ଖୋର୍ଦ୍ଧା: ନିଷ୍ପେସିତ ଓ ଅସହାୟ ଲୋକଙ୍କ ସ୍ୱର ପାଲଟି ସେମାନଙ୍କୁ ନ୍ୟାୟ ଦେବା ପାଇଁ ଖୋର୍ଦ୍ଧା ଜିଲ୍ଲାରେ କାମ କରିବ କେନ୍ଦ୍ରୀୟ ମାନବାଧିକାର ସୁରକ୍ଷା ସଂଗଠନ । ଜନସାଧାରଣ କିଭଳି ପ୍ରଶାସନ ଠାରୁ ନ୍ୟାୟ ପାଇବେ ସେଥିପାଇଁ ଶୁକ୍ରବାର ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଠାରେ ଏହାର ନୂତନ କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି ସଂଗଠନର କେନ୍ଦ୍ରୀୟ ସଭାପତି ତେଜ କିରଣ ଚୌହାନ ।
ସେହିପରି ଏହି ସଂଗଠନର ଜିଲ୍ଲା ପ୍ରତିନିଧି ଓ କର୍ମକର୍ତ୍ତା ବିଭିନ୍ନ ଅଞ୍ଚଳ ବୁଲି ଲୋକଙ୍କ ସମସ୍ୟା ବୁଝିବା ସହ ସେମାନଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଉଦ୍ୟମ କରିବ ବୋଲି ଜିଲ୍ଲା ସଭାପତି ସୁକାନ୍ତ ପରିଡା କହିଛନ୍ତି । ସେହିପରି ଆଜିର ଏହି ଉଦଘାଟନୀ ସଭାରେ କେନ୍ଦ୍ରୀୟ ସଭାପତିଙ୍କ ଦ୍ଵାରା କୋରୋନା ଯୋଦ୍ଧାମାନଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଛି ।
ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଈଟିଭି ଭାରତ