ETV Bharat / state

ନିଆରା ମାଣିକାଗୋଡାର ଦଶହରା ପର୍ବ, କର୍ତ୍ତା ସାଜନ୍ତି ମୁସଲିମ ଦଳବେହେରା - ଖୋର୍ଦ୍ଧା ମାଣିକାଗୋଡାରେ ମୁସଲିମ ପାଳନ୍ତି ଦଶହରା

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ମାଣିକାଗୋଡାର ଦଶହରା ପର୍ବ ବାଣ୍ଟିଥାଏ ଭାଇଚାରା ପ୍ରୀତିର ନିଆରା ବାର୍ତ୍ତା । ଏଠାରେ ଦଶହରା ପର୍ବକୁ ହିନ୍ଦୁ ଓ ମୁସଲମାନ ଏକାଠି ପାଳନ କରିଥାନ୍ତି । ଅଧିକ ପଢ଼ନ୍ତୁ

ନିଆରା ମାଣିକାଗୋଡାର ଦଶହରା ପର୍ବ, କର୍ତ୍ତା ସାଜନ୍ତି ମୁସଲିମ ଦଳବେହେରା

author img

By

Published : Oct 1, 2022, 9:57 PM IST

ଖୋର୍ଦ୍ଧା: ଭାଇଚାରା ପ୍ରୀତିର ନିଆରା ପରମ୍ପରା ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ମାଣିକାଗୋଡାର ଦଶହରା ପର୍ବ । ଆଶ୍ବିନ ମାସ ଶୁକ୍ଳପକ୍ଷ ସପ୍ତମୀ ରାତିରୁ ଚଳିତ ବର୍ଷ ପାଇଁ ଆରମ୍ଭ ହୋଇଛି ମା' କନକ ଦୁର୍ଗାଙ୍କ ପୂଜା । ଏଠାରେ ଦଶହରା ପର୍ବକୁ ହିନ୍ଦୁ ଓ ମୁସଲମାନ ଏକାଠି ପାଳନ କରିଥାନ୍ତି । ଏହି ପରମ୍ପରା ଷୋଡଶ ଶତାବ୍ଦୀରୁ ଏଠାରେ ପାଳନ ହୋଇଆସୁଥିବାର ଲୋକକଥା ରହିଛି ।

ନିଆରା ମାଣିକାଗୋଡାର ଦଶହରା ପର୍ବ, କର୍ତ୍ତା ସାଜନ୍ତି ମୁସଲିମ ଦଳବେହେରା

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ମାଣିକାଗୋଡା ଗ୍ରାମର ଦଶହରା ପର୍ବ ଭାଇଚାରା ପ୍ରୀତିର ନିଆରା ବାର୍ତ୍ତା ବାଣ୍ଟିଥାଏ । ଏଠାରେ ଦଶହରା ପର୍ବକୁ ହିନ୍ଦୁ ଓ ମୁସଲମାନମାନେ ଏକାଠି ପାଳନ କରିଥାନ୍ତି । ସେହପରି ଏଠାରେ ଦଶହରା ଦିନ ହେଉଥିବା ଅପରାଜିତା ହୋମରେ କର୍ତ୍ତା ସାଜନ୍ତି ମୁସଲମାନ ସମ୍ପ୍ରଦାୟର ଦଳବେହେରା । ଏଥିପାଇଁ ମାଣିକଗୋଡା ଦଶହରା ସମଗ୍ର ଭାରତରେ ବିରଳ କହିଲେ ଅତ୍ୟୁକ୍ତି ହେବନାହିଁ । ଏହି ଗ୍ରାମରେ ୪୦ ଭାଗ ମୁସଲମାନ ଓ ୬୦ ଭାଗ ହିନ୍ଦୁ ଲୋକ ବାସକରୁଛନ୍ତି । ଧାର୍ମିକ ଚିନ୍ତାଧାରାର ଭିନ୍ନତା ସତ୍ତ୍ବେ ୫୦୦ ବର୍ଷ ଧରି ପୁରୁଷାନୁକ୍ରମେ ଚାଲି ଆସୁଛି ମା' କନକ ଦୁର୍ଗାଙ୍କ ପୂଜାର୍ଚ୍ଚନା ।

ସପ୍ତମୀ ରାତ୍ରିରୁ ଆରମ୍ଭ ହୋଇଥିବା ଏହି ପର୍ବ ଦଶମୀ ତିଥିରେ ଉଦଯାପନ ହୁଏ । ଷୋଡଶ ଶତାବ୍ଦୀରୁ ଏହି ପର୍ବ ଏହି ଭଳି ପାଳନ କରାଯାଉଥିବା ଗ୍ରାମବାସୀ କୁହନ୍ତି । ଦଶହରା ପର୍ବ ଉପଲକ୍ଷେ ସପ୍ତମୀ ତିଥିରେ ମୁସଲମାନ ସମ୍ପ୍ରଦାୟର ଦଳବେହେରା ଶେଖ ମୁଜିବୁର ରେହମାନ୍ ଧୋତି ପିନ୍ଧି, କଛା ମାରି ଗଜପତିଙ୍କ ପଦତ୍ତ ଖଡଗ ଆଣି ମା କନକ ଦୁର୍ଗାଙ୍କ ଅପରାଜିତା ହୋମରେ କର୍ତ୍ତା ସାଜି ସାରା ବିଶ୍ବକୁ ଭାଇଚାରାର ବାର୍ତ୍ତା ବାଣ୍ଟିଥିବା ଦେଖିବାକୁ ମିଳିଛି । ଏହାକୁ ଦେଖିବାକୁ ବହୁ ଦୂର ଦୂରାନ୍ତରୁ ଲୋକମାନେ ଆସିଥିଲେ । ତେବେ ଦୁଇବର୍ଷ ଧରି ଲାଗିରହିଥିବା କରୋନା କଟକଣା ହଟିବା ପରେ ଚଳିତ ବର୍ଷ ଦଶହରାକୁ ବେଶ ଧୁମଧାମରେ ପାଳନ କରିବାକୁ ଆଶା ରଖିଛନ୍ତି ମାଣିକାଗୋଡାବାସୀ ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.