ଖୋର୍ଦ୍ଧା: ସଟଡାଉନର ସୁଯୋଗ ନେଇ ଚିଲିକାରେ ମାତିଲେ ପକ୍ଷୀ ଶିକାରୀ । ନିରୀହ ବିଦେଶାଗତ ପକ୍ଷୀଙ୍କୁ ବିଷ ଦେଇ ଶିକାର କଲେ । ମୃତ ବିଦେଶାଗତ ପକ୍ଷୀକୁ ବିକ୍ରି ପାଇଁ ନେବାବେଳେ ଭୂଷଣ୍ତପୁର ବିଧାରପୁର ନିକଟରେ ଶିକାରୀକୁ ଗିରଫ କରିଛନ୍ତି ଟାଙ୍ଗି ବନ୍ୟପ୍ରାଣୀ ବିଭାଗ । ଏହାସହ ତାଠାରୁ ୭ଟି ମୃତ ବିଦେଶାଗତ ପକ୍ଷୀ ଜବତ କରାଯାଇଛି । ଗିରଫ ଶିକାରୀ ଜଣକ ଗୋପାଳ ସାହୁ ।
ସଟଡାଉନ ଲକଡାଉନ ପାଇଁ ଲୋକେ ଘରେ ରହୁଥିବା ସୁଯୋଗ ନେଇ ପକ୍ଷୀ ଶିକାରୀ ଚିଲିକାରେ ଅବାଧରେ କରୁଛନ୍ତି ପକ୍ଷୀ ଶୀକାର । ଗତ କିଛି ଦିନ ହେଲା ପକ୍ଷୀ ଶିକାର କରି ଗୋପାଳ ଚିଲିକାରେ ଚଳାଇ ଆସିଥିଲା ବେଆଇନ ପକ୍ଷୀ ଶିକାର ।
ପକ୍ଷୀଙ୍କ ମାଂସକୁ ଚଢା ଦରରେ ସ୍ଥାନୀୟ ଲୋକଙ୍କୁ ବିକ୍ରି କରୁଥିଲା ଗୋପାଳ । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବନ୍ୟପ୍ରାଣୀ ବିଭାଗ ଚଢାଉ କରି ଶିକାରୀକୁ ଗିରଫ କରିଛନ୍ତି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