ETV Bharat / state

ପାନ ଦୋକାନରେ ବ୍ରାଉନସୁଗାର ଜବତ,୨ ଗିରଫ

author img

By

Published : Sep 17, 2022, 12:09 PM IST

ଜଟଣୀ ଅଞ୍ଚଳରେ ଏକ ପାନ ଦୋକାନରେ ବ୍ରାଉନସୁଗାର କାରବାର ଚାଲିଥିବା ବେଳେ ଚଢାଉ କଲା ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ । ୨୦୬ ଗ୍ରାମ ବ୍ରାଉନସୁଗାର ଜବତ, ୨ ଗିରଫ । ଅଧିକ ପଢନ୍ତୁ

ପାନ ଦୋକାନରେ ବ୍ରାଉନସୁଗାର ଜବତ, ୨ ଗିରଫ
ପାନ ଦୋକାନରେ ବ୍ରାଉନସୁଗାର ଜବତ, ୨ ଗିରଫ

ଖୋର୍ଦ୍ଧା: ରାଜ୍ୟରେ ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି ବ୍ରାଉନସୁଗାର କାରବାର । ନୂଆ ନୂଆ ପନ୍ଥା ଆପଣାଇ ବ୍ରାଉନସୁଗାର ବିକ୍ରି କରୁଛନ୍ତି ମାଫିଆ । ଫଳରେ ଏହାକୁ ସେବନ କରି ଦିନ ପ୍ରତିଦିନ ଘଟୁଛି ଗୋଟିଏ ପରେ ଗୋଟିଏ ଅଘଟଣ । ଏନେକ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରି ଲକ୍ଷାଧିକ ଟଙ୍କାର ବ୍ରାଉନସୁଗାର ଜବତ କରୁଛି ପୋଲିସ । କିନ୍ତୁ ପୋଲିସର ଭୟକୁ ବେଖାତିର କରି ବ୍ରାଉନସୁଗାର ବିକ୍ରି କରିବାରେ ଲାଗିଛନ୍ତି ମାଫିଆ ।

ଖୋର୍ଦ୍ଧାର ବିଭିନ୍ନ ଅଞ୍ଚଳ ଏବେ ବ୍ରାଉନସୁଗାର ବେପାରୀଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଜଟଣୀ ଅଞ୍ଚଳରେ ଏକ ପାନ ଦୋକାନରେ ବ୍ରାଉନସୁଗାର କାରବାର ଚାଲିଥିବା ବେଳେ ଚଢାଉ କରିଛି ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ । ଚଢାଉ ବେଳେ ଦୋକାନରୁ ୨୦୬ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି । ଏଥିସହ ଦୁଇ ଜଣଙ୍କୁ ଗିରଫ କରିଛି ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ସ୍କ୍ୱାର୍ଡ । ଗିରଫ ଦୁଇଜଣ ଜଟଣୀ ଅଞ୍ଚଳର ଦିଲୀପ କୁମାର ଦାସ ଓ ରମଜାନ ଖାନ । ଅଭିଯୁକ୍ତ ଦିଲୀପ ପାନ ଦୋକାନରେ ବ୍ରାଉନସୁଗାରକୁ ଛୋଟ ଛୋଟ ପୁଡ଼ିଆ କରି ବିକ୍ରି କରୁଥିବା ଅବକାରୀ ସ୍କ୍ୱାର୍ଡ ପାଖରୁ ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ-ଆଜିଠୁ ୩୦ ଜିଲ୍ଲାରେ ହେବ କାଗଜ ବିହୀନ କୋର୍ଟ କାର୍ଯ୍ୟ, ଶୁଭାରମ୍ଭ କରିବେ CJI

ସେପ୍ଟେମ୍ବର ୮ତାରିଖରେ ବାଲେଶ୍ଵର ପୋଲିସ ସହାୟତାରେ ବାଲେଶ୍ଵର ମସଜିଦ ଗଳିରୁ ଏକ ବ୍ରାଉନସୁଗାର ମାଫିଆକୁ ଗିରଫ କରିଥିଲା STF । ଗିରଫ ବେପାରୀଙ୍କ ନାମ ଏସ କେ ରାଫିକ୍ୟୁ ଓରଫ ରୁଗା । ସେ ୱେଷ୍ଟ ବେଙ୍ଗଲରୁ ବ୍ରାଉନସୁଗାର ଆଣି ଓଡ଼ିଶାରେ ବିକ୍ରି କରୁଥିଲା । ତା’ଠାରୁ 1 କେଜି 380 ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଥିଲା, ଯାହାର ଆନୁମାନିକ ମୂଲ୍ୟ 1 କୋଟିରୁ ଅଧକ ଟଙ୍କା ହେବ ବୋଲି ଜଣାପଡିଥିଲା । ଆଗରୁ ମଧ୍ୟ ଏନଡିପିଏସ୍‌ ଆକ୍ଟରେ ଗିରଫ ହୋଇ ଜେଲ ଯାଇଥିଲା ।

ଜେଲରୁ ଜାମିନରେ ମୁକୁଳିବା ପରେ ପୁଣିଥରେ ଏହି କାମରେ ଧରାପଡ଼ିଥିଲା । ଏହା ପୂର୍ବରୁ ମଧ୍ୟ ବାଲେଶ୍ବର ଅର୍‌ଡିବଜାର ରେଲୱେ ଓଭରବ୍ରିଜ ତଳୁ 1 କେଜି 50ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିଲା । ଏହି ଘଟଣାରେ ଅଭିଯୁକ୍ତ ଶେଖ୍‌ ମେଜୁକୁ ପୋଲିସ ଗିରଫ କରିଥିଲା । ଗିରଫ ବେଳେ ଅଭିଯୁକ୍ତ ପାଖରୁ ନଗଦ 28 ହଜାର ଟଙ୍କା ଜବତ କରାଯାଇଥିଲା । ସେପ୍ଟେମ୍ବର 4ରେ ଏକ ଅଟୋରେ ବ୍ରାଉନସୁଗାର ଚାଲାଣ ହେଉଥିବା ବେଳେ ଅବକାରୀ ବିଭାଗ ଚଢାଉ କରିଥିଲା । ତେବେ ଖବର ପାଇ ଅବକାରୀ ବିଭାଗ ସଙ୍ଗେ ସଙ୍ଗେ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ତେବେ ଯାଞ୍ଚ ବେଳେ ଅଭିଯୁକ୍ତଙ୍କ ନିକଟରୁ 29 ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବାବେଳେ ଅଟୋକୁ ମଧ୍ୟ ଜବତ କରାଯାଇଥିଲା । ତେବେ ଜବତ ବ୍ରାଉନ ସୁଗାରର ମୂଲ୍ୟ 2 ଲକ୍ଷ 90 ହେବ ବୋଲି ଅନୁମାନ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.