ETV Bharat / state

ହଷ୍ଟେଲ୍ ଛାତ୍ରୀ ଗର୍ଭବତୀ ଘଟଣାରେ କମ୍ପିଲା ଗୃହ - ହଷ୍ଟେଲ୍

ରାଜଧାନୀର ଆଦିବାସୀ ଛାତ୍ରୀ ନିବାସରେ ନାବାଳିକା ଗର୍ଭବତୀ ଘଟଣାରେ ବିଧାନସଭା ହୁଲସ୍ତୁଲ । ବିରୋଧି କଂଗ୍ରେସ ଓ ବିଜେପି ପ୍ରଶ୍ନବାଣରେ ସରକାରଙ୍କୁ ଘେରିଲେ ।

ଫାଇଲ ଫଟୋ
author img

By

Published : Jul 2, 2019, 2:38 PM IST

Updated : Jul 2, 2019, 4:31 PM IST

ଭୁବନେଶ୍ୱର: ରାଜଧାନୀରେ ଆଦିବାସୀ ନାବାଳିକା ଛାତ୍ରୀ ଗର୍ଭବତୀ ପ୍ରସଙ୍ଗରେ ମଙ୍ଗଳବାର ବିଧାନସଭାର ପ୍ରଶ୍ନକାଳରେ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିଛନ୍ତି । ଏହି ଘଟଣାକୁ ବିଚାର କରିବାକୁ ବାଚସ୍ପତି ରୁଲିଂ ଦେଇଥିଲେ ବି ବିରୋଧୀ କଂଗ୍ରେସ ବିଧାୟକମାନେ ସ୍ପଷ୍ଟ ନିର୍ଦ୍ଦେଶ ଦାବି କରିଥିଲେ ।

ଭିଡ଼ିଓ ସୌଜନ୍ଯ: ବ୍ୟୁରୋ ଚିଫ୍, ଭୁବନେଶ୍ବର

ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇଥିଲେ । ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟକୁ ଆଧାର କରି ସେ କହିଥିଲେ ଯେ, ରାଜଧାନୀର ଏକ ଆବାସିକ ଆଦିବାସୀ ଛାତ୍ରାବାସରେ ଏହି ଘଟଣା ଘଟିଛି । ସରକାର କିନ୍ତୁ ଏହାକୁ ଚାପିଦେବାକୁ ଚେଷ୍ଟା କରୁଛନ୍ତି । ଗତ ଶନିବାର ଛାତ୍ରାବାସର ଅନ୍ତେବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷାରୁ ଏହା ଜଣାପଡିଛି ।

କେବଳ ଏହି ଗୋଟିଏ ଘଟଣା ନୁହଁ, ଗତ ଜାନୁଆରୀ 12 ତାରିଖରେ କନ୍ଧମାଳର ଏକ ନାବାଳିକା ପାଇଖାନାରେ ଏକ ଶିଶୁକୁ ଜନ୍ମ ଦେଇଥିଲେ । ଜାନୁଆରୀ 19 ତାରିଖରେ ଢେଙ୍କାନାଳର ଏକ ଅଷ୍ଟମ ଶ୍ରେଣୀର ନାବାଳିକା ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଥିଲା । ଜାନୁଆରୀ 26 ତାରିଖରେ କନ୍ଧମାଳର ଏକ ଅଷ୍ଟମ ଶ୍ରେଣୀର ଛାତ୍ରୀ ଗର୍ଭପାତ କରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଅଭିଯୋଗ ହୋଇଥିଲା । ଫେବୃଆରୀ ମାସରେ ମୟୁରଭଞ୍ଜ ଜିଲ୍ଲାରେ ଦୁଇଟି ଘଟଣା ଘଟିଥିଲା ବୋଲି ସେ କହିଥିଲେ ।

ଆଦିବାସୀ ଛାତ୍ରୀନିବାସରେ 4 ଜଣ ନାବାଳିକା ଗର୍ଭବତୀ ହେଲେ କେମିତି । ଗୋଟେପଟେ ସରକାର ମାକୁ ସମ୍ମାନର କଥା କହୁଥିବା ବେଳେ ଏଭଳି ଘଟଣାକୁ ଚାପି ଦେବାକୁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ଦୈନିକ ଦେଶରେ 7 ଜଣ ମହିଳା ଦୁଷ୍କର୍ମର ଶିକାର ହେଉଥିବା ବେଳେ ବର୍ଷକୁ 6 ଜଣଙ୍କୁ ଦଣ୍ଡାଦେଶ ହେଉଥିବା ତାରା କହିଛନ୍ତି ।

ବିଜେପି ବିଧାୟକ ବିଷ୍ଣୁ ସେଠୀ ମଧ୍ୟ ଏହି ଘଟଣାରେ ସରକାରଙ୍କ ଧର୍ମନିରପେକ୍ଷତାକୁ ସମାଲୋଚନା କରିଛନ୍ତି । ଝିଅର ପରିବାରକୁ ଧମକ ଓ ଅର୍ଥର ଲୋଭ ଦେଇ ସମାଧାନ କରିବାକୁ ଚେଷ୍ଟା କରାଯାଉଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଗୃହରେ ଉତ୍ତର ଦେବାକୁ ସେ ଦାବି କରିଥିଲେ ।

କଂଗ୍ରେସ ଓ ବିଜେପି ଏହି ପ୍ରସଙ୍ଗ ଉଠାଇଛନ୍ତି ଏବଂ ଏଥିରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ମନ୍ତ୍ରୀ ଗୃହରେ ବିବୃତି ଦେବାକୁ ବାଚସ୍ପତି ରୁଲିଂ ଦେଇଛନ୍ତି ।

ଭୁବନେଶ୍ୱରରୁ ଅଜିତ ଦାଶ, ଇଟିଭି ଭାରତ

Intro:Body:Conclusion:
Last Updated : Jul 2, 2019, 4:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.