ETV Bharat / state

Hockey World Cup: ଆଜି ଭାରତ-ଦକ୍ଷିଣ ଆଫ୍ରିକା କ୍ଲାସିଫିକେସନ ମ୍ୟାଚ - ହକି ବିଶ୍ବକପ କ୍ଲାସିଫିକେସନ ମ୍ୟାଚ

FIH ପୁରୁଷ ହକି ବିଶ୍ବକପରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଆଉ ଏକ କ୍ଲାସିଫିକେସନ ମ୍ୟାଚ ଖେଳାଯିବ । ଏହା ସହିତ ଆଉ 3 କ୍ଲାସିଫିକେସନ ମ୍ୟାଚ ମଧ୍ୟ ରହିଛି । ଅଧିକ ପଢନ୍ତୁ

ଆଜି ଭାରତ-ଦକ୍ଷିଣ ଆଫ୍ରିକା କ୍ଲାସିଫିକେସନ ମ୍ୟାଚ
Hockey World Cup
author img

By

Published : Jan 28, 2023, 10:32 AM IST

ଭୁବନେଶ୍ବର: ରାଜ୍ୟରେ ଜାରି ଥିବା ଏଫଆଇଏଚ ପୁରୁଷ ହକି ବିଶ୍ବକପ ଶେଷ ପର୍ଯ୍ୟାୟରେ ରହିଛି । ପୁଲ, କ୍ବାର୍ଟର ସେମିଫାଇନାଲ ପର୍ଯ୍ୟାୟ ଶେଷ ହୋଇଛି । ପ୍ରଥମ ପର୍ଯ୍ୟାୟ କ୍ଲାସିଫିକେସନ ମ୍ୟାଚ ମଧ୍ୟ ଶେଷ ହୋଇଛି । ଆଜି ଆଉ ଏକ କ୍ଲାସିଫିକେସନ ମ୍ୟାଚ ଖେଳାଯିବ । ଏଥିରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକ ମୁକାବିଲା ରହିଛି । ଏହା ସହିତ ଆଉ 3ଟି କ୍ଲାସିଫିକେସନ ମ୍ୟାଚ ମଧ୍ୟ ରହିଛି । ସମସ୍ତ ମ୍ୟାଚ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଖେଳାଯିବ । ଷ୍ଟାର୍‌ ସ୍ପୋର୍ଟ୍ସ ନେଟୱାର୍କ, ଡିଜନୀ ହଟଷ୍ଟାର ଓ ୱାଚ ହକି ଡଟ୍‌ କମରେ ମ୍ୟାଚ ଦେଖିପାରିବେ ହକିପ୍ରେମୀ । ରାତି 7ଟାରେ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ଲାସିଫିକେସନ ମ୍ୟାଚ ଅଛି ।

ଆଜି ପ୍ରଥମ କ୍ଲାସିଫିକେସନ ମ୍ୟାଚ ମାଲେସିଆ ଓ ଜାପାନ ମଧ୍ୟରେ ପୂର୍ବାହ୍ନ 11ଟା 30ରେ ଖେଳାଯିବ । ଏହାପରେ ଅପରାହ୍ନ 2ଟାରେ ଫ୍ରାନ୍ସ ଓ ଚିଲି ପରେ ଅପରାହ୍ନ 4ଟା 30ରେ ଆର୍ଜେଣ୍ଟିନା ଓ ୱେଲ୍ସ ଓ ରାତି 7ରା ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ କ୍ଲାସିଫିକେସନ ମ୍ୟାଚ ଖେଳାଯିବ । ଏହା ପୂର୍ବରୁ ଭାରତ ଓ ଜାପାନ ମଧ୍ୟପରେ ହୋଇଥିବା କ୍ଲାସିଫିକେସନ ମ୍ୟାଚରେ ଭାରତ ଏକତରଫା ବିଜୟ ହାସଲ କରିଥିଲା । 8-0 ଗୋଲରେ ଜାପାନକୁ ପରାସ୍ତ କରିଥିଲା ହର୍ମନପ୍ରୀତଙ୍କ ନେତୃତ୍ବଧୀନ ଦଳ । ବିଶ୍ବକପରେ ଏହା ଭାରତର 100ତମ ମ୍ୟାଚ ରହିଥିଲା । ସେହିପରି ଆର୍ଜେଣ୍ଟିନା ଓ ଚିଲି ମଧ୍ୟରେ ଖେଳାଯାଇଥିବା କ୍ଲାସିଫିକେସନ ମ୍ୟାଚରେ ଆର୍ଜେଣ୍ଟିନା ବିଜୟ ଲାଭ କରିଥିଲା । ଫ୍ରାନ୍ସ ଓ ୱେଲ୍ସ ମଧ୍ୟରେ ହୋଇଥିବା ମୁକାବିଲା ଡ୍ର ହୋଇଥିଲା ।

