ETV Bharat / state

College University Hoarding: 'ଶିକ୍ଷାକ୍ଷେତ୍ରରେ ଯୋଜନା ନେଇ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଉଛି'

author img

By ETV Bharat Odisha Team

Published : Oct 10, 2023, 6:26 PM IST

Updated : Oct 10, 2023, 6:43 PM IST

କଲେଜ କ୍ୟାମ୍ପସରେ ହୋର୍ଡିଂ ଲାଗିବା ଘଟଣା । ଶିକ୍ଷା କ୍ଷେତ୍ରରେ ଥିବା ବିଭିନ୍ନ ଯୋଜନାଗୁଡିକ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଜଣାଇବା ଲାଗି ଏହା ଲାଗିଥିବା କହିଲେ ଉଚ୍ଚ ଶିକ୍ଷାମନ୍ତ୍ରୀ । ଅଧିକ ପଢନ୍ତୁ

Atanu Sabyasachi Nayak
Atanu Sabyasachi Nayak
'ଶିକ୍ଷାକ୍ଷେତ୍ରରେ ଯୋଜନା ନେଇ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଉଛି'

ଭୁବନେଶ୍ବର: କଲେଜ ଓ ବିଭିନ୍ନ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ହୋର୍ଡ଼ିଂ ପ୍ରସଙ୍ଗ ନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରତିକ୍ରିୟା ରଖିଛନ୍ତି । ଉଚ୍ଚ ଶିକ୍ଷା କ୍ଷେତ୍ରରେ ଥିବା ବିଭିନ୍ନ ଯୋଜନାଗୁଡିକ ଉପରେ ଛାତ୍ରଛାତ୍ରୀଙ୍କୁ ଯୋଜନା ବିଷୟରେ ଅବଗତ କରାଯାଉଛି । ଏଥିଲାଗି କ୍ୟାମ୍ପସରେ ଏହି ହୋର୍ଡିଂ ଲଗାଯାଉଛି ବୋଲି ସେ କହିଛନ୍ତି । କଲେଜରେ କଣ କାର୍ଯ୍ୟକ୍ରମ ହେଉଛି କଣ ବାକି ରହୁଛି ତାହା କଲେଜ କ୍ୟାମ୍ପସରେ ଡିସ୍‌ପ୍ଲେ' ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଜଣାଇ ଦିଆଯାଉଛି ।

ଏ ନେଇ ଉଚ୍ଚ ଶିକ୍ଷାମନ୍ତ୍ରୀ କହିଛନ୍ତି, "ଏହା ସରକାରଙ୍କ ବିଧି ବ୍ୟବସ୍ଥା ମଧ୍ୟରେ ଥିଲା । ଏବେ ଏହାକୁ ଜୋରଦାର କରାଯାଉଛି । ସ୍କୁଲ ଓ କଲେଜଗୁଡିକ 5T ଅଧୀନରେ ରହିଛି । ତେବେ ସେଥିପାଇଁ ଆସୁଥିବା ଅର୍ଥ କେଉଁଠି କେତେ ଖର୍ଚ୍ଚ ହେଉଛି ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଉଛି । 5T ବ୍ୟବସ୍ଥା ମଧ୍ୟରେ କିଭଳି କାର୍ଯ୍ୟ କରାଯାଉଛି ତାହା ଛାତ୍ରଛାତ୍ରୀମାନେ ଜାଣିବା ଆବଶ୍ୟକ । ଏହି ପଇସା ହେଉଛି ଲୋକଙ୍କ ପଇସା, କେତେ ଟଙ୍କା ଖର୍ଚ୍ଚ କରାଯାଉଛି ତାହା ଛାତ୍ରଛାତ୍ରୀ ସମେତ ସମସ୍ତେ ଜାଣିବା ଆବଶ୍ୟକ ।"

