ETV Bharat / state

ଧର୍ମେନ୍ଦ୍ରଙ୍କ ସହ ଲଢେଇ କରିବାକୁ ପ୍ରସ୍ତୁତ ଅଛି: ସାଂସଦ ମହେଶ ସାହୁ - ସାଧାରଣ ନିର୍ବାଚନ 2024

ଆସନ୍ତା ସାଧାରଣ ନିର୍ବାଚନରେ ଓଡ଼ିଶାରୁ ନିର୍ବାଚନ ଲଢ଼ି ପାରନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଢେଙ୍କାନାଳ କିମ୍ବା ସମ୍ବଲପୁର ଲୋକସଭା କ୍ଷେତ୍ରରୁ ସଂସଦ ଯିବା ଲାଗି ଧର୍ମେନ୍ଦ୍ର ଇଚ୍ଛା ପ୍ରକାଶ କରିଥିବା ଚର୍ଚ୍ଚା ହେଉଛି । ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଢେଙ୍କାନାଳ ସାଂସଦ ମହେଶ ସାହୁ । ଅଧିକ ପଢନ୍ତୁ

ଧର୍ମେନ୍ଦ୍ରଙ୍କ ସହ ଲଢେଇ କରିବାକୁ ପ୍ରସ୍ତୁତ ଅଛି : ସାଂସଦ ମହେଶ ସାହୁ

author img

By

Published : Apr 8, 2023, 9:25 PM IST

ଧର୍ମେନ୍ଦ୍ରଙ୍କ ସହ ଲଢେଇ କରିବାକୁ ପ୍ରସ୍ତୁତ ଅଛି : ସାଂସଦ ମହେଶ ସାହୁ

ଭୁବନେଶ୍ବର: ସାଧାରଣ ନିର୍ବାଚନ ନେଇ ଅବଗଣନା ଆରମ୍ଭ ହୋଇସାରିଛି । ବିଭିନ୍ନ ରାଜନୈତିକ ବ୍ୟକ୍ତି ନିଜର ପ୍ରାର୍ଥୀତ୍ୱ ନେଇ ଆଶାବାଦୀ ଅଛନ୍ତି । ଘଡିକେ ଘୋଡା ଛୁଟୁଥିବା ବିଜୁ ଜନତା ଦଳର ନେତା ମାନେ ବି ନିଜକୁ ଦାବିଦାର ଭାବେ ଘୋଷଣା କଲେଣି । ଯେମିତି ଢେଙ୍କାନାଳ ସାଂସଦ ଥିବା ମହେଶ ସାହୁ । ମହେଶ ଏବେ ଠାରୁ ନିଜକୁ ଢେଙ୍କାନାଳର ବିଜେଡି ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି । ଧର୍ମେନ୍ଦ୍ରଙ୍କ ସହ ଲଢେଇ କରିବାକୁ ପ୍ରସ୍ତୁତ ଅଛି କହି ନିଜକୁ ପ୍ରାର୍ଥୀ ବୋଲି ଘୋଷଣା କରିଦେଇଛନ୍ତି ମହେଶ ।