ଏହା ବି ପଢନ୍ତୁ...Hockey World Cup 2023: ଶେଷ ମିନିଟରେ ଗୋଲ ଦେଇ ଫାଇନାଲରେ ଜର୍ମାନୀ, ବିଦାହେଲା ଅଷ୍ଟ୍ରେଲିଆ

ଚଳିତ ବିଶ୍ବକପରେ ଭାରତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ସ୍ପେନ, ୱେଲ୍ସ ଓ ଜାପାନକୁ ପରାସ୍ତ କରିଛି । ଜାପାନ ବିପକ୍ଷରେ ଦମଦାର ବିଜୟ ହାସଲ କରିଥିଲା ଭାରତ । ଆଜି ମଧ୍ୟ ସେହିଭଳି ପ୍ରଦର୍ଶନ କରି ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିବା ଲକ୍ଷ୍ୟରେ ରହିଛି ଟିମ ଇଣ୍ଡିଆ । ବଡ ବିଜୟ ଆଶାରେ ରହିଛି ଭାରତ । ଭାରତ କ୍ରସଓଭର ମ୍ୟାଚରେ ନ୍ୟୁଜିଲାଣ୍ଡଠୁ ପେନାଲ୍ଟି ସୁଟ ଆଉଟରେ ପରାସ୍ତ ହୋଇ ବିଶ୍ବକପ ପଦକ ଦୌଡରୁ ବାଦ ପଡିଥିଲା । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ 16ଟି ମୁକାବିଲା ହୋଇଛି । ଭାରତ 11ଟି ମ୍ୟାଚ ଜିତିଥିବାବେଳେ ଦକ୍ଷିଣ ଆଫ୍ରିକା ଗୋଟିଏ ମ୍ୟାଚ୍‌ ଜିତିଛି । 4ଟି ଡ୍ର ହୋଇଛି । ଚଳିତ ବିଶ୍ବକପରେ ଦକ୍ଷିଣ ଆଫ୍ରିକା 4ଟି ମ୍ୟାଚ ଖେଳିଥିବାବେଳେ ଗୋଟିଏ ମ୍ୟାଚ ଜିତିଛି ଭାରତ 3ଟି ମ୍ୟାଚ ଜିତିଥିବାବେଳେ ଗୋଟିଏ ଡ୍ର ହୋଇଛି ।

ଏହା ବି ପଢନ୍ତୁ...Hockey World Cup 2023: ପୁଣି ଫାଇନଲରେ ବେଲଜିୟମ, ପେନାଲ୍ଟି ସୁଟ୍ ଆଉଟରେ ନେଦରଲାଣ୍ଡ ପରାସ୍ତ

ପ୍ରକାଶ ଥାଉ କି, ଗତକାଲି ହକି ବିଶ୍ବକପରେ ଫାଇନାଲ ଲାଇନ ଅପ ଚୂଡାନ୍ତ ହୋଇସାରିଛି । ଡିଫେଣ୍ଡିଂ ଚମ୍ପିଆନ ବେଲଜିୟମ ଓ ଜର୍ମାନୀ ମଧ୍ୟରେ ଆସନ୍ତାକାଲି(ରବିବାର) ଫାଇନାଲ ମ୍ୟାଚ ଖେଳାଯିବ । ନେଦରଲାଣ୍ଡସକୁ ପେନାଲ୍ଟି ସୁଟଆଉଟରେ ହରାଇ ପୁଣି ଫାଇନାଲରେ ପ୍ରବେଶ କରିଛି ବେଲଜିୟମ । ସେହିପରି ଅଷ୍ଟ୍ରେଲିଆ ଓ ଜର୍ମାନୀ ମଧ୍ୟରେ ଖେଳାଯାଇଥିବା ସେମି ଫାଇନାଲ ମ୍ୟାଚ୍‌ରେ ଅନ୍ତିମ କ୍ବାର୍ଟରର ଶେଷ 6 ସେକେଣ୍ଡରେ ଜର୍ମାନୀ ଚମକପ୍ରଦ ବିଜୟଲାଭ କରି ଫାଇନାଲରେ ପ୍ରବେଶ କରିଛି । ଆସନ୍ତାକାଲି(ରବିବାର) ବ୍ରୋଞ୍ଜ ପଦକ ପାଇଁ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡସ ମଧ୍ୟରେ ମୁକାବିଲା ହେବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.