ଏହା ବି ପଢନ୍ତୁ- କଲେଜ ଫି ବୃଦ୍ଧି ନେଇ ଛାତ୍ର ଅସନ୍ତୋଷ; ତଦନ୍ତ ଆରମ୍ଭ

ଏପଟେ ଉଚ୍ଚ ଶିକ୍ଷା ବିଭାଗର ଉପଦେଷ୍ଟା ତନ୍ମୟ ସ୍ବାଇଁ କହିଛନ୍ତି, "ରାଜ୍ୟରେ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ପ୍ରକାରର ବୃତ୍ତିଗତ ଯୋଜନା ରହିଛି । ତେବେ ଏହି ଯୋଜନାଗୁଡ଼ିକ ହେଲା ନିର୍ମାଣ ଶ୍ରମିକ ଛାତ୍ର ବୃତ୍ତି ଯୋଜନା, କାଳିଆ ଛାତ୍ର ବୃତ୍ତି ଯୋଜନା, ଏସ୍‌ଟି ଓ ଏସ୍‌ସି ପିଲାଙ୍କ ପାଇଁ ଫ୍ରି ମାଟ୍ରିକ ଛାତ୍ର ବୃତ୍ତି ଯୋଜନା, ଟେକ୍ନିକାଲ ଶିକ୍ଷାର ବାଣିଶ୍ରୀ ଛାତ୍ର ବୃତ୍ତି ଯୋଜନା ରହିଛି । ଏହାବାଦ୍ ରିସର୍ଚ୍ଚ ପିଲାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିସର୍ଚ୍ଚ ସ୍କଲାରସିପ୍‌ ଯୋଜନା କରାଯାଉଛି । କଳିଙ୍ଗ ସାଥୀ ଶିକ୍ଷା ଯୋଜନାରେ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜିରୋ ଇଣ୍ଟରେଷ୍ଟରେ ୧୫ ବର୍ଷ ପର୍ଯ୍ୟନ୍ତ ଦେଇପାରିବେ ଛାତ୍ରଛାତ୍ରୀ । ଏହା ସହ ପିଲାମାନେ କିଭଳି ଭାବରେ କ୍ବାଲିଟି ଶିକ୍ଷା ଓ ଯେଉଁ ମାନଙ୍କର ଆର୍ଥିକ ଅବସ୍ଥା ଦୁର୍ବଳ ରହିଥିବ ସେମାନେ ମଧ୍ୟ ଏହାର ସୁଯୋଗ ନେଇ ପାରିବେ ।"

ତେବେ କଲେଜ କ୍ୟାମ୍ପସରେ ହୋର୍ଡିଂକୁ ନେଇ ରାଜନୀତି ଦେଖାଯାଉଥିବା ବେଳେ ଏହାକୁ ନେଇ ସେ କହିଛନ୍ତି, "ଏହା କେବଳ ଛାତ୍ରଛାତ୍ରୀ ବିଭିନ୍ନ ଯୋଜନା ସମ୍ପର୍କରେ ଜାଣିବାକୁ କରାଯାଇଛି । ଶିକ୍ଷାକ୍ଷେତ୍ରରେ ରାଜନୀତି ରହିବାର କୌଣସି ଆଭାସ ନାହିଁ ।" ସୂଚନା ଥାଉ କି ବିଶ୍ବବିଦ୍ୟାଳୟ ଓ କଲେଜ କ୍ୟାମ୍ପସରେ ହୋର୍ଡିଂ ଓ ବ୍ୟାନର ଲାଗିଛି । ହୋର୍ଡିଂରେ ଉଚ୍ଚଶିକ୍ଷା ପାଇଁ ଉପଲବ୍ଧ ସ୍କିମ ଓ ମେଧାବୃତ୍ତି ଉଲ୍ଲେଖ ରହିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ ବିଭିନ୍ନ ଯୋଜନା ରହିବ।

ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ପାଇଁ ଉଚ୍ଚ ଶିକ୍ଷା ବିଭାଗ ନେଉଛି ପଦକ୍ଷେପ । ଯେପରିକି ମେଧାବୃତ୍ତିଗୁଡ଼ିକ ହେଉଛି ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ଯୋଜନା, ମେରିଟ ଗ୍ରୀନ୍‌ ପାସେଜ୍ ସୁଦ୍ଧକ୍ଷା ମେଧାବୃତ୍ତି, ପଠାଣି ସାମନ୍ତ, ମେରିଟ, ଏନଆରଟିଏସ୍‌ ମେଧାବୃତ୍ତି, ପ୍ରି' ପୋଷ୍ଟ ମେରିଟ୍ ଲିଷ୍ଟ୍‌ ମେଧାବୃତ୍ତି, ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା, କାଳିଆ ମେଧାବୃତ୍ତି ଯୋଜନା ଆଦି କଲେଜ କ୍ୟାମ୍ପସରେ ହୋର୍ଡିଂ ଦ୍ଵାରା ଛାତ୍ରଛାତ୍ରୀଙ୍କୁ ଏନେଇ ସଚେତନତା କରାଯାଉଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Oct 10, 2023, 6:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.