ଏହାବି ପଢନ୍ତୁ- ବିରୋଧୀ ଦଳ କଣ ବିଚାରକ ନା ବିଚାରପତି: ମହେଶ ସାହୁ

ଆସନ୍ତା ସାଧାରଣ ନିର୍ବାଚନରେ ଓଡ଼ିଶାରୁ ନିର୍ବାଚନ ଲଢ଼ି ପାରନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଢେଙ୍କାନାଳ କିମ୍ବା ସମ୍ବଲପୁର ଲୋକସଭା କ୍ଷେତ୍ରରୁ ସଂସଦ ଯିବା ଲାଗି ଧର୍ମେନ୍ଦ୍ର ଇଚ୍ଛା ପ୍ରକାଶ କରିଥିବା ଚର୍ଚ୍ଚା ହେଉଛି । ବିଶେଷ କରି ଢେଙ୍କାନାଳ ଲୋକସଭା କ୍ଷେତ୍ର ଉପରେ ତାଙ୍କ ନଜର ଥିବା କୁହାଯାଉଛି । ତେଣୁ ଧର୍ମେନ୍ଦ୍ର ବରାବର ଢେଙ୍କାନାଳ ଗସ୍ତରେ ଆସୁଛନ୍ତି । ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି । ଜିଲ୍ଲାରେ ବିଭିନ୍ନ ବିକାଶ କାର୍ଯ୍ୟକ୍ରମ ଆରମ୍ଭ କରୁଛନ୍ତି । କାର୍ଯ୍ୟକ୍ରମର ତଦାରଖ ମଧ୍ୟ କରୁଛନ୍ତି । ଯାହାକୁ ନେଇ ସେ ଢେଙ୍କାନାଳରୁ ନିର୍ବାଚନ ଲଢ଼ିବେ ବୋଲି ଚର୍ଚ୍ଚା ହେଉଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି ଧର୍ମେନ୍ଦ୍ରଙ୍କ ରାଜନୈତିକ ବିରୋଧୀ ତଥା ଢେଙ୍କାନାଳ ସାଂସଦ ମହେଶ ସାହୁ ।

ମହେଶ କହିଛନ୍ତି ଯେ, ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଦଳ କଥା କହିପାରିବେ । ବିଜୁ ଜନତା ଦଳର ତାହାର ପ୍ରସ୍ତୁତି ଜାରି ରଖିଛି । ଧର୍ମେନ୍ଦ୍ର ଜଣେ ବ୍ୟକ୍ତି । ମୁଁ ବି ଜଣେ ବ୍ୟକ୍ତି । ତେଣୁ ତାଙ୍କୁ କାଉଣ୍ଟର କରିବାରେ କଣ ଅସୁବିଧା ଅଛି ବୋଲି ସେ ପ୍ରଶ୍ନ କରିଛନ୍ତି । 12 ବର୍ଷର ଯୁବକ ବାଜି ରାଉତ କେତେ ବଡ଼ ଶକ୍ତିକୁ ଅଟକେଇ ଦେଲା । ମୁଁ ଜଣେ 62 ବର୍ଷର ଲୋକ ଧମକେଇ ପାରିବିନି । ଏମିତି କହି ବାଜି ରାଉତଙ୍କ ସହ ନିଜକୁ ତୁଳନା କରିଛନ୍ତି ମହେଶ । ଯିଏ ହେଉ ଧମକେଇବାରେ କଣ ଅସୁବିଧା ହେଉଛି । ଗଣତନ୍ତ୍ରରେ ଲଢେଇ ହେବ । ସେଥିରେ ବ୍ୟସ୍ତତା କଣ ଅଛି ବୋଲି ସେ କହିଛନ୍ତି ।

ଏହାବି ପଢନ୍ତୁ- ବିଜେପିର ଅଭିଯୋଗ ସତ୍ୟ ପ୍ରମାଣିତ କଲା ବିଜେଡି: ପୃଥ୍ବୀରାଜ ରହିଚନ୍ଦନ

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଧର୍ମେନ୍ଦ୍ରଙ୍କ ସହିତ ମୁଁ ଅନେକ ଥର ଲଢେଇ କରିଛି । ନୂଆ କଥା କିଛି ନାହିଁ । 2009 ଲଢ଼େଇ କରି ତାଙ୍କୁ ପରାସ୍ତ କରାଯାଇଥିଲା । ବିଜୁ ଜନତା ଦଳ ସବୁବେଳେ ପ୍ରସ୍ତୁତ ଅଛି । ଗଣତନ୍ତ୍ରରେ ଯେତେବେଳେ ଯାହା ପ୍ରସ୍ତୁତ ହେବାକୁ ପଡିବ, ହେବୁ । ବିଜେଡି ସବୁ ମୁହୂର୍ତ୍ତରେ ପ୍ରସ୍ତୁତ ଅଛି । ଯେତେବେଳେ ଯିଏ ଆସିବ, ତାହା ସହିତ ଲଢେଇ କରିବୁ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.