ETV Bharat / state

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ, ମେ’ 30ରୁ ଚାଲିବ ହାଇଦ୍ରାବାଦ-କଟକ ସମର ସ୍ପେଶାଲ ଟ୍ରେନ - ସମର ସ୍ପେଶାଲ ଟ୍ରେନ

ହାଇଦ୍ରାବାଦ ଓ କଟକ ମଧ୍ୟରେ ଚଳାଚଳ କରିବ ସମର ସ୍ପେଶାଲ ଟ୍ରେନ । ହାଇସ୍ପିଡରେ ଗତି କରୁଥିବା ଦଶଟି ଗ୍ରୀଷ୍ମ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ । ଅଧିକ ପଢନ୍ତୁ

Summer Special Train
Summer Special Train
author img

By

Published : May 27, 2023, 7:46 AM IST

ଭୁବନେଶ୍ବର: ଟ୍ରେନ ଯାତ୍ରୀଙ୍କ ପାଇଁ ଖୁସି ଖବର । ହାଇଦ୍ରାବାଦ ଓ କଟକ ମଧ୍ୟରେ ଚାଲିବ ସମର ସ୍ପେଶାଲ ଟ୍ରେନ । ହାଇସ୍ପିଡରେ ଗତି କରୁଥିବା ଦଶଟି ଗ୍ରୀଷ୍ମ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ । ଏହି ସ୍ପେଶାଲ ଟ୍ରେନଟି ସପ୍ତାହକୁ ଦୁଇ ଦିନ ଚାଲିବ । ଟ୍ରେନ ନଂ 07165 ହାଇଦ୍ରାବାଦ କଟକ ସ୍ପେଶାଲ ଟ୍ରେନଟି ମଙ୍ଗଳବାର ରାତି 8 ଟା 10ରେ ହାଇଦ୍ରାବାଦରୁ ଛାଡିବା ପରେ କଟକରେ ବୁଧବାର ରାତି 8 ଟା 45 ମିନିଟରେ ପହଞ୍ଚିବ । ଆସନ୍ତା 30 ତାରିଖ ଠାରୁ ଆରମ୍ଭ କରି ପ୍ରତ୍ୟେକ ମଙ୍ଗଳବାର ଦିନ ହାଇଦ୍ରାବାଦରୁ ଛାଡ଼ି ବୁଧବାର କଟକରେ ପହଞ୍ଚିବ । ମେ’ 30, ଜୁନ 6 ,13 , 20 ଏବଂ ଜୁନ 27ତାରିଖରେ ହାଇଦ୍ରାବାଦରୁ ଛାଡିବ ଟ୍ରେନ ।

ସେହିପରି କଟକରୁ ହାଇଦ୍ରାବାଦକୁ ଟ୍ରେନ ଚଳାଚଳ କରିବ ପ୍ରତ୍ୟେକ ବୁଧବାର । ତେବେ ଏହି ସ୍ପେଶାଲ ଟ୍ରେନଟି କଟକରୁ ରାତି 10ଟା 30ମିନିଟରେ ଛାଡ଼ିବ । ଏହାପରେ ଗୁରୁବାର ରାତି 9ଟାରେ ହାଇଦ୍ରାବାଦରେ ପହଞ୍ଚିବ। କଟକରୁ ଏହି ସ୍ପେଶାଲ ଟ୍ରେନଟି ମେ 31, ଜୁନ 7, 14 , 21 ଏବଂ 28 ତାରିଖରେ ଛାଡିବ ।

ଏହା ମଧ୍ୟ ପଢନ୍ତୁ-ନବୀକରଣ ହେବ ହରେକୃଷ୍ଣ ମହତାବ ପାଠାଗାର, ମିଳିବ ୱାଇଫାଇ ସହ ଫୁଡକୋଟ୍‌ ସୁବିଧା

ହାଇଦ୍ରାବାଦ-କଟକ-ହାଇଦ୍ରାବାଦ ସ୍ପେଶାଲ ଟ୍ରେନର 10ଟି ଷ୍ଟପେଜ ରହିବ । ଏହି ସ୍ୱତନ୍ତ୍ର ଟ୍ରେନ ସିକନ୍ଦରାବାଦ, ନାଲଗୋଣ୍ଡା, ମିରାୟାଲାଗୁଡା, ସତ୍ତେନାପାଲ୍ଲୀ, ଗୁଣ୍ଟୁର, ବିଜୟୱାଡା, ଏଲୁରୁ, ରାଜମୁଣ୍ଡ୍ରି, ସାମଲକୋଟ, ଆନ୍ନାଭାରାମ, ଅନାକାପଲ୍ଲୀ, ଦୁବଭଡା, କୋଟାଭାଲାସା, ବିଜୟନଗରମ, ଶ୍ରୀକାକୁଲମ ରୋଡ, ପଲାସା, ବ୍ରହ୍ମପୁର, ଖୋର୍ଦ୍ଧା ରୋଡ଼ ଏବଂ ଭୁବନେଶ୍ବରର ଷ୍ଟେସନରେ ରହିବ । ଏହି ସମସ୍ତ ସ୍ୱତନ୍ତ୍ର ଟ୍ରେନ୍ ଗୁଡିକରେ ଏସି 2, ଏସି 3, ସ୍ଲିପର କ୍ଲାସ ଏବଂ ଜେନେରାଲ ଦ୍ବିତୀୟ ଶ୍ରେଣୀର ସୁବିଧା ପାଇପାରିବେ ଯାତ୍ରୀମାନେ ।

ଏହା ମଧ୍ୟ ପଢନ୍ତୁ-OBC Survey: ଜୁନ ୬ ଯାଏଁ ଚାଲିବ ପଛୁଆ ବର୍ଗ ସର୍ଭେ

ଅନ୍ୟପଟେ ଆଗକୁ ରଥଯାତ୍ରା ରହିଥିବା ବେଳେ ଭାରତର ବିଭିନ୍ନ ବଡ଼ ବଡ଼ ସହର ସହିତ ଟ୍ରେନ ଗୁଡିକକୁ ସଂଯୋଗ କରାଯିବାର ମଧ୍ୟ ଯୋଜନା ରହିଛି । ରଥଯାତ୍ରା ପୂର୍ବରୁ ସ୍ବତନ୍ତ୍ର ଟ୍ରେନର ସୁବିଧା ସୁଯୋଗ ଯୋଗାଇ ଦେବ ରେଳ ବିଭାଗ । ଆସନ୍ତା 30 ତାରିଖରୁ ହାଇଦ୍ରାବାଦ ଓ କଟକ ମଧ୍ୟରେ ଦଶଟି ଗ୍ରୀଷ୍ମ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ ।ଯାତାୟତ ପାଇଁ ଏହି ଟ୍ରେନ ଯାତ୍ରୀଙ୍କୁ ବେଶ ସହାୟକ ହେବ । ଉଭୟ ଅନଲାଇନ ଓ ଅଫଲାଇନରେ ଟିକେଟ ବୁକ କରିପାରିବେ ଯାତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.