୍ଣ ଶକ୍ତି ସହ ଅବକାରୀ ବିଭାଗ ଦାୟିତ୍ବରେ ମଧ୍ୟ ରହିବେ ।

ଗତକାଲି ମୁଖ୍ୟ ଶାସନ ସଚିବ ପଦରୁ ଅବସର ନେଇଥିବା ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଓଡ଼ିଶା ଇଲେକଟ୍ରିସିଟି ରେଗୁଲେଟୋରି କମିଶନ ବା ଓଇଆରସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବେ । ପ୍ରଦୀପ, ଅନୁ ଓ ନିକୁଞ୍ଜ ଅତିରିକ୍ତ ଭାବରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଦାୟିତ୍ୱ ସମ୍ଭାଳୁଥିଲେ । ସେମାନଙ୍କୁ ନୂଆ ଦାୟିତ୍ୱ ମିଳିବା ପରେ ପୂର୍ବ ବିଭାଗ ଖାଲି ହୋଇଛି । ତେଣୁ ଖୁବଶୀଘ୍ର ରାଜ୍ୟ ପ୍ରଶାସନିକ ବ୍ୟବସ୍ଥାରେ ବଡ଼ ଧରଣର ଅଦଳବଦଳ ହେବ । ନୂଆ ଦାୟିତ୍ୱ ପାଇଥିବା ଅଧିକାରୀଙ୍କୁ ମନ୍ତ୍ରୀ ଓ ଅନ୍ୟ ସହଯୋଗୀ ସଚିବମାନେ ଭେଟି ଶୁଭେଚ୍ଛା ଜଣାଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.