ETV Bharat / state

ଖୋର୍ଦ୍ଧାରୁ ବ୍ରାଉନସୁଗାର ଜବତ, ଦୁଇ ଆନ୍ତଃଜିଲ୍ଲା ବ୍ୟବସାୟୀ ଗିରଫ

author img

By

Published : Sep 4, 2022, 4:11 PM IST

ଖୋର୍ଦ୍ଧା ସହର ବ୍ରାଉନ ସୁଗାର କାରବାରର ପେଣ୍ଠସ୍ଥଳୀ ପାଲଟିଥିବାବେଳେ ଏଠାରୁ ବିଭିନ୍ନ ଜିଲ୍ଲାକୁ ଧଳା ଜହର ଯାଉଥିବାର ଦେଖିବାକୁ ମିଳୁଛି । ତେବେ ପୁରୀ ଜିଲ୍ଲାର ୨ ଜଣ ଅଭିଯୁକ୍ତ ଖୋର୍ଦ୍ଧାରୁ ବ୍ରାଉନସୁଗାର କିଣି ଫେରୁଥିବା ବେଳେ ଅବକାରୀ ହାତରେ ଧରାପଡି ଗିରଫ ହୋଇଛନ୍ତି । ଅଧିକ ପଢନ୍ତୁ

ଖୋର୍ଦ୍ଧାରୁ ବ୍ରାଉନସୁଗାର ଜବତ : ଦୁଇ ଆନ୍ତଃଜିଲ୍ଲା ବେପାରୀ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରୁ ଜବତ ହୋଇଛି ବ୍ରାଉନସୁଗାର(Brown Sugar Seized in khordha District)। ଦୁଇ ଜଣ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ 29ଗ୍ରାମ ବ୍ରାଉନସୁଗାର ଜବତ କରି ଥିବା ସହିତ ଏକ ଅଟୋକୁ ମଧ୍ୟ ଜବତ କରିଛି ପୋଲିସ ।

ମାତିଛନ୍ତି ବ୍ରାଉନସୁଗାର ବେପାରୀ । ପୁଣି ଥରେ ଖୋର୍ଦ୍ଧା ଜିଲ୍ଲାରୁ ଜବତ ହୋଇଛି ବ୍ରାଉନସୁଗାର । ତେବେ ଖୋର୍ଦ୍ଧା ସହର ବ୍ରାଉନ ସୁଗାର କାରବାରର ପେଣ୍ଠସ୍ଥଳୀ ପାଲଟି ଥିବାବେଳେ ଏଠାରୁ ବିଭିନ୍ନ ଜିଲ୍ଲାକୁ ଧଳା ଜହର ଯାଉଥିବାର ଦେଖିବାକୁ ମିଳୁଛି । ଏପରି ଏକ ଘଟଣା ସାମ୍ନାକୁ ଆସିଛି । ପୁରୀ ଜିଲ୍ଲାର ଦୁଇ ଜଣ ଅଭିଯୁକ୍ତ ଖୋର୍ଦ୍ଧାରୁ ବ୍ରାଉନସୁଗାର କିଣି ଫେରୁଥିଲେ । ସେହି ସମୟରେ ଅବକାରୀହାଗରେ ପଡି ଗିରଫ ହୋଇଥିବା ଜଣା ପଡିଛି । ତେବେ ଗିରଫ ଅଭିଯୁକ୍ତମାନେ ହେଲେ ଅଟୋ ଚାଳକ ଏନ. ମୋହନ ରେଡ୍ଡୀ ଏବଂ ରାକେଶ ନାୟକ ।

ଏହା ବି ପଢନ୍ତୁ - ରାଜଧାନୀରୁ ଧରାପଡିଲା ଡ୍ରଗ୍ସ କୁଇନ୍, ୨୨ ଲକ୍ଷର ବ୍ରାଉନସୁଗାର ଜବତ

ସୂଚନା ଅନୁଯାୟୀ, ଗତକାଲି ରାତିରେ ଏକ ଅଟୋରେ ବ୍ରାଉନସୁଗାର ଚାଲାଣ ହେଉଥିଲା । ଏନେଇ ଖବର ପାଇଥିଲା ଅବକାରୀ ବିଭାଗ । ତେବେ ଖବର ପାଇ ଅବକାରୀ ବିଭାଗ ସଙ୍ଗେ ସଙ୍ଗେ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ଏଥିସହ ନୂଆ ବସଷ୍ଟାଣ୍ଡ ନିକଟରୁ ଅଟୋକୁ ଠାବ କରିବା ସହ ଅବକାରୀ ବିଭାଗ ଅଭିଯୁକ୍ତ ମାନଙ୍କ ଯାଞ୍ଚ କରିଥିଲା । ତେବେ ଯାଞ୍ଚ ବେଳେ ଅଭିଯୁକ୍ତଙ୍କ ନିକଟରୁ 29 ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବାବେଳେ ଅଟୋକୁ ମଧ୍ୟ ଜବତ କରାଯାଇଛି । ତେବେ ଜବତ ବ୍ରାଉନ ସୁଗାରର ମୂଲ୍ୟ 2 ଲକ୍ଷ 90 ହେବ ବୋଲି ଅନୁମାନ କରାଯାଉଛି ।

ଅନ୍ୟପଟେ ଅନୁଗୋଳରେ ୫ ଜଣ ନିଶା ମାଫିଆଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଗିରଫ ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ପାଟ୍ରୋଲିଂ କରାଯାଇଥିଲା । କିଛି ଜାଗାରେ ବ୍ରାଉନ ସୁଗାର୍ ଓ ନିଷେଧ ହୋଇଥିବା କୋଡ଼ିନ ମିଶା କାଶ ଔଷଧ (କୋରେକ୍ସ) ବିକ୍ରୟ ହେଉଥିବା ଖବର ପାଇଥିଲା ପୋଲିସ । ପରେ ସେହି ସ୍ଥାନ ଗୁଡିକରେ ଚଡାଉ କରି ବିପୁଳ ପରିମାଣର କଫ ସିରଫ ଓ ବ୍ରାଉନସୁଗାର ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଥିଲା । ତେବେ ଏନେଇ ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଟିପୋ ଗାଁର ଦୁଇ ଜଣକ ଠାରୁ ୭୯ଟି କାଶ ଔଷଧ ଏବଂ ପାରାବିଲ ଗାଁର ତିନି ଜଣଙ୍କ ଠାରୁ ୫ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଥିଲା ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.