ETV Bharat / state

ଠକେଇ ଅଭିଯୋଗରେ ଶତାଧିକ ମହିଳାଙ୍କ ଭୋଟ ବର୍ଜନ - ଖୋର୍ଦ୍ଧା

ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସରକାର କରିଛନ୍ତି ଅନେକ ଯୋଜନା। କିନ୍ତୁ କିଛି ସ୍ବାର୍ଥନ୍ୟସ୍ତ ବ୍ୟକ୍ତି ଏହାକୁ ଭଣ୍ଡୁର କରିବାକୁ ପଛାଉ ନାହାଁନ୍ତି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Apr 21, 2019, 7:14 AM IST

Updated : Apr 21, 2019, 9:19 AM IST

ଖୋର୍ଦ୍ଧା: ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ସରକାର କରିଛନ୍ତି ଅନେକ ଯୋଜନା । କିନ୍ତୁ କିଛି ସ୍ବାର୍ଥନ୍ୟସ୍ତ ବ୍ୟକ୍ତି ଏହାକୁ ଭଣ୍ଡୁର କରିବାକୁ ପଛାଉ ନାହାନ୍ତି । ଏହିଭଳି ଏକ ସାଙ୍ଘାତିକ ଠକେଇର ଶିକାର ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ସାନପଦରର 10ରୁ ଉର୍ଦ୍ଧ୍ବ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ଏନେଇ ଶନିବାର ମହିଳାମାନେ ଏହାର ପ୍ରତିବାଦ କରିବା ସହ ଭୋଟ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଗୋଷ୍ଠୀର ମହିଳାମାନଙ୍କ ଅଭିଯୋଗ ଅନୁଯାୟୀ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଗୋଷ୍ଠୀର ସଦସ୍ୟମାନଙ୍କୁ ବ୍ଲକ ଓ ପଞ୍ଚାୟତସ୍ତରୀୟ ସଭାପତି ଓ ସମ୍ପାଦିକା ରାଜନୈତିକ କାର୍ଯ୍ୟରେ ନିୟୋଜିତ କରୁଛନ୍ତି ।

ହେଲେ ସେମାନଙ୍କୁ ଦିଆଯାଉଥିବା ପ୍ରତିଶୃତି ଅର୍ଥ ମିଳୁ ନାହିଁ । ଏହି ଅର୍ଥକୁ ହରିଲୁଟ କରାଯାଉଥିବା ଅଭିଯୋଗ କରିଛନ୍ତି ଗୋଷ୍ଠୀର ମହିଳାମାନେ । କିନ୍ତୁ ଏ ସମ୍ପର୍କରେ ପଞ୍ଚାୟତସ୍ତରୀୟ ମହିଳା ସଂଘ ସମ୍ପାଦିକା କହିଛନ୍ତି ଏହା ସମ୍ପୁର୍ଣ୍ଣ ମିଥ୍ୟା ଘଟଣା । ଏହାର କୌଣସି ସତ୍ୟତା ନାହିଁ ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

Intro:Body:Conclusion:
Last Updated : Apr 21, 2019, 9:19 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